Saturday, July 30, 2016

ଦକ୍ଷତା ବିକାଶରେ ଚାଷ ଓ ଚାଷୀ କଥା

ଜଣାଶୁଣା ସ୍ତାଂଭିକ ନଟବର ଖୁଣ୍ଟିଆଙ୍କର ଆଜି ‘ସମ୍ବାଦ’ ସଂପାଦକୀୟ ପୃଷ୍ଠାରେ କୃଷି ଓ ଆନୁଷଙ୍ଗିକ ବୃତ୍ତି ପାଇଁ ଦକ୍ଷତା ବିକାଶ ଶିରୋନାମାରେ ଏକ ବାସ୍ତବଧର୍ମୀ ଲେଖା ବାହାରିଛି। ତାଙ୍କ ମତରେ ‘‘ଯେଉଁ ରାଷ୍ଟ୍ରର ମାନବସମ୍ବଳ ଯେତେ ଦକ୍ଷ, ସେ ଦେଶ ଆର୍ଥନୀତିକ ବିକାଶ  ଦୃଷ୍ଟିରୁ ସେତେ ଉନ୍ନତ। ସେସବୁ ଦେଶ ନିଜର ସୀମିତ ସମ୍ବଳକୁ ଦକ୍ଷ ମାନବ ସମ୍ବଳ ଦ୍ୱାରା ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପରିଚାଳନା କରି କମ‌୍‌ ଖର୍ଚରେ ଅଧିକ ଉତ୍ପାଦନ ବଳରେ ଲାଭବାନ୍ ହେଉଛନ୍ତି। ସେ ଦେଶର ଲୋକେ ଉନ୍ନତ ଜୀବନଯାପନ କରନ୍ତି। xxxx ଦକ୍ଷିଣ କୋରିଆରେ ୯୬% ଲୋକ ଦକ୍ଷ ଓ ଉପଯୁକ୍ତ ତାଲିମପ୍ରାପ୍ତ ହୋଇଥିବା ବେଳେ ଜାପାନରେ ୮୦%, ଜର୍ମାନୀରେ ୭୫%, ବ୍ରିଟେନରେ ୬୮% ଦକ୍ଷ ଓ ଉପଯୁକ୍ତ ତାଲିମପ୍ରାପ୍ତ ଅଟନ୍ତି। ଅଥଚ ଭାରତରେ ଏହି ହାର ହେଉଛି ମାତ୍ର ୨.୩%।...’’ ଅର୍ଥାତ୍ ୧୦୦ ଜଣରେ ମାତ୍ର ୨ ଜଣ ବା ୩ ଜଣ ହେଉଛନ୍ତି ଦକ୍ଷ। ତେବେ ସେ ‘‘ଜାତୀୟ ଦକ୍ଷତା ବୃଦ୍ଧି ମିଶନ’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।  ‘‘ଓଡ଼ିଶାର ରାଜଧାନୀ ନଗରୀରେ କାର୍ଯ୍ୟ କରୁଥିବା ଦକ୍ଷ ରାଜମିସ୍ତ୍ରୀ, ମାର୍ବଲ- ଟାଇଲ ମିସ୍ତ୍ରୀ, ଅାଲୁମିନିୟମ ମିସ୍ତ୍ରୀ ଅନ୍ୟ ରାଜ୍ୟର। ସେଥିରେ ଆମ ଲୋକଙ୍କ ସଂଖ୍ୟା କମ୍।xxxx ବଡ଼ ସ୍ୱାଗତଯୋଗ୍ୟ କଥା ଯେ ଓଡ଼ିଶା ସରକାର ଓଡ଼ିଶାର ମାନବସମ୍ବଳର ଦକ୍ଷତା ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ରୂପେ ସୁବ୍ରତ ବାଗଚୀଙ୍କୁ ଅବସ୍ଥାପିତ କରିଛନ୍ତି, ଯିଏକି ଜଣେ ପରିଚାଳନା ବିଶେଷଜ୍ଞ ଏବଂ ସୂଚନା ବିଜ୍ଞାନ କ୍ଷେତ୍ରରେ ଅନୁଭୂତି ସମ୍ପନ୍ନ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ତାଙ୍କୁ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଛି। ତାଙ୍କ ଅଧ୍ୟକ୍ଷତାରେ ଏହି କର୍ତ୍ତୃପକ୍ଷ ଖୁବ୍ ନିକଟରେ କାମ ଆରମ୍ଭ କରିଛନ୍ତି। ସମ୍ବାଦପତ୍ରରୁ ଯାହା ଜଣାପଡୁଛି, ବାଗଚୀ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ବର୍ତମାନର ସ୍ଥିତି ଆକଳନ କରୁଛନ୍ତି। ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ବର୍ତମାନ ମୁଖ୍ୟତଃ ଓଡ଼ିଶାର ITIଗୁଡ଼ିକ କିପରି ଭାବେ ତାଲିମ ଦେଇ ମାନବସମ୍ବଳକୁ ଦକ୍ଷ କରାଉଛନ୍ତି, ତାହା ଅନୁଧ୍ୟାନ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାର ପ୍ରୟାସ ଜାରି ରହିଛି।xxxx କୃଷି ଓ ଆନୁଷଙ୍ଗିକ ବୃତ୍ତିର ବିକାଶ ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ମାନବସମ୍ବଳର ଅଭାବ ରହିଛି। ଫଳରେ ଓଡ଼ିଶାର କୃଷି ଉତ୍ପାଦିକା ଶକ୍ତି ଓ ଉତ୍ପାଦନ ଅନ୍ୟାନ୍ୟ କୃଷି ଉନ୍ନତ ରାଜ୍ୟ ଠାରୁ କମ୍। xxxx ଏଣେ ଜ୍ଞାନକୌଶଳ ସଂପ୍ରସାରଣ କ୍ଷେତ୍ରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତାହାର ତାହାର ଅନୁଧ୍ୟାନ କରନ୍ତୁ। ଏହାର ସମାଧାନ କିପରି ହୋଇପାରିବ, ତାହାର ବିକଳ୍ପ ପ୍ରସ୍ତାବ ରଖନ୍ତୁ। କୃଷି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟର ସମସ୍ତ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଖୋଲିଛି। ଏହାର ମୋଟ ସଂଖ୍ୟା ୩୩। ପ୍ରତ୍ୟେକ କେନ୍ଦ୍ରରେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତିର ବିଜ୍ଞମାନେ ଅବସ୍ଥାପିତ। ସେମାନେ ଚାଷୀମାନଙ୍କ ନିକଟରେ ଆଧୁନିକ ଜ୍ଞାନକୌଶଳ ପହଞ୍ଚାଇବା କଥା। କିନ୍ତୁ ଦେଖିବେ କୃଷି ବିଜ୍ଞାନ କେନ୍ଦ୍ର ଚାରିପାଖରେ ଥିବା ଗାଅାଁଗୁଡ଼ିକର ଚାଷୀ ସେହି କେନ୍ଦ୍ରଗୁଡ଼ିକ ଦ୍ୱାରା ଉପକୃତ ହେଉନାହାନ୍ତି। ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସେହି କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି ଭୁଲ୍ କେଉଁଠି ରହୁଛି ତାହାର ଅନୁଧ୍ୟାନ କରି ସେହି କେନ୍ଦ୍ରଗୁଡ଼ିକ ଯେପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନିଯୁକ୍ତି ଚାଷୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି କରାଇବେ, ତାହା ଉପରେ ସୁଚିନ୍ତିତ ମତ ଓ ପ୍ରସ୍ତାବ ସରକାରଙ୍କୁ ଦିଅନ୍ତୁ।xxxx ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଯେଉଁ ସବୁ ତାଲିମ ବ୍ୟବସ୍ଥା ଅଛି, ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଦକ୍ଷତା ବୃଦ୍ଧି ପାଇଁ ସେସବୁ ତାଲିମ ବ୍ୟବସ୍ଥାରେ କିକି ପରିବର୍ତନ ଅଣାଯାଇପାରିବ, ତାହାର ଏକ ଚିତ୍ର ଦକ୍ଷତା ବିକାଶ କର୍ତୃପକ୍ଷ ପ୍ରସ୍ତୁତ କରନ୍ତୁ।xxxx ନବଗଠିତ ଦକ୍ଷତା ବିକାଶ କର୍ତୃପକ୍ଷ ଓଡ଼ିଶାର ମାନବସମ୍ବଳର ବିକାଶ କେଉଁ ଢାଞ୍ଚାରେ ହେବ, ତାହାର ଏକ ଦୀର୍ଘମିଆଦୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ। ସେହି ଦୀର୍ଘମିଆଦୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ କୃଷି ଓ ଆନୁଷଙ୍ଗିକ ବୃତ୍ତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ।’’

ସ୍ତାମ୍ଭିକ ନଟବର ଖୁଣ୍ଟିଅା ବେଶ୍ ଦାମ୍ଭିକତାର ସହ OSDA ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କୁ ଆହ୍ୱାନ ଦେଇଛନ୍ତି। ଯଦି ଶ୍ରୀ ବାଗଚୀ ସେହି ଲେଖାଟିକୁ ପଢ଼ିଥିବେ, ତେବେ ବିବ୍ରତ ହେବା ସ୍ୱାଭାବିକ। କାରଣ ଓଡ଼ିଶାକୁ ଅନୁଧ୍ୟାନ କରିବା ଏକ ସହଜ କଥା ନୁହେଁ। ଆମ୍ଭ ମତରେ ରାଜ୍ୟର ସ୍ଥିତି ଅନୁଧ୍ୟାନ ପାଇଁ କିଛି ଦଲାଲଙ୍କୁ ନିଯୁକ୍ତ କରନ୍ତୁ। ନଚେତ୍ ମାତ୍ର ୩ ବର୍ଷରେ ଦକ୍ଷତା ବିକାଶର ମାଇଲଖୁଣ୍ଟ ଛୁଇଁବା ଏକ ସହଜ କଥା ନୁହେଁ। ପ୍ରସ୍ତାବିତ ବଜେଟ୍‌ର ବରାଦ ଟଙ୍କା ପରିମାଣ ଘୋଷଣା ପରେ ଏବେ OSDA ଅଧ୍ୟକ୍ଷଙ୍କ ପାଖରେ ଅନେକ ବ୍ୟକ୍ତି ଚକ୍କର କାଟୁଥିବେ। ତୋଷାମଦ ଆରମ୍ଭ କରିଥିବେ। ସେଇମାନଙ୍କ ମଧ୍ୟରୁ ଦଲାଲ ନିଯୁକ୍ତ କରାଯାଇପାରେ। ତଦାରଖ ଦୃଢ଼ ନହେଲେ କର୍ତ୍ତୃପକ୍ଷ ଠକାମିରେ ପଡ଼ିଯାଇପାରନ୍ତି।

ଗତ ୪ଦିନ ମଧ୍ୟରେ ଏକ ଭଲ ପଦକ୍ଷେପ ସରକାର ନେଇଛନ୍ତି - ଡ. ଦକ୍ଷପ୍ରସାଦ ନନ୍ଦଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ପଦରୁ ବଦଳି କରି ଧନ୍ଦାମୂଳକ ଶିକ୍ଷାର ନିର୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଫଳରେ ସାରା ରାଜ୍ୟ ଦେଖିବ, କିପରି ଧନ୍ଦାମୂଳକ ଶିକ୍ଷା ନିର୍ଦେଶାଳୟ ବା ଉପବିଭାଗର କାର୍ଯ୍ୟକ୍ରମ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ସୀମିତ ନରହି ସାରା ରାଜ୍ୟକୁ ବ୍ୟାପୁଛି। ତେବେ ଡ. ନନ୍ଦଙ୍କ ଭଳି ଅନେକ ଦକ୍ଷ ବ୍ୟକ୍ତି ରାଜ୍ୟ ପ୍ରଶାସନରେ ଅଛନ୍ତି। ସେମାନଙ୍କୁ ଖୋଜି ବାହାର କରି କାମରେ ଲଗାଇବାକୁ ହେବ।

ଶ୍ରୀ ଖୁଣ୍ଟିଆ ତାଙ୍କ ଲେଖାରେ ଯେଉଁ ଖୋଲା ଆହ୍ଵାନ ଦେଇଛନ୍ତି, ସେଥିପ୍ରତି ଉତ୍ତରଦାୟୀ ହେବା ଶ୍ରୀ ବାଗଚୀଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ। କାରଣ ସେ ଆଜି ସୁଦ୍ଧା ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି। ସେ କେବଳ ITI ପିଲାଙ୍କ ଉପରେ ନଜର ରଖିବେ କି ଅନ୍ୟ କିଛି ଦୁର୍ବଳ କ୍ଷେତ୍ରର ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇପାରିବେ, ସେ ବିଷୟରେ ନିଜ ଦପ୍ତରର ୱେବ୍‌ସାଇଟ୍‌ରେ ସ୍ପଷ୍ଟ ସୂଚନା ଦିଅନ୍ତୁ। କୃଷି କ୍ଷେତ୍ରରେ ଦକ୍ଷତା ବିକାଶର କେତେକ ଝଲକ ଆମେ ଏଠାରେ ବତାଉଛୁ। ଆଜିକାଲି ଶ୍ରୀ (SRI) ପଦ୍ଧତିରେ ଧାନ ଚାଷ ଜରୁରି ହେଉଥିବାରୁ ସେହି ପଦ୍ଧତିକୁ ସବୁ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ଟେଲିଭିଜନ ମିଡ଼ିଆର ଉପଯୋଗ କରାଯାଇପାରେ। ଏଥିପାଇଁ କେବଳ ସରକାରୀ ଟିଭି ଚ୍ୟାନେଲ ‘DD ଓଡ଼ିଆ’କୁ ଧରିଲେ, ସବୁ ଚାଷୀଙ୍କ ପାଖରେ ପହଞ୍ଚି ହେବ ନାହିଁ। ଘରୋଇ ଚ୍ୟାନେଲରେ ଭଳିକି ଭଳି ଉପାୟ ଅବଲମ୍ବନ କରି ଏ ବାର୍ତା ଓ ଜ୍ଞାନର ପ୍ରସାର କରିବାକୁ ହେବ।

ସେହିଭଳି ଟ୍ରାକ୍ଟର ଓ ପାୱାରଟିଲର ରାଜ୍ୟରେ କେତେ ପରିମାଣରେ ଅଛି - କେଉଁଠି ଅଛି - ତାହାର ମାଲିକ କିଏ? ଏହାର ଏକ ସୁମାରି କରାଯିବା ସହ ତଥ୍ୟଭିତ୍ତି ପ୍ରସ୍ତୁତ ହେବା ଜରୁରୀ। ଯାହା ଫଳରେ ଚାଷକ୍ଷେତରେ ସେଗୁଡ଼ିକର ଉପଯୁକ୍ତ ପ୍ରୟୋଗକୁ ପ୍ରସାର କରାଯାଇପାରିବ। ଚାଷ, ଚାଷୀ ଓ ଭାଗଚାଷର ପରିଭାଷା ଦିନକୁ ଦିନ ବଦଳିବା ସହ ଗାଆଁରେ ରହୁଥିବା ଚାଷୀଙ୍କର ମଧ୍ୟ ହଳହଡ଼ା ଆଉ ନାହିଁ ବା ସେମାନେ ରଖୁ ନାହାନ୍ତି। ଚାଷ କ୍ଷେତର ବ୍ୟାପକ ଯାନ୍ତ୍ରିକୀକରଣ (Mechanization) ହୋଇଥିବାରୁ କଳଚାଳିତ ବିବିଧ ସାମଗ୍ରୀର ଚଳାଇବା ଜ୍ଞାନ ଓ ଦକ୍ଷତାର ଘୋର ଆବଶ୍ୟକତା ଦେଖା ଦେଇଛି। ଏଠାରେ ସୂଚନାଯୋଗ୍ୟ ଯେ ଯେଉଁ ଟ୍ରାକ୍ଟର ସବୁ କୃଷି ସବ୍‌ସିଡ଼ି ଜରିଆରେ କରଜ ଦିଆଯାଇଛି, ସେଗୁଡ଼ିକ ଏବେ ସୁଦ୍ଧା ବିଭିନ୍ନ ଠିକାଦାରୀ କାମରେ ସଡ଼କ ଓ ସେତୁ ନିର୍ମାଣରେ ଭଡ଼ାରେ ଲାଗୁଛି। କୃଷି ବା କୃଷକଙ୍କୁ ସାହାଯ୍ୟ କରୁ ନାହିଁ। ଏଭଳି ବହୁ ଜଟିଳ ପ୍ରସଙ୍ଗ ଦକ୍ଷତା ବିକାଶ ସହ ଜଡ଼ିତ ଥିବାରୁ ସୁବ୍ରତ ବାବୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ନିଜର ପାରିଲାପଣିଆର ଏକ ତିନିବର୍ଷିଆ ସୀମାରେଖା ଟାଣିବା ଦରକାର।

ଆମ ଦେଶରେ ଶହେକେ ମାତ୍ର ୨ରୁ ୩ ଜଣ ଦକ୍ଷ ହୋଇଥିବା ବେଳେ ଆଉ ୯୭ ଜଣ ଅପଦାର୍ଥ (zero employable)। ସେହି ୯୭ ଜଣରୁ କେତେ ଜଣଙ୍କୁ ବା କେତେ ପ୍ରତିଶତ ଲୋକଙ୍କୁ ଦକ୍ଷ କରାଯାଇପାରିବ, ତାହାର ଏକ ଗାଣିତିକ ଧାର୍ଯ୍ୟ ଲକ୍ଷ୍ୟ ଟଣାଯିବା ଦରକାର। ନଚେତ୍ ତିନି ବର୍ଷ କେବଳ ଓଡ଼ିଶା ଭ୍ରମଣରେ ଯିବ ସିନା କୌଣସି ଦର୍ଶନୀୟ କାମ ହୋଇପାରିବନି!

ବିମଳ ପ୍ରସାଦ

Tuesday, July 26, 2016

ନିଦ ହଜେଇଛି ଖାଦ୍ୟ ସୁରକ୍ଷା ଖାଉଟିକାର୍ଡ଼

ଲୋକଙ୍କ ନିଦ ହଜେଇ ଦେଇଛି, ଖାଦ୍ୟ ଅଧିକାର ପଡ଼ିକାର୍ଡ଼। ୮-୯ ମାସ ତଳେ ଏଇ କାର୍ଡ଼ ପାଇଁ ଥିଲାବାଲା ନଥିଲାବାଲା ସମସ୍ତେ ଦୌଡ଼ରେ ସାମିଲ ହୋଇଯାଇଥ‌ିଲେ। ଏବେ ସେଇ କାର୍ଡ଼ ଫେରାଇବା ପାଇଁ ଉପାୟ ଖୋଜା ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୯ଟି ମାନଦଣ୍ଡ ଘୋଷଣା କରିବା ପରେ ମଧ୍ୟ ବହୁ ସରକାରୀ କର୍ମଚାରୀ ପଡ଼ିକାର୍ଡ଼ ହାତେଇ ନେଇଛନ୍ତି। କାର୍ଡ଼ ଫେରାଇବାର ଶେଷ ତାରିଖ ଥିଲା ୧୫ ଜାନୁଆରି ୨୦୧୬। କିନ୍ତୁ ଯେମିତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଥିଲା, ସେମିତି ହୋଇ ନଥିଲା। ବରଂ ଯେଉଁମାନେ କାର୍ଡ଼ ନେଇ ନଥିଲେ, ସେମାନଙ୍କର କାର୍ଡ ଆପେ ବାତିଲ ହୋଇଯାଇଥିଲା। ଜାନୁଆରି ୧୫ରୁ ଜୁନ୍ ୧୫ - ଏଇ ୬ ମାସ ଭିତରେ କେତେକ ବ୍ଲକ‌୍‌ରେ ବିଡିଓଙ୍କ ନେତୃତ୍ୱରେ ଯାଞ୍ଚ ଆରମ୍ଭ ହୁଅନ୍ତେ, ଯାହା ଯାହା ଘଟିଲାଣି ଆପଣମାନେ ଭଲ ଭାବେ ଜାଣନ୍ତି। ଗିରଫଦାରି ଓ ଟଙ୍କା ଫେରସ୍ତ ଘଟଣା ପରେ ଖାଦ୍ୟ ସୁରକ୍ଷା ଆଇନର ମାନଦଣ୍ଡକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଉପରେ ଜନତାଙ୍କ ମତ ଜାଣିବା ପାଇଁ ‘ସମ୍ବାଦ’-ବାଲେଶ୍ୱର, ଉତ୍ତର ଓଡ଼ିଶାରେ ଏକ ସର୍ବେକ୍ଷଣ କରିଥିଲା ଏଇ ଜୁଲାଇ ୨୦୧୬ ତୃତୀୟ ସପ୍ତାହରେ। ଉତ୍ତର ଓଡ଼ିଶାର ଜନତାଙ୍କ ମତାମତଗୁଡ଼ିକର ସିଧାସଳଖ ନିର୍ଯ୍ୟାସ ତଳେ ଦେଲୁ। ଆଶା କରୁ ବିଭିନ୍ନ ସାମାଜିକ ସଂଗଠନ, ମାନବାଧିକାର ସଂଗଠନ, ଗବେଷଣାକାରୀ ଅନୁଷ୍ଠାନ ତଥା ଚାପଗୋଷ୍ଠୀମାନଙ୍କ ପାଇଁ ଏହା ଉପାଦେୟ ହେବ:-

ମାସିକ ଆୟ ସହରାଞ୍ଚଳରେ ୧୫ ହଜାର ଟଙ୍କା ଏବଂ ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କାରୁ ବେଶି ହୋଇଥିଲେ ସଂପୃକ୍ତ ପରିବାର ବାଦ‌୍ ପଡ଼ିବେ। ଯଦି ତିନି କିମ୍ବା ଅଧିକ କୋଠରିବିଶିଷ୍ଟ ପକ୍କାଘର - ପକ୍କା କାନ୍ଥ ଓ ପକ୍କା ଛାତ ରହିଥିବ, ବାଦ୍‌ ପଡ଼ିବେ। ଏମିତି ୯ଟି ମାନଦଣ୍ଡରୁ ଯଦି ଗୋଟିଏରେ ଆସିଯାଆନ୍ତି, ତେବେ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିବେ। ଯଦି ଏକ ପରିବାରର ୧ଶହ ବର୍ଷର ପୁରୁଣା ପକ୍କାଘର ରହିଛି। ଅଥଚ ଏବେର ସଦସ୍ୟଙ୍କ ରୋଜଗାର ଶୂନ। କୋଠା ମରାମତି ପାଇଁ ଅର୍ଥ ନାହିଁ।  ୩ ବଖରା ପକ୍କାଘର କଟକଣାରେ ତାଙ୍କ କାର୍ଡ଼ କଟୁଛି କିମ୍ବା ତାଙ୍କୁ ଗିରଫ କରାଯାଉଛି। ବହୁଲୋକ ଜୀବନଯାକର ପୁଞ୍ଜିକୁ ଖଟାଇ ଘରଖଣ୍ଡିଏ ତୋଳୁଛନ୍ତି। ତେଣୁ ଏ କଟକଣା ନିରପେକ୍ଷ ନୁହେଁ।

ଖାଦ୍ୟ ଅଧିକାର ପଡ଼ିକାର୍ଡ଼ ପାଇଁ ଥିବା ମାନଦଣ୍ଡ ବିଷୟରେ ସାଧାରଣ ଜନତା ଅବଗତ ନୁହନ୍ତି। ସର୍ଭେକାରୀଙ୍କ ତ୍ରୁଟି ଯୋଗୁ ଏ ବିଭ୍ରାଟ ହୋଇଛି। ତେଣୁ ସେହି ସର୍ଭେକାରୀଙ୍କୁ ଦଣ୍ଡିତ କରାଯାଉ। ରେସନକାର୍ଡ଼ କେଳେଙ୍କାରୀ ପାଇଁ ଶାସନ କଳ ଓ ଶାସକ ଦଳ ଦାୟୀ। ପ୍ରଶାସନ ଠିକ‌୍‌ ଭାବରେ ତଦାରଖ ନକରିବାରୁ ଅଯୋଗ୍ୟ ପରିବାର କାର୍ଡ଼ ପାଇଛନ୍ତି ଏବଂ ଯୋଗ୍ୟ ପରିବାର ବାଦ୍ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟ ସର୍ଭେର ତ୍ରୁଟିକୁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀମାନେ ସୁଧାରି ନାହାନ୍ତି। ତେଣୁ ଏବେ ବି ମାନଦଣ୍ଡରେ ବାଦ୍ ପଡୁଥିବା ଅନେକ ପରିବାର ଖାଦ୍ୟ ଅଧିକାରର ହିତ ଭୋଗ କରୁଛନ୍ତି। ସବିଶେଷ ତଥ୍ୟ ଯାଞ୍ଚ ନକରି ଏବେ ହିତାଧିକାରୀଙ୍କୁ ଯେପରି ଦଣ୍ଡିତ କରାଯାଉଛି, ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେଭଳି ଦଣ୍ଡିତ କରାଯାଉ। କାର୍ଡ଼ ଇସ୍ୟୁ କଲାବେଳେ ସରକାରୀ ମାନଦଣ୍ଡକୁ ବିଚାର ନକରି ପ୍ରଶାସନ କେଉଁଠି ଶୋଇଥିଲା ୬ ମାସ ଯାଏଁ। ଏବେ ନିରୀହ ଲୋକଙ୍କୁ ହଇରାଣ କରିବାଟା କ’ଣ ଏକ ସଭ୍ୟ ଆଚରଣ?

ରେସନକାର୍ଡ଼ ଦୁର୍ନୀତି ପାଇଁ ସରକାର ୭୫% ଦାୟୀ। ୨୫% ଦାୟୀ ଜନତା। ଲୋକେ ଜାଣିଛନ୍ତି ନିଜେ ଯୋଗ୍ୟ କି ଅଯୋଗ୍ୟ। ଅତ୍ୟଧିକ ଲୋଭ, ମାଗଣା ପାଇବାର ପ୍ରବୃତ୍ତି ଓ ଭୋଟ୍‌ ରାଜନୀତି ପାଇଁ ଏମିତି ପରିବେଶ ସୃଷ୍ଟି କରିଥିବା ସରକାରୀ କର୍ମଚାରୀ ଓ ରାଜ୍ୟ ସରକାର ଦାୟୀ। ଯେଉଁ ଶାସକଦଳ ନେତାଙ୍କର ଏଥିରେ ସଂପୃକ୍ତି ଅଛି, ସେମାନଙ୍କୁ ଗିରଫ କରାଯାଉ। ପୁଣି ଥରେ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି କାର୍ଡ଼ ବଣ୍ଟାଯାଉ। ଏହା କରି ନପାରିଲେ ବିଭାଗୀୟ ସଚିବ ଓ ମନ୍ତ୍ରୀ ନିଜ ପଦ ଛାଡ଼ନ୍ତୁ। ରେସନକାର୍ଡ଼ ରାଜ୍ୟ ସରକାରଙ୍କର ଏକ ବଡ଼ ଦୁର୍ନୀତି। ମୟୂରଭଂଜରେ ଗରିବ ଲୋକ ପାଇ ନାହାନ୍ତି, ଧନୀଲୋକ ହାତେଇଛନ୍ତି।

ସରକାରଙ୍କ ଉଦ୍ଦେଶ୍ୟ କେହି ଅନାହାରରେ ମରିବେ ନାହିଁ। ୩ ବଖରା ପକ୍କାଘର କଟକଣା ଯୋଡ଼ିବା ଦ୍ୱାରା ଗରିବ ଲୋକ ବାଦ୍ ପଡ଼ିଛନ୍ତି। ଜମିବାଡ଼ି ବିକ୍ରି କରି, ଇନ୍ଦିରାଆବାସରେ ଯୋଡ଼ି ହୋଇ ଲୋକେ ଘର କରିଛନ୍ତି। ବିଭ୍ରାନ୍ତିକର ନିୟମ ଯୋଗୁ ଆଦୌ ଆୟ ନଥିବା ଲୋକେ ବି ଖାଦ୍ୟ ଅଧିକାରରୁ ବାଦ୍ ପଡ଼ିଛନ୍ତି। ସରକାରୀ କର୍ମଚାରୀ ଓ ଅଧିକାରୀ କାର୍ଡ଼ ପ୍ରସ୍ତୁତ କରିଛନ୍ତି, ଏଣୁ ସାଧାରଣ ଲୋକଙ୍କୁ ଦାୟୀ କରିବା କେତେଦୂର ଯୁକ୍ତିଯୁକ୍ତ?

ରାଜ୍ୟ ସରକାରଙ୍କର ଅରାଜକତା ଚରମ ସୀମାରେ ପହଞ୍ଚିଛି। ଏବେ ସରକାର ପାଗଳ ପରି ହେଉଛି। ‘‘ମାଆକୁ ସମ୍ମାନ, ଗାଆଁକୁ କାମ’’ର ନାରା ଭୁଲି ଚୁଲିମୁଣ୍ଡରୁ ମାଆମାନଙ୍କୁ ଟାଣି ନେଇ ଜେଲ୍ ପଠାଉଛି। ମହିଳାଙ୍କୁ ବାନ୍ଧି ଏ ସରକାର ନିଜ ହାତରେ ହାତକଡ଼ି ପକାଇବା ପାଇଁ ପ୍ରସ୍ତୁତ ହେଉଛି। ପଲ୍ଲୀସଭା ଜରିଆରେ କାର୍ଡ଼ ପ୍ରସ୍ତୁତ କରିଥିଲେ ଆଜି ଏଭଳି ସମସ୍ୟା ହୋଇ ନଥାଆନ୍ତା। ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଦାୟିତ୍ୱରେ ଥିବା ସରପଞ୍ଚ, ବ୍ଲକ୍ କର୍ମଚାରୀ ଲୋକଙ୍କୁ ସଚେତନ କରାଇ ପାରିଲେନି। ଏଥିରେ ବିଧାୟକଙ୍କ ଭୂମିକା ମଧ୍ୟ ରହିଛି। ସେ ଦଳୀୟ କର୍ମୀଙ୍କୁ ଡକାଇ ଗାଆଁଗଣ୍ଡାରେ ଲୋକଙ୍କୁ ସରକାରୀ ନିୟମ ଉପରେ ବୁଝାଇବାକୁ ନିର୍ଦେଶ ଦେବାର ଥିଲା। ୨୦୧୧ ଜନସୁମାରିକୁ ଭିତ୍ତି କରି ଖାଦ୍ୟ ସୁରକ୍ଷା ଯୋଜନାର ରୂପାୟନ ହୋଇଥ‌ିଲା। ହେଲେ ବାରମ୍ବାର ମାନଦଣ୍ଡ ବଦଳାଇ ମୂଳ ନୀତିକୁ ଏଡ଼ାଇ ଯିବାଟା ଏକ ପ୍ରହସନ। ଏଭଳି ଯୋଜନା ଚଳାଇବା ପାଇଁ ସଚ୍ଚୋଟ ଅଧିକାରୀଙ୍କ ତଦନ୍ତ ନିହାତି ଜରୁରୀ। ଯେଉଁ ସରକାରୀ କର୍ମଚାରୀମାନେ ମାତ୍ର ୫/ ୬ ହଜାର ଟଙ୍କା ମାସିକ ପାଉଣାରେ ଚାକିରି କରିଛନ୍ତି, ସେମାନଙ୍କୁ ଖାଦ୍ୟ ସୁରକ୍ଷା କାର୍ଡ଼ରୁ ବଞ୍ଚିତ କରିବାଟା ଘୋର ଅନ୍ୟାୟ। ଯେଉଁ ଶାସନକଳ ଓ ଶାସକଦଳର ଲୋକେ ହାତଗୁଂଜା ନେଇ ଲୋକଙ୍କୁ କାର୍ଡ଼ କରାଇଥିଲେ, ଏବେ ଧରପଗଡ଼ ବେଳେ ସେଇ ଧଳାହାତୀମାନେ ଖସି ଯାଉଛନ୍ତି। ବଳି ପଡୁଛନ୍ତି ନିରୀହ ଲୋକେ। ଓଲଟି ଜରିମାନା ଦେଇ ମାମଲାରେ ଫସୁଛନ୍ତି ସାଧାରଣ ଜନତା। ଏପରି ଅରାଜକତା ଆଉ ଚଳିବ ନାହିଁ। ଯଦି ଚଳିବ ନିଆଁ ଜଳିବ। ଏହାର ଠିକଣା ଜବାବ ଦେବେ ଲୋକେ ୨୦୧୭ ପଞ୍ଚାୟତ ନିର୍ବାଚନରେ।

ସମସ୍ତଙ୍କୁ କାର୍ଡ଼ ଦେଇଥିଲେ ଦୁର୍ନୀତି ଆଦୌ ହୋଇନଥାଅନ୍ତା। ଉଦାହରଣତଃ ତାମିଲନାଡୁରେ ସମସ୍ତଙ୍କୁ ମାଗଣାରେ ପଡ଼ି ଦିଆଯାଉଛି। ଏପରିକି ଆହାର ଯୋଜନାରେ ମଧ୍ୟ ଖାଦ୍ୟ ମାଗଣାରେ ମିଳୁଛି। ଧନୀ ଗରିବ ସମସ୍ତଙ୍କୁ ଦରକାର ପଡ଼ି ସାମଗ୍ରୀ। ତେଣୁ ପଡ଼ି ସମସ୍ତଙ୍କୁ ମାଗଣାରେ ଦିଆଯିବା ଉଚିତ।

ଖାଦ୍ୟ ଅଧିକାର ବା ଖାଦ୍ୟ ସୁରକ୍ଷା ଉପଭୋକ୍ତାମାନେ ଅସଂଗଠିତ କ୍ଷେତ୍ରର ସଦସ୍ୟ ହୋଇଥିବାରୁ ଆଜି ରାଜ୍ୟ ପ୍ରଶାସନ ଦାଦାଗିରି କରି ଅନେକ କାର୍ଡ଼ଧାରୀଙ୍କୁ ଜେଲ ଜରିମାନାରେ ହଇରାଣ କରୁଛି। ଇତିହାସ ପ୍ରଣେତାମାନେ ଏଭଳି ଅଗାଣତନ୍ତ୍ରିକ କାଣ୍ଡକୁ ଅଣଦେଖା କରିବା ନିଜ କଲମ ପ୍ରତି ଘୋର ଅସମ୍ମାନ ହେବ। ଠିକ୍ ମାଆକୁ ଅସମ୍ମାନ ଭଳି।


ହୁଏତ ଇତିହାସରେ ପଢ଼ିଥିବା ବିଦେଶୀ ଆକ୍ରମଣକାରୀ ଶାସକଙ୍କ କଷଣ ଓ ରାଜତନ୍ତ୍ରୀୟ ଶୋଷଣକୁ ପୂରା ପାଖରୁ ଦେଖିଲେ ଓ ଅଙ୍ଗେ ନିଭାଇଲେ ହଜାର ହଜାର ଓଡ଼ିଆ ପରିବାର। ନା, ଆପଣ କ’ଣ କହୁଛନ୍ତି ଟିକେ କୁହନ୍ତୁନା।

Saturday, July 23, 2016

ନଗଡ଼ା ନଅଙ୍କ ଓ ନେତାଙ୍କ ନଖରାମି

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର ପାହାଡ଼ୀ ଗାଁ ନଗଡ଼ାରେ ଅପପୁଷ୍ଟି ଜନିତ ଶିଶୁମୃତ୍ୟୁ ଖବରକୁ ‘ସମ୍ବାଦ’ର କାଳିଆପାଣି ପ୍ରତିନିଧି ରବି ପାଣି ନିରନ୍ତର ରିପୋର୍ଟିଂ କଲା ପରେ ବିଭିନ୍ନ ମହଲରେ ଚେତା ପଶିଲା। ଏପରିକି ଦେଶ ବିଦେଶରୁ ଗବେଷକମାନେ ଆସିବା ପୂର୍ବରୁ ଅସଲ କାରଣକୁ ମଧ୍ୟ ସମ୍ବାଦ ଅନୁସନ୍ଧାନ କରି ଜଣାଇ ଦେଇଛି। ୨୧ ଜୁଲାଇ ୨୦୧୬ରେ ସେହି ସମ୍ବାଦପତ୍ର ନଗଡ଼ାର ବିଗିଡ଼ା ଚିତ୍ରକୁ ସ୍ପଷ୍ଟ କରିଛି। ଘରେ ଘରେ ବାଲ୍ୟ ବିବାହ ଯୋଗୁ ୩୭ ପରିବାରରେ ୧୬୧ ପିଲା ଏବଂ ୩୫ ବର୍ଷରେ ବି ଜେଜେମାଆ ପାଲଟିଛନ୍ତି ଅନେକ ମହିଳା। ଅଳ୍ପ ବୟସରେ ବିବାହ ଓ ଗର୍ଭଧାରଣ ଯୋଗୁ ଶିଶୁମାନେ ଜନ୍ମରୁ ହିଁ ରୁଗ୍‌ଣ ହୋଇ ଏନ୍ତୁଡ଼ିଶାଳରେ ଗଡ଼ିଛନ୍ତି। ସେଇ ରିପୋର୍ଟ ସହ ପ୍ରକାଶ ପାଇଛି ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀଙ୍କ ମନ୍ତବ୍ୟ। ସେ ନିଜ ବିଭାଗର ଦୁର୍ବଳତା ଘୋଡ଼େଇବାକୁ ଯାଇ ଦୋଷ ଲଦିଛନ୍ତି ନଗଡ଼ା ଗାଆଁର ଜୁଆଙ୍ଗ ଜନଜାତି ଉପରେ। ସେ କହିଛନ୍ତି ଯେ ୨୪ ପରିବାରରେ ଅଛି ୧୨୨ ଛୁଆ ଏବଂ ଗୋଟେ ଗୋଟେ ପରିବାରରେ ୮ରୁ ୯ ଛୁଆ। ସେମାନେ ପାହାଡ଼ ଉପରେ ରହୁଛନ୍ତି। ତଳକୁ ଆସୁ ନାହାନ୍ତି। ତେଣୁ ସ୍ଵାସ୍ଥ୍ୟସେବା ପାଉ ନାହାନ୍ତି। ତେବେ ଅନ୍ୟ ମୌଳିକ ପ୍ରଶ୍ନଗୁଡ଼ିକର କୌଣସି ଉତ୍ତର ଦେଇନାହାନ୍ତି ମନ୍ତ୍ରୀ ମହୋଦୟା।

(୧) ଲଜ୍ଜାଜନକ କଥା ଯେ ପୂର୍ତ ବିଭାଗ ମଧ୍ୟ ରହିଛି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ତେଣୁ ନଗଡ଼ା ହେଉ ଅବା ଗୁମୁଡ଼ୁମାହା। ସେଠାକୁ ରାସ୍ତା ନଖୋଲିବାର ସବୁ ପାପ ମୁଣ୍ଡାଇଛନ୍ତି ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

(୨) ଲୋକମୁଖରେ ପୁରୁଷ ପୁରୁଷ ଧରି ଚଳି ଆସିଥିବା ଏକ ପ୍ରବାଦ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ତାହା ହେଲା ପୁରୀ ବ୍ରାହ୍ମଣ, କଟକ କରଣ, ଭଦ୍ରକ ପଠାଣ, କନ୍ଧମାଳ ପାଣ ଓ ଯାଜପୁର ସର୍ବସାଧାରଣ। ଯାଜପୁରରେ କୌଣସି ନିର୍ଦିଷ୍ଟ ଜାତି ବା ବର୍ଗ ନୁହେଁ, ବରଂ ସମସ୍ତେ ପ୍ରତାପୀ ଓ ପ୍ରଭାବଶାଳୀ ନିଜ ନିଜ ବାଗରେ। ଧାବିକା ଦୂତୀ ଚାନ୍ଦଙ୍କ ଠାରେ ନାରୀତ୍ଵ କମ୍‌ ଅଛି ବୋଲି ଯେତେବେଳେ କଳଙ୍କ ଲାଗିଥିଲା। ସେତେବେଳେ କୌଣସି ରାଜନେତା ବା ସ୍ଥାନୀୟ ଲୋକପ୍ରତିନିଧି ବାହାରି ନଥିଲେ ଦୂତୀଙ୍କୁ ସାହସ ଦେବା ପାଇଁ। ଦୂତୀଙ୍କୁ ଜଣେ ବ୍ୟକ୍ତି ଭାବେ ବିବେଚନା କରି ହୁଏତ ଆମ୍ଭ ଭଳି ଅନେକ ରାଜ୍ୟବାସୀ ସେହି ପରିସ୍ଥିତିକୁ ସହି ଯାଇଥିବେ। କିନ୍ତୁ ନଗଡ଼ାର ଶିଶୁମଡ଼କ ପ୍ରସଙ୍ଗରେ ବି କୌଣସି ସ୍ଥାନୀୟ ଲୋକ ପ୍ରତିନିଧି ନିଜର ଉତ୍ତରଦାୟିତ୍ଵ ସାବ୍ୟସ୍ତ ନକରି ସେହି ବର୍ଷବର୍ଷର ପ୍ରବାଦକୁ ପ୍ରମାଣିତ କରିବସିଛନ୍ତି।

(୩) ସୁକିନ୍ଦା ନିର୍ବାଚନମଣ୍ଡଳୀର ବିଧାୟକ ଇଂ. ପ୍ରୀତିରଂଜନ ଘଡ଼େଇ ଏ ରାଜ୍ୟ ଭିତରେ ଥିଲେ କି ବିଦେଶରେ ମଉଜ କରୁଥିଲେ, କେହି ଜାଣି ପାରିଲେ ନାହିଁ।

(୪) ନଅଙ୍କ ଦୁର୍ଭିକ୍ଷର ୧୫୦ତମ ବର୍ଷ ପୂର୍ତି ଯେ ଯାଜପୁର ଜିଲ୍ଲାରେ ସ୍ମାରକୀ ପାଲଟିବ, ଏହା ଅନେକଙ୍କୁ ଆନ୍ଦୋଳିତ କରୁଥିବା ବେଳେ ପ୍ରସଙ୍ଗଟି ଏକ ଗାଆଁର କଥା ହୋଇଥିବାରୁ ଏଥିରେ ଜିଲ୍ଳାପରିଷଦର ଭୂମିକା ସ୍ପଷ୍ଟ ଭାବେ ରହିଥିଲା। ଚୁପ୍‌ ଚାପ୍‌ ଟାଇମ୍ ପାସ୍ କରିଚାଲିଥିବା ନିର୍ବାଚିତ ନାୟକମାନଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂଜିନିୟର ସୁଶାନ୍ତ ମିଶ୍ର। ଏକ ITI ଚଳାଉଥିବା ତଥା ଛୋଟମୋଟ ଠିକାଦାର କାମ କରୁଥିବା ଏହି ନେତା ଜଣକ ରାଜ୍ୟବାସୀଙ୍କ ପାଖରେ ସଂପୂର୍ଣ ଅପରିଚିତ ଓ ନିରୀହ ମଧ୍ୟ। କାରଣ ଅମରଲଡୁ ବାଣ୍ଟୁଥିବା ପୂର୍ବତନ ମନ୍ତ୍ରୀଙ୍କ ଇସାରାରେ ସେ ବାଟ ଚାଲୁଥିବାରୁ  ନିଜର କର୍ତବ୍ୟ ଓ ଉତ୍ତରଦାୟିତ୍ଵ ପ୍ରତି ଆଦୌ ନିଘା ରଖନ୍ତି ନାହିଁ। ଏପରିକି ନିଜ ନାଲିବତୀ ଗାଡ଼ିର ମହତ୍ଵ ମଧ୍ୟ ଜି.ପ. ସଭାପତି ମହାଶୟ ନିଜ ନିୟନ୍ତ୍ରଣରେ ରଖିନାହାନ୍ତି। ୟାଙ୍କ ଘର ବି ସେଇ ମାସଡ଼ା ଗାଅାଁରେ, ଯେଉଁଠି ପୂର୍ବତନ ମନ୍ତ୍ରୀ ମହୋଦୟାଙ୍କ ଘର।

(୫) ସଚେତନ ରାଜ୍ୟବାସୀଙ୍କ ଭାଗ୍ୟ ଭଲ ଯେ  ସେହି ଜିଲ୍ଲାର ସେହି ପୂର୍ବତନ ମନ୍ତ୍ରୀ କହିନାହାନ୍ତି - ‘‘କାଇଁ ନଗଡ଼ା ଗାଆଁ ସାରା ଲୋକ ଅମର ଲଡ଼ୁ ଖାଇ ଦୋଉନାହାନ୍ତି, ସେମାନଙ୍କ ପିଲାଛୁଆ ଆଉ କେହି ମରିବେନେଇଁ।’’

(୬) ଭାରତ ସରକାର ଯାଜପୁର ଲୋକସଭା ଆସନକୁ ସଂରକ୍ଷିତ କରିଛନ୍ତି ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ। ଏହି କ୍ରମରେ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା ଜଣେ ଜିଲ୍ଲା ପରିଷଦ ସଦସ୍ୟା ରୀତା ତରାଇଙ୍କୁ। ସେ ଲୋକସଭାକୁ ନିର୍ବାଚିତ ହେବା ପରେ ମଧ୍ୟ ନିଜଠୁ ଜିଲ୍ଲାପରିଷଦ ସଦସ୍ୟର ଛାପଟା ଛଡ଼େଇ ନାହାନ୍ତି। କାରଣ ସେ ଜିଲ୍ଲାର ଜଣେ ବିଧାୟକଙ୍କୁ ଏବେ ବି ମୁଣ୍ଡିଆ ମାରନ୍ତି। ବୋଧହୁଏ ସେଇ ବିଧାୟକଙ୍କ ବାପାଙ୍କ ଦୟାରୁ ସେ ଟିକେଟ ପାଇ ନୂଆଦିଲ୍ଲୀ ଦରବାରକୁ ଯାଇଛନ୍ତି ବୋଲି। ସେ ଯାଜପୁରକୁ ସାରାଦେଶ ପାଇଁ ପ୍ରତିନିଧିତ୍ଵ କରୁଥିବା କଥା ପ୍ରତି ତାଙ୍କର ହେତୁ ନାହିଁ। ସଂସଦର ମୌସୁମୀ ଅଧିବେଶନର ଯଥେଷ୍ଟ ପୂର୍ବରୁ ନୂଆଦିଲ୍ଲୀରେ ଡେରା ପକାଇଥିବାରୁ ନଗଡ଼ାର ବିଗିଡ଼ା ଚିତ୍ର ଉପରେ ତାଙ୍କର ନଜର ନାହିଁ କି ସେ ଏଥିପାଇଁ ବିବ୍ରତ ବି ହୋଇ ନାହାନ୍ତି। ସେ ଯୁଆଡ଼େ ଯାଉଛନ୍ତି ଧର୍ମଶାଳା ବିଧାୟକଙ୍କ ସହ ଯାଉଛନ୍ତି। ଅନ୍ୟ ପକ୍ଷରେ ନିଜ ଅନ୍ତରଙ୍ଗ ଘରଲୋକଙ୍କୁ ନିଜର ବ୍ୟକ୍ତିଗତ ସହାୟକ (PA) ରୂପେ ନିଯୁକ୍ତ କରିଥିବାରୁ, ସମ୍ଭବତଃ ତାଙ୍କ ହିସାବକୁ ଆସିଲା ନାହିଁ ନଗଡ଼ା ନଅଙ୍କ ଏକ ଚିନ୍ତାଜନକ ସଂକଟ ବୋଲି।

(୭) ରାଜ୍ୟ ସରକାର ବି ଖଂଜି ଦେଇଥିଲେ ଏହି ଅନୁସୂଚିତ ଜାତି ବହୁଳ ଜିଲ୍ଲାକୁ ସେଇ ବର୍ଗର ଜଣେ ଜିଲ୍ଲାପାଳ ସତ୍ୟକୁମାର ମଲ୍ଲିକଙ୍କୁ। ଅଗଷ୍ଟ ୨୦୧୬ରେ ସେ ଅବସର ନେଉଥିବାରୁ ନଗଡ଼ା ପ୍ରସଙ୍ଗରେ ସେ ମୁଣ୍ଡ ପୂରାଇଲେ ନାହିଁ। ବରଂ ନୀରବ ରହିବାକୁ ଶ୍ରେୟ ମଣିଲେ। ଅବସର ପରବର୍ତ୍ତୀ ସୁବିଧା ସୁଯୋଗଗୁଡ଼ିକୁ ନିଷ୍କଣ୍ଟକ ଭାବେ ହାସଲ କରିବା ଚକ୍କରରେ ଫାଇଲ ସଜାଡ଼ିବାରେ ବ୍ୟସ୍ତ ରହିଲେ। 

(୮) ଆମ୍ଭେ ଆଗରୁ ବହୁବାର କହିଛୁ ଯେ ଆମର କୌଣସି ପଡ଼ୋଶୀ ରାଜ୍ୟରେ ଏମିତି ରାଜସ୍ୱ ଗାଅାଁ ନାହିଁ, ଯାହାର ଜନସଂଖ୍ୟା ୧୦୦, ୨୦୦ ବା ୩୦୦। ଲଜ୍ଜାଜନକ କଥା ହେଲା ୧୦୦ରୁ କମ‌୍ ଜନସଂଖ୍ୟା ବିଶିଷ୍ଟ ରାଜସ୍ୱଗ୍ରାମ ମଧ୍ୟ ଓଡ଼ିଶାରେ ରହିଛି। ଆଉ ଏଭଳି ଗାଅାଁଗୁଡ଼ିକ ମୁଖ୍ୟତଃ ପାହାଡ଼ିଆ ଅଞ୍ଚଳରେ, ପାହାଡ଼ ସନ୍ଧିରେ ଅବା ଦୁର୍ଗମ ବଣୁଆ ଅଞ୍ଚଳରେ ଗଢ଼ି ଉଠିଛି। ଯେଉଁ ସରକାର ସହର ଛାତି ଉପରୁ ଜବରଦଖଲ ଉଚ୍ଛେଦ କରି ପାରୁନି, ସେ ଜଙ୍ଗଲିଅା ଜାଗାର ଲୋକଙ୍କୁ ଥଇଥାନ କ’ଣ କରିବ!

(୯) ପଡ଼ୋଶୀ ରାଜ୍ୟଗୁଡ଼ିକରେ ୧୦୦୦ରୁ କମ‌୍ ଜନସଂଖ୍ୟା ବିଶିଷ୍ଟ ଗାଅାଁ ଦେଖିବାକୁ ମିଳେ ନାହିଁ, ତାହା ଅାଦିବାସୀ ଜନବସତି ହେଉ ଅବା ଦଳିତ୍ ମାନଙ୍କର। ଯେତେ ଦକ୍ଷ ପ୍ରଶାସନ ଓ ପ୍ରଶାସକ ହେଲେ ବି ଏତେ ସାନ ସାନ ଗାଅାଁକୁ ସବୁ ସୁବିଧାସୁଯୋଗ ସୁନିଶ୍ଚିତ କରାଇବା ଦୁରୁହ ବ୍ୟାପାର। ପ୍ରଶାସନ ଯଦି ବସତି ପରିଚାଳନା (Habitation Management) ନୀତି ଲାଗୁ ନକରିବ, ତେବେ ଅସୁବିଧା ଏମିତି ଲାଗି ରହିବ।

(୧୦) ଆମ ରାଜ୍ୟ ସରକାରଙ୍କର ଆଉ କୌଣସି ଗବେଷଣା ବିଭାଗ କାମ କରୁ ନାହିଁ। ଅବଶ୍ୟ ଭୁବନେଶ୍ୱର CRPF ଛକରେ ଚକାଚକ୍ ନାମଫଳକ ଲଗାଇଥିବା SCSTRTI ନାମକ ଏକ ସଂସ୍ଥା ରହିଛି। ଏହାର ପୂରାନାମ Scheduled Caste Scheduled Tribe Research & Training Institute, ଆଉ ଓଡ଼ିଆରେ ଅନୁବାଦ କଲେ ଏହି ନାମଟା ହେବ - ଅନୁସୂଚିତ ଜାତି ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ଅନୁଷ୍ଠାନ। 

(୧୧) ବିଭାଗ ନାମରୁ Tribal ବା ଆଦିବାସୀ ଶବ୍ଦ ଉଠାଇ ST Development (ଅନୁସୂଚିତ ଜନଜାତି ବିକାଶ) ବିଭାଗ କରାଯାଇଥିଲେ ବି ସେଥିରେ ଆହୁରି ପୁଳାଏ ଶବ୍ଦ ମିଶାଇ ବିଭାଗକୁ ଖେଚେଡ଼ି କରାଯାଇଥିବାରୁ ବିଭାଗର focus ବିଗିଡ଼ି ଯାଉଛି।

(୧୨) ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ ଯେଉଁଭଳି ଦୋଷ ଲଦିଛନ୍ତି ନଗଡ଼ା ଗାଅାଁଲୋକଙ୍କ ଉପରେ ସେ ନିଜେ ମଧ୍ୟ ସଚେତନ ହୁଅନ୍ତୁ ଯେ ତାଙ୍କ ନିଜ ନିର୍ବାଚନମଣ୍ଡଳୀର ପାତ୍ରପଡ଼ା ବ୍ଲକ‌୍‌ର ଆଦିମ ଜନଜାତିମାନେ କିଭଳି ଦିନ କାଟୁଛନ୍ତି! ପାତ୍ରପଡ଼ାର ‘ତୁମ୍ବା’ ଓ ‘ବୁରାତାଲ’ ନାମକ ଦୁଇଟି ଅନୁସୂଚିତ ଅଞ୍ଚଳ ଗ୍ରାମପଞ୍ଚାୟତ। ଯାହା ଏବେ ବି ବ୍ଲକ୍ ମୁଖ୍ୟାଳୟ ସହ ସଡ଼କପଥରେ ସଂଯୁକ୍ତ ହୋଇନାହିଁ। ସେଠାର ସ୍ୱାସ୍ଥ୍ୟସେବା ସରକାର ନୁହେଁ, ବରଂ ସମାଜସେବୀ ସଂସ୍ଥା ଚଳାଉଛନ୍ତି।

(୧୩) ଯାଜପୁର ଜିଲ୍ଲାର ସୁକିନ୍ଦା, ଦାନଗଦି, କୋରେଇ, ଧର୍ମଶାଳା ବ୍ଲକ୍ ଗୁଡ଼ିକରେ ୫୦ରୁ ବେଶି ଗାଅାଁ ଏଭଳି ଅଛି, ଯେଉଁଠି ଅାଦିବାସୀ ଲୋକମାନେ ବିକ୍ଷିପ୍ତ ଭାବେ ଜନବସତି ଗଢ଼ି ରହୁଛନ୍ତି। ଗତ ଅର୍ଧଶତାବ୍ଦୀ ମଧ୍ୟରେ ଶ୍ରମିକ ଭାବେ କାମ କରିବାକୁ ମୟୂରଭଂଜ, କେନ୍ଦୁଝର ଓ ଝାଡ଼ଖଣ୍ଡ(ତତ୍କାଳୀନ ବିହାର)ରୁ ଆସି ସ୍ଥାୟୀ ବାସିନ୍ଦା ପାଲଟିଯାଇଛନ୍ତି। ‘‘ଯାଜପୁର ସର୍ବସାଧାରଣ’’ ହୋଇଥିବାରୁ ଯେଉଁ ସହାବସ୍ଥାନ ବଜାୟ ରଖିଛନ୍ତି, ତାହା ପ୍ରଶଂସନୀୟ। ଗବେଷଣା ବିଭାଗ ନଥିବାରୁ ଅସଲ ଚିତ୍ର ଜାଣି ପାରୁ ନାହାନ୍ତି ଅଣଓଡ଼ିଆ ପ୍ରଶାସକ। ତଥାପି ନେତା ମନ୍ତ୍ରୀ ବାହାସ୍ପୋଟ ମାରୁଛନ୍ତି ରାଜ୍ୟର ବିକାଶ କରିବେ!

(୧୪) ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ହୋଇ ପାରାଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି ଆଦିବାସୀ ଜନବସତି ଠାକୁ ଠା, ଶତାଧିକ ଗାଅାଁ। ସରକାରଙ୍କ ପାଖରେ ଠୋସ୍ Database ନାହିଁ। ଅଥଚ ମୟୂରଭଂଜ, କେନ୍ଦୁଝରର ଶହଶହ ଘରେ ତାଲା ଝୁଲୁଛି। କେତେକ ତାଲାପକା କବାଟରେ ଉଇ ଲାଗିଗଲାଣି। କାରଣ ପେଟପାଟଣା ପାଇଁ ଘରଛାଡ଼ିଥିବା ସେହି ପରିବାରମାନେ ନିଜର ପାରମ୍ପରିକ ପରବ ପାଳିବାକୁ ବି ସେଇ ଖାଲି ଘରକୁ ଫେରୁ ନାହାନ୍ତି। ବେଶି କଲବଲ ହେଉଛନ୍ତି ଭଦ୍ରକରେ ବସ୍ତି ଗଢ଼ି ଦଶନ୍ଧି ଦଶନ୍ଧି ଧରି ମୁଣ୍ଡଗୁଂଜିଥିବା ଜନଜାତି ଜନତା।

ଏଥରକ ଏତିକି ଆହୁରି ବହୁତ କଥା ଆଉ କେବେ।

ବିମଳ ପ୍ରସାଦ, bimal.odisha@yahoo.in

Thursday, July 21, 2016

ଫୋପାଡ଼ନ୍ତୁ ବିକୃତ ‘ତରୁଣ ଶବ୍ଦକୋଷ’

ଅଭିଧାନ ସଂକଳନ କରି କିପରି ଭାଷାକୁ ବିକୃତ କରାଯାଏ, ତାହାର ନଗ୍ନ ନମୁନା ହେଉଛି, ପ୍ରଚଳିତ ତରୁଣ ଶବ୍ଦକୋଷଏଥିରେ ‘ଦୂତୀ’କୁ ‘ଦୂତି’(ପୃଷ୍ଠା ୨୯୦) ଲେଖାଯାଇଛି।ସାଧାରଣତଃ ‘ଦୂତ’ଶବ୍ଦର ସ୍ତ୍ରୀଲିଙ୍ଗ ହେଉଥିବାରୁ ‘ଦୂତୀ’ ହେବ। ତେବେ ‘ଦୂତିକା’ହେଲେ ମଝି ଅକ୍ଷର ‘ତ’ର  ଈ’କାର ଉଚ୍ଚାରଣ ହୋଇ ନପାରିବା କାରଣରୁ ‘ଦୂତିକା’ ହୁଏ; ଠିକ୍ ଯେମିତି ଶଶିରେଖା, ଶଶିକଳା, ଶଶିବାଳା, ଶଶିପ୍ରଭା ଭଳି। ଅଥଚ ମୂଳ ଶବ୍ଦ ହେଉଛି ଶଶୀ।

ଏହି ଶବ୍ଦକୋଷରେ ଥିବା ଅନ୍ୟ କିଛି ତ୍ରୁଟି ହେଲା :- ନେଡ଼ି, ନାଗୁଆ ଶବ୍ଦ ଏଥିରେ ନାହିଁ। ବରଂ ସେଇ ଦୁଇଟି ଶବ୍ଦକୁ ଯଥାକ୍ରମେ ‘ଲେଡ଼ି’(ପୃଷ୍ଠା ୭୪୬) ଓ ‘ଲାଗୁଆ’(ପୃଷ୍ଠା ୭୩୮) ବୋଲି ଲେଖା ଅଛି। ଅର୍ଥାତ୍ ଯଦି ଆପଣ ତରୁଣ ଶବ୍ଦକୋଷ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ‘‘ନେଡ଼ି ଗୁଡ଼ କହୁଣୀକୁ ବୋହି ଗଲାଣି’’ ଆପ୍ତ ବାକ୍ୟର ପ୍ରଥମ ଶବ୍ଦଟି ଭୁଲ୍। ସେହିଭଳି ନାଗୁଆ କ୍ଷୀରବାଲା ମଧ୍ୟ ଭୁଲ୍ ହେବ। କିନ୍ତୁ ଏହା ଶବ୍ଦକୋଷର ପରିବର୍ଧିତ ସଂସ୍କରଣ ଲେଖିଥିବା ବ୍ୟକ୍ତିମାନଙ୍କର ଭୁଲ ଅଟେ। କାରଣ ‘ତୋରାଣି’ ଶବ୍ଦକୁ ଏହି ବିବାଦୀୟ ଶବ୍ଦକୋଷରେ ମୂଳତଃ ‘ତୋଡ଼ାଣି’(ପୃଷ୍ଠା ୨୬୦) ବୋଲି ଲେଖାଯାଇଛି। ଅର୍ଥାତ‌୍ ‘ତୋରାଣି’ ଏକ ମୌଳିକ ଶବ୍ଦ ନୁହେଁ, ବରଂ ଏହା ‘ତୋଡ଼ାଣି’ରୁ ନିଷ୍ପନ୍ନ। ଆପଣ କ’ଣ ଏଥିରେ ରାଜି? ପୁଣି ଆହୁରି ଲେଖା ଅଛି ଚାଲାଖ, ଚାଲାଖି (ପୃଷ୍ଠା ୧୮୪) ଶବ୍ଦ। ମାନେ, ‘ଚାଲାକ’ ଓ ‘ଚାଲାକି’ ଭୁଲ୍। ପୁଣି ଲେଖା ଅଛି ‘ଚେଙ୍ଖ’ (ପୃଷ୍ଠା ୧୯୧), ମାନେ ‘ଚେଙ୍କ’ ଭୁଲ। ଏହି ଶବ୍ଦକୋଷକୁ ଅନୁସରଣ କରୁଥିବା କିଛି ଖବରକାଗଜ ସେଇଥିପାଇଁ ‘ଚେଙ୍ଖ’ ଶବ୍ଦ ଲେଖି ଚାଲିଛନ୍ତି। ଏଭଳି ବିଭ୍ରାଟକୁ ଆଜି ସୁଦ୍ଧା କିଭଳି ବରଦାସ୍ତ କରାଯାଉଛି, ତାହା ଅାଶ୍ଚର୍ଯ୍ୟ ଲାଗୁଛି।

‘ନ’କୁ ‘ଲ’; ‘ର’କୁ ‘ଡ଼’ ଓ ‘କ’କୁ ‘ଖ’ ରୂପେ ଉଚ୍ଚାରଣ କରି କେଉଁମାନେ ଭାଷାରେ ବିଭ୍ରାଟ କରି ଚାଲିଛନ୍ତି, ତାହା କେବଳ ସେହି ପୁସ୍ତକଟିର ପ୍ରକାଶନରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାମଗୁଡ଼ିକୁ ଥରଟେ ପଢ଼ିଦେଲେ ଜାଣିପାରିବେ। ଏହି ଲେଖାରେ ଆମ୍ଭେ କୌଣସି ଆକ୍ଷେପ ରଖିନାହୁଁ। ସେମାନେ ଓ ସେମାନଙ୍କ ସମର୍ଥକମାନେ ନିଜେ ସ୍ୱୀକାର କଲେ, ଓଡ଼ିଆ ଭାଷାକୁ ସୁରକ୍ଷିତ ଭାବରେ ଆହୁରି ଆଗକୁ ନେଇ ହେବ। କାରଣ ଓଡ଼ିଆ ପରା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା (Classical Language)

ତରୁଣ ଶବ୍ଦକୋଷ ପ୍ରଥମେ ପ୍ରକାଶ ପାଇଥିଲା ୧୯୬୬ ମସିହାରେ। ଏହାର ସଂକଳକ ହେଉଛନ୍ତି ପଣ୍ଡିତ କୃଷ୍ଣଚନ୍ଦ୍ର କର। ପରିବର୍ଧିତ ଦ୍ୱିତୀୟ ସଂସ୍କରଣ ବାହାରିଥିଲା ୧୯୮୫ ମସିହାରେ। ଏହି ପରିମାର୍ଜନାରେ ସହାୟକ ଥିଲେ ଶୈଳେନ୍ଦ୍ର ପ୍ରସାଦ କର। ୨୦୧୦ ମସିହାରେ କଂପ୍ୟୁଟର DTP ଅକ୍ଷରରେ ଅଫସେଟ୍ ମୁଦ୍ରଣ ଜରିଆରେ ଖ୍ୟାତନାମା ପ୍ରକାଶନ ସଂସ୍ଥା ‘ଗ୍ରନ୍ଥମନ୍ଦିର’ ବିନୋଦବିହାରୀ, କଟକ-୨ ଛାପିଥିବା ଏହି ‘‘ତରୁଣ ଶବ୍ଦକୋଷ’’ର ପ୍ରୁଫ୍ ସଂଶୋଧକଗଣ ଥିଲେ:- ତ୍ରିଲୋଚନ ଦ୍ୱିବେଦୀ, ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଅଭିରାମ ମହାପାତ୍ର। ୩୭୦ ଟଙ୍କା ଦାମ୍ ବିଶିଷ୍ଟ ଏହି ଶବ୍ଦକୋଷର ISBN 81-7403-017-4 ରହିଥିବା ବେଳେ ଏହାର ପ୍ରକାଶକ ଅଛନ୍ତି ମନୋଜ କୁମାର ମହାପାତ୍ର ଏବଂ ମୁଦ୍ରାକର ଅଛନ୍ତି ତପନ କୁମାର ମହାପାତ୍ର। ତାଙ୍କର ଛାପାଖାନାର ନାମ Optima Offset Prints, ସୂତାହାଟ, କଟକ-୧। ଦୟାକରି ଏହି ଶବ୍ଦକୋଷକୁ କିଣନ୍ତୁ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ ଏହାର ସଂଶୋଧିତ ଶୁଦ୍ଧ ସଂସ୍କରଣ ନବାହାରିଛି।

ଏହି ଶବ୍ଦକୋଷରେ ଉପରୋକ୍ତ ଉଦାହରଣ ଭଳି ଶହଶହ ତ୍ରୁଟି ସ୍ଥାନ ପାଇଛି। ତେବେ ଏଭଳି ତ୍ରୁଟି ୧୯୬୬ ମସିହାରୁ ଥିଲା କି ପରବର୍ତୀ ପିଢ଼ି ଏଭଳି ମାଙ୍କଡ଼ାମି କରିଛନ୍ତି, ତାହା ପରଖିବାକୁ ଆମ୍ଭେ ପଣ୍ଡିତ ପ୍ରବରମାନଙ୍କୁ ନିବେଦନ କରୁଛୁ। ଓଡ଼ିଆ ଭାଷାର ଶହଶହ ଶବ୍ଦର ଅଲଗା ଉଚ୍ଚାରଣ ପଛରେ ଏକ ଅବାଞ୍ଛିତ ଜାତିଆଣ ଅଭିରୁଚି ରହି ଆସିଥିବା ବେଳେ ତାହା ଆମ ଓଡ଼ିଆ ଭାଷାର ମୌଳିକତାକୁ ନଷ୍ଟ ନକରୁ। ଆଉ ଆଦିକବି ସାରଳା ଦାସ, ସନ୍ଥକବି ଭୀମ ଭୋଇ, ମହାପୁରୁଷ ହାଡ଼ି ଦାସ - ଏମାନେ କେବେ ବି ଅପ୍ରାସଙ୍ଗିକ ନହୁଅନ୍ତୁ।

ବନ୍ଦେ ଉତ୍କଳ ଜନନୀ।

ବିମଳ ପ୍ରସାଦ, ଭୁବନେଶ୍ୱର

Monday, July 18, 2016

କଅଣ ଶିଖାଇଲା ନଗଡ଼ା ଶିଶୁ ମଡ଼କ

ନଅଙ୍କ ଦୁର୍ଭିକ୍ଷର ୧୫୦ତମ ବର୍ଷ ପୂର୍ତି ଅବସରରେ ଯାଜପୁର ଜିଲ୍ଲାର ତଥା କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ସୀମାବର୍ତୀ ବଣୁଆ ଅଞ୍ଚଳରେ ଥିବା ସୁକିନ୍ଦା ବ୍ଲକ୍ ଚିଙ୍ଗୁଡ଼ିପାଳ ପଞ୍ଚାୟତର ନଗଡ଼ା ଗାଅାଁ ସେଇ ସ୍ମୃତିକୁ ଜୀବନ୍ତ କରି ଦେଇଛି। 

ଏହା ଭିତରେ ଆମେ ବେଶ୍ ସଭ୍ୟ ହୋଇଛୁ। ସ୍ୱାଧୀନତା ପାଇଛୁ। ବିକଶିତ ହୋଇଛୁ। ସଡ଼କ ଯୋଗାଯୋଗ ଓ ବାର୍ତ୍ତା ଯୋଗାଯୋଗ କ୍ଷେତ୍ରରେ ଶିଖରକୁ ଉଠିଛୁ। ପାରମ୍ପରିକ ଖାଦ୍ୟ ଛାଡ଼ି ଚାଓମିନ୍, ଚିକେନ୍ ରୋଲ୍, ପିଜା, ବର୍ଗର ଇତ୍ୟାଦି ଖାଇକି ଆଧୁନିକ ହୋଇଛୁ। ଅାଉ ଇଂଲିଶ୍ ଚୋବେଇକି ସେତିକି ସ୍ମାର୍ଟ ବି ହୋଇଛୁ। ହେଲେ ସବୁ କିଛି ଗର୍ବ ଭାଙ୍ଗିଗଲା ଯେବେ ନଗଡ଼ା ଗାଅାଁର ଜୁଅାଙ୍ଗ ଆଦିମ ଜନଜାତି ପରିବାରଗୁଡ଼ିକର ୧୯ ଜଣ ଶିଶୁ, ପୁଷ୍ଟି-ଦୁର୍ଭିକ୍ଷ (Nutrition Famine)ର ଶିକାର ହେଲେ। ଶିକାର ହେଲେ ଅର୍ଥ, ମରିଗଲେ। ଏବେ ସିଧାସଳଖ ବିନ୍ଦୁୱାରୀ ଚର୍ଚା କରିବା ଏହାର ବିଭିନ୍ନ ଦିଗ ଉପରେ...

(୧) ଅତିରିକ୍ତ ପୁଷ୍ଟି ଯୋଗାଣ ପାଇଁ ଉଦ୍ଦିଷ୍ଟ ସମନ୍ୱିତ ଶିଶୁ ବିକାଶ ସେବା (ICDS) ତଥା ଏହାର ଅଙ୍ଗନୱାଡ଼ି କାର୍ଯ୍ୟକ୍ରମ ଯେ ଅଭାବୀ ଗାଅାଁ ଓ ଜନବସତିରେ ପହଞ୍ଚି ପାରି ନାହିଁ, ଏହା ପ୍ରମାଣିତ ହୋଇଗଲା।

(୨) ଅପପୁଷ୍ଟି ପ୍ରବଣ ଅଞ୍ଚଳ ଚିହ୍ନଟ ପାଇଁ ଯେତେ ଯାହା ଅାଜି ସୁଦ୍ଧା କୁହାଯାଉଥିଲା, ସବୁ ମିଛ। ଏହା ବି ଧରାପଡ଼ିଗଲା। ଆଉ ରାଜ୍ୟରେ ଏବେ ବି ଶହଶହ ଗାଅାଁ ଅପହଞ୍ଚ ହୋଇ ରହିଛି, ତାହା ପୁଣି ବିକଶିତ ଯାଜପୁର ଓ କଟକ ଜିଲ୍ଲାରେ, ତାହା ବି ଜଣାପଡ଼ିଗଲା।

(୩) ପୁଷ୍ଟି ପରିଚାଳନା ଉପରେ ବିଭିନ୍ନ ବୈଷୟିକ ସହାୟତା ଓ ରଣକୌଶଳଗତ ସହାୟତା ଯୋଗାଇବା ପାଇଁ ତିନି ଦଶନ୍ଧିରୁ ଅଧିକ କାଳ ହେଲା ଭୁବନେଶ୍ୱରରେ ଦପ୍ତର ଖୋଲି ବସିଥିବା UNICEF ମଧ୍ୟ ଏକ ନିକମା ସଂସ୍ଥା ବୋଲି ଯାହା ଚର୍ଚା ହେଉଥିଲା, ତାହା ସ୍ପଷ୍ଟ ହୋଇଗଲା।

(୪) ତଥାପି ପୁଷ୍ଟି ପରିଚାଳନାର ଅଭାବ ପୂରଣ ପାଇଁ ୨୧ ଡିସେମ୍ବର ୨୦୧୫ରେ ଓଡ଼ିଶା ସରକାରଙ୍କ ସହ Wipro କମ୍ପାନୀ (ଅଜୀମ୍ ପ୍ରେମଜୀ ଫାଉଣ୍ଡେସନ) ଏକ MoU (ବୁଝାମଣା) ସ୍ୱାକ୍ଷର ରିଥିଲା। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଉପସ୍ଥିତିରେ ୱିପ୍ରୋ ଗୃପ୍ ଅଧ୍ୟକ୍ଷ ଅଜୀମ୍ ପ୍ରେମଜୀ ଏକ ୩୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ସ୍ୱାକ୍ଷର କରିଥିଲେ। ସେହି ପ୍ରକଳ୍ପର ନାମ ଥିଲା APPI(Azim Premji Philanthropic Initiatives) ଏବଂ ୮ରୁ ୧୦ ବର୍ଷ ଯାଏଁ ଓଡ଼ିଶାରୁ ଅପପୁଷ୍ଟି ଦୂରୀକରଣ ଏବଂ ମହିଳାଙ୍କ ବିକାଶ ଉପରେ କାର୍ଯ୍ୟ କରିବାର ଲକ୍ଷ୍ୟ ରହିଥିଲା। ଏହା ଭିତରେ ୬ ମାସରୁ ବେଶି ସମୟ ଗଡ଼ିଗଲାଣି। କିଏ କହିପାରିବେ ତାହାର ସାଂପ୍ରତିକ ରୂପରେଖ?

(୫) ରାଜ୍ୟରୁ ଅପପୁଷ୍ଟି ଦୂରୀକରଣ ପାଇଁ ଅଜୀମ୍ ପ୍ରେମଜୀ ସହଯୋଗର ହାତ ବଢ଼ାଇଥିବାରୁ ଆମ ମୁଖ୍ୟମନ୍ତ୍ରୀ ବେଶ୍ ଗଦଗଦ ବି ହୋଇପଡ଼ିଥିଲେ ବି ସେତେବେଳେ। କିନ୍ତୁ ଜଣେ ବେପାରୀ, ଯେବେ ଯାହା ବି କରିବେ, ସେଥିରେ ତାଙ୍କର ମୁନାଫା ଉଠାଇବାର ଅଭିସନ୍ଧି ଯେ ରହିଥାଏ, ତାହା ଏବେ ଜଣାପଡ଼ିଯାଉଛି।

(୬) ନଅଙ୍କ ଦୁର୍ଭିକ୍ଷ ଥିଲା ଖାଦ୍ୟ ଦୁର୍ଭିକ୍ଷ (Food-Famine)। ହେଲେ ଏବେ ବହୁ ମାତ୍ରାରେ ଦେଖାଦେବ ପୁଷ୍ଟି ଦୁର୍ଭିକ୍ଷ (Nutrition-Famine)। ଚାଉଳ କିଲୋ ଟଙ୍କାଏ, ଲୁଣ କିଲୋ ୧୦ ଟଙ୍କା ଏବଂ ଡାଲି କିଲୋ ଦେଢ଼ଶ ଟଙ୍କାରେ ଜୀବନଟା କେତେ ପୁଷ୍ଟିମୟ, ତାହା ବୁଝାଇବା ଅନାବଶ୍ୟକ। ଲୋକଙ୍କୁ ନିକମା କରି ଏକ ସ୍ଥାଣୁ ସମାଜ ଗଠନ ପାଇଁ ଯେଉଁ ବ୍ୟାକୁଳତା, ଏଥିପାଇଁ କେବଳ ‘‘କେନ୍ଦ୍ର ଦାୟୀ’’ ନୁହେଁ, ରାଜ୍ୟ ସରକାର ବି ସମ ପରିମାଣରେ ପାପରେ ଭାଗୀ।

(୭) ବଣ ପାହାଡ଼ ଘେରା ନଗଡ଼ା ଗାଅାଁକୁ ଯିବାକୁ ଯଦି ଭୟ ଲାଗୁଛି, ତେବେ ପୁଷ୍ଟିହୀନତାର ନଗ୍ନ ଉଦାହରଣ ଦେଖିବାକୁ ଦାରିଂବାଡ଼ି ଆସନ୍ତୁ। ଶୀତ ଦିନ ଅାସୁଛି। ଆପଣଙ୍କ ପର୍ଯ୍ୟଟନ ବି ହୋଇଯିବ। ସେତେବେଳକୁ ଗାଅାଁ ରାସ୍ତାରୁ କାଦୁଅ ବି ଶୁ‌ଖି ଯାଇଥିବ। କ୍ୟାମେରା ନଆଣିଥିଲେ ବି ନିଜ ମୋବାଇଲ ଫୋନ‌୍ କ୍ୟାମେରାରେ ତୋଳି ନେଇ ପାରିବେ ଶହଶହ ପୁଷ୍ଟିହୀନ ଶିଶୁଙ୍କ ଦୁବଲା ପତଳା ଶରୀରର ଫଟୋ। ‘‘କଦଳୀ ବିକା, ଯାତରା ଦେଖା’’ ଏକ ସଙ୍ଗେ ହୋଇଯିବ। କ’ଣ ଅାସିବେ ନା?

(୮) ଓଡ଼ିଶାରେ ପୁଷ୍ଟି ଥଇଥାନ କେନ୍ଦ୍ର (Nutrition Rehabilitation Centre)ଗୁଡ଼ିକ ସହରାଞ୍ଚଳରେ ଥିବା ବେଳେ ତାହାର ଭୌଗୋଳିକ ଅବସ୍ଥିତି ସୂଚନା (GIS- Geographical Information System)ର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ପ୍ରଭାବିତ ଶିଶୁର ମାଆଙ୍କୁ ସୂଚନା ଦେବା ପାଇଁ କୌଣସି ନାଗରିକ କୈନ୍ଦ୍ରିକ ଢାଞ୍ଚାର ବ୍ୟବସ୍ଥା ହୋଇନାହିଁ।

(୯) ସବୁଠୁ ନିନ୍ଦନୀୟ ସ୍ଥିତି ହେଲା ଯେ ଏଭଳି ଘଟଣା ପାଇଁ କେହି ଉତ୍ତରଦାୟୀ (Accountatbility) ନୁହନ୍ତି। ICDS ସୁପରଭାଇଜରଙ୍କୁ ଫିକର ନାହିଁ କି CDPOଙ୍କୁ ଫିକର ନାହିଁ। ରବିବାର ଛୁଟିଦିନଟା ମାରା ହୋଇଯିବ ବୋଲି ସରକାରୀ କର୍ମଚାରୀଙ୍କ ଦଳ ଶନିବାର ଅଧାବାଟ ଯାଇ ବାହୁଡ଼ି ଅାସିବାଟା ଏକ ବିପଜ୍ଜନକ ଛଳନା ନୁହେଁ କି?

(୧୦) ସେ ଗ୍ରାମବାସୀଙ୍କର ଭୁଲ ହେଲା, ସେମାନେ ଅାଇନକାନୁନ ଜାଣୁ ନାହାନ୍ତି, ଅାଦିବାସୀବହୁଳ ଅନୁସୂଚିତ ଜିଲ୍ଲାରେ ବସବାସ ନକରି ଏକ ସାଧାରଣ ବର୍ଗର ଜନସଂଖ୍ୟା ବହୁଳ ଜିଲ୍ଲାରେ ବାସିନ୍ଦା ହୋଇଛନ୍ତି। ଏଭଳି କେତେ ହଜାର ଅାଦିବାସୀ ଗାଅାଁର ଲୋକଙ୍କୁ ଅାଦିବାସୀ ବିକାଶ ବିଭାଗର ସୁବିଧା ଯୋଗାଇବା ପାଇଁ ଯେତେ ଦାବି ହେଉଥିଲେ ବି ପ୍ରଶାସନର ନିଦ ଭାଙ୍ଗୁ ନାହିଁ।

(୧୧) ନଅଙ୍କ ଦୁର୍ଭିକ୍ଷ ବେଳର ଯଥେଷ୍ଟ ତଥ୍ୟ ଓ ଫଟୋଚିତ୍ର ନାହିଁ ବୋଲି ଦୁଃଖ କରୁଥିବା ଚିନ୍ତାଶୀଳମାନେ ନଗଡ଼ାର ୧୯ ଜଣ ମୃତ ଶିଶୁଙ୍କ ସମେତ ମୃତ୍ୟୁ ଅପେକ୍ଷାରେ ଥିବା ଅନ୍ୟ ଶିଶୁମାନଙ୍କ ଫଟୋ ଉଠାଇ ବଢ଼ିଆ ଡକ୍ୟୁମେଣ୍ଟ ବନାଇ ପାରିବେ। ଭିଡ଼ିଓ ଉଠାଇକି କେତେ କ’ଣ କରି ବିଦେଶରେ ବିକି ପାଣ୍ଠି ଓ ପ୍ରକଳ୍ପ ଅାଣି ପାରିବେ। କେହି କଲେଣି କି ସମସ୍ତେ ଶୋଇଛନ୍ତି? ଏହି ବିନ୍ଦୁଟିକୁ ଗମ୍ଭୀରତାର ସହ ବୁଝନ୍ତୁ ଅବା ହାଲୁକା ଭାବରେ, ହେଲେ ପଦକ୍ଷେପ ଜରୁରୀ।

(୧୨) ଶିଶୁମାନଙ୍କ ପୁଷ୍ଟିହୀନତାର ସ୍ତର ଯାଞ୍ଚ କରିବା ପାଇଁ ଯେଉଁ କାର୍ଡ଼ ବ୍ୟବହାର କରାଯିବା କଥା, ତାହାର ପ୍ରୟୋଗ ଓଡ଼ିଶାରେ ଦେଖିବାକୁ ମିଳୁ ନାହିଁ (ଏଇ ଚିତ୍ରରୁ ଦେଖନ୍ତୁ)। କେବଳ ଓଜନ ଯନ୍ତ୍ରରେ ଶିଶୁର ଓଜନ ମାପ କରି ଅନୁମାନ ଲଗାଉଛନ୍ତି ସଂପୃକ୍ତ ସରକାରୀ କର୍ମୀମାନେ। ପୁଷ୍ଟିହୀନ ରୂପେ ଚିହ୍ନଟ ହୋଇଥିବା ଶିଶୁମାନଙ୍କୁ ଗୋଟିଏ ବିନ୍ଦୁରୁ ଅନୁଚାଳନା (Monitoring from a single point) ପାଇଁ କୌଣସି ସଫ୍ଟୱେର ମଧ୍ୟ ଅାଜି ସୁଦ୍ଧା ନାହିଁ ଓଡ଼ିଶାରେ। ତଥାପି ଦାମୀ ଦାମୀ ସଭା ସମ୍ମିଳନୀ ଓ ବିମର୍ଶ ହୋଇଚାଲିଛି।

(୧୩) ‘‘ଓଡ଼ିଆ ଜାତିର ଜୀବନଗାଥା’’ ନାମରେ ଏକ ସମ୍ବାଦପତ୍ରରେ ସ୍ତମ୍ଭ ଲେଖୁଥିବା ଜଣେ ବରିଷ୍ଠ ନାଗରିକ ଏକଦା ସେଥିରେ କ୍ଷୋଭ ପ୍ରକାଶ କରିଥିଲେ ଯେ ନଅଙ୍କ ଦୁର୍ଭିକ୍ଷ ଉପରେ ଯଥେଷ୍ଟ ସାହିତ୍ୟ ଓଡ଼ିଆରେ ନାହିଁ। କିନ୍ତୁ ଓଡ଼ିଶାର ଅନାବୃଷ୍ଟି, ମରୁଡ଼ି, ଚିଟଫଣ୍ଡ‌୍ ମହାଠକେଇ, ନଗଡ଼ା ଶିଶୁ ମଡ଼କ ଉପରେ ସେ ନିଜେ କିଛି ସାହିତ୍ୟ ସୃଷ୍ଟି କଲେଣି କି? ଏହା ସତ ଯେ ଏହା ଉପରେ ସେ ଚିନ୍ତା ବି କରି ନାହାନ୍ତି। ରାଜତନ୍ତ୍ରରେ ସାହିତ୍ୟ ଥିଲା Time Pass କରିବାର ଏକ ମାଧ୍ୟମ। ଏବେ ଗଣତନ୍ତ୍ର ତଥା ଅାଧୁନିକ ବିଶ୍ୱରେ ବି ସାହିତ୍ୟ ହୋଇ ରହିଛି ଅାତ୍ମତୃପ୍ତି ହାସଲର ମାଧ୍ୟମ। ତେଣୁ କିଛି କାଳ୍ପନିକ କଥାବସ୍ତୁକୁ ନେଇ ସୃଷ୍ଟି ହେଉଛି କିଛି କବିତା, କାବ୍ୟ, ଗଦ୍ୟ ବା ନାଟକ। ସାହିତ୍ୟ ଏବେ ବି କଳ୍ପନାର ସାମିଅାନାରୁ ମୁକୁଳି ନ‌ଥିବା ବେଳେ ସତ୍ୟର ପ୍ରତିବେଦନ, ସାହିତ୍ୟିକଙ୍କ ଠାରୁ ଆଶା କରିବାଟା ଗଣମାଧ୍ୟମରେ ଏକ ବିଭ୍ରାନ୍ତିକର ଆଭିମୁଖ୍ୟ ନୁହେଁ କି?

(୧୪) ଶହଶହ Expert ଓ Consultantଙ୍କୁ ନେଇ କୋଟି କୋଟି ଟଙ୍କା ଉଡୁଥିଲେ ସୁଦ୍ଧା ଆଦିବାସୀବହୁଳ ଅଞ୍ଚଳରେ ଶିଶୁମାନେ ମରି ଗଡ଼ୁଛନ୍ତି ପୁଷ୍ଟିହୀନତାରେ। କିଛି ଦିନ ତଳେ ଆମ୍ଭେ କାହା ପାଇଁ ଖାଦ୍ୟ ଆୟୋଗ ଶିରୋନାମାରେ ଏଭଳି ବ୍ଲଗ୍ ଲେଖି ବର୍ଷିଥିଲୁ ରାଜ୍ୟର ପ୍ରଥମ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ାଙ୍କ ଉପରେ। କାରଣ ସେ ଜଣେ ଆଦିବାସୀ ତଥା ସେବାନିବୃତ୍ତ IAS ଅଧିକାରୀ।

(୧୫) ପାହାଡ଼ିଅା, ବଣୁଆ ଅଞ୍ଚଳରେ ଏକ ପ୍ରାକୃତିକ ପୁଷ୍ଟି ପରିଚାଳନାକାରୀ ଖାଦ୍ୟ ହେଉଛି ମାଣ୍ଡିଆ ପେଜ। ପ୍ରଶାସନ ଏହାକୁ ଅଣଦେଖା କରି ଭାତ ଖୋଇବା ପାଇଁ ଟଙ୍କାକିଆ ଚାଉଳ ଯୋଗାଣ କରିବା ସହ ଓ ଧାନ ଚାଷକୁ ପ୍ରୋତ୍ସାହିତ କରି ଚାଲିଲା। ଫଳରେ ମାଣ୍ଡିଆରୁ ମୁହଁ ଫେରାଇବାକୁ ଲାଗିଲେ ଆଦିବାସୀ। କିନ୍ତୁ ବାରମ୍ବାର ଦାବି କରିବା ପରେ ସରକାରଙ୍କ ଚେତା ପଶିଛି। ଅଥଚ ୭ଟି ପାହାଡ଼ିଅା ଜିଲ୍ଲାରେ ୫ ବର୍ଷରେ ମାତ୍ର ୬୫ କୋଟି ଟଙ୍କା ବିନିଯୋଗରେ ମାଣ୍ଡିଆ ଚାଷର ପୁନରୁଦ୍ଧାର ଯୋଜନା କରିବାଟା ଏକ ଅପରିପକ୍ୱତା ନୁହେଁ କି?

ଭୋଟ‌୍ ରାଜନୀତିରେ ପରିଚାଳିତ ହେଉଥିବା ଏ ବ୍ୟବସ୍ଥା ଏକ ଖଜୁରୀ ଗଛ, ଯାହା ମୂଳରୁ ପାହାଚ ପାହାଚ। ପୁଣି ଅାଉ କେବେ। ଅାପଣ ବି କିଛି କୁହନ୍ତୁ ନା!

ବିମଳ ପ୍ରସାଦ, ଭୁବନେଶ୍ୱର

Sunday, July 17, 2016

୩ ବର୍ଷରେ ଦକ୍ଷତା ବିକାଶ ହଜାରେ କୋଟି ଟଙ୍କାର

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(OSDA)ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ନିଜର ଭାବପ୍ରକାଶ କରିଛନ୍ତି ସରକାରୀ ଚ୍ୟାନେଲ ଦୂରଦର୍ଶନ(ଓଡ଼ିଆ)ରେ ୧୪ ଜୁଲାଇ ୨୦୧୬, ଗୁରୁବାର ସଂଧ୍ୟା ୭ଟାରେ। ତାଙ୍କୁ ସାକ୍ଷାତକାର କରିଥିଲେ ଓଡ଼ିଶାର ପ୍ରଥମ ପିଢ଼ିର ଟିଭି ସାମ୍ବାଦିକ ବୀରେନ୍ ଦାସ। ସେଇଠୁ ଜଣାପଡ଼ିଲା ଯେ ଓଡ଼ିଶାରେ ତଥା ଓଡ଼ିଆ ଲୋକଙ୍କର ଦକ୍ଷତା ବିକାଶ ପାଇଁ ୩ ବର୍ଷରେ ଖର୍ଚ ହେବ ହଜାରେ କୋଟି ଟଙ୍କା। ଅର୍ଥାତ୍ OSDA ଜରିଆରେ ହିଁ ସେହି ଧନ ଖର୍ଚ ହେବ। ଚୌକି ଟେବୁଲ, ଗାଡ଼ି ମଟର, ଏୟାରକଣ୍ଡିସନର, ଆଲମାରୀ, ଫାଇଲ କ୍ୟାବିନେଟ୍ ଇତ୍ୟାଦି କିଣାକିଣି ହେବା ପରେ ବର୍ଷକୁ ଖର୍ଚ ହେବ ପ୍ରାୟ ୩୩୨ କୋଟି ଟଙ୍କା। ହିସାବ କଲେ ମାସକୁ ପଡୁଛି ୨୭ କୋଟି ୬୦ ଲକ୍ଷ ଟଙ୍କା। ଏହି ବିପୁଳ ପାଣ୍ଠି ଲୋଭରେ ଏବେ ଶହଶହ ପେସାଦାର ବ୍ୟକ୍ତି ତୋଷାମଦିଆ ପାଲଟିବେ ସୁବ୍ରତ ବାବୁଙ୍କର। ଅସଲ କଥା ହେଲା ସେଇ ପାଣ୍ଠି ସବୁ କେନ୍ଦ୍ର ସରକାରଙ୍କୁ ମିଳିବ Skill India ଅଧୀନରେ ଏବଂ ତାହାକୁ Skilled in Odisha ବ୍ରାଣ୍ଡ୍‌ରେ ଖର୍ଚ କରିବାକୁ ଚାହୁଛନ୍ତି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସେହି ଟିଭି ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି।

ଦୁଃଖର କଥା ଯେ ଓଡ଼ିଶାର ଦକ୍ଷତା ଅଭାବ ପୂରଣ କରିବାକୁ ଓଡ଼ିଶାରେ ବ୍ୟକ୍ତି ବା ସଂସ୍ଥାର ଅଭାବ ଦେଖାଦେବ, ତେଣୁ ରାଜ୍ୟ ବାହାରର ସଂସ୍ଥାମାନଙ୍କୁ ଠିକାରେ ଲଗାଯିବ। ଏପରି କହିବାର ଉଦ୍ଦେଶ୍ୟ ହେଲା ଅତୀତ ଓ ବର୍ତମାନରେ ସେୟା ଚାଲିଛି। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟ ଗ୍ରାମ ଉନ୍ନୟନ ପ୍ରତିଷ୍ଠାନ (SIRD) ପଞ୍ଚାୟତ ପ୍ରତିନିଧିମାନଙ୍କର ଦକ୍ଷତା ବିକାଶ ପାଇଁ ଏଭଳି ବଡ଼ ଧରଣର ଉଦ୍ୟମ ଆରମ୍ଭ କରିଥିଲା। କିନ୍ତୁ ଫଳ ମିଳିଲା ଆଳୁ। କାରଣ ଏଥିରେ ନିଯୁକ୍ତ କରାଯାଇଥିଲା Centrum ନାମକ Airtel କମ୍ପାନୀର ଏକ ସହଯୋଗୀ କମ୍ପାନୀକୁ। ସୁବ୍ରତ ବାବୁ ବି ସେୟା କରିବେ। ଓଡ଼ିଶାର ୩୦ଟି ଯାକ ଜିଲ୍ଲା ବୁଲିକି ଆସିଛନ୍ତି ବୋଲି ସେଇ ଟିଭି ସାକ୍ଷାତକାରେ କହିଛନ୍ତି। ଏବେ କାମ ବାଣ୍ଟି ଦେବେ ବିଭିନ୍ନ ସଂସ୍ଥାକୁ। କିଏ ଭିଡ଼ିଓ ଫିଲ୍ମ ବନେଇବେ, କିଏ ପୋଷ୍ଟର-ପୁସ୍ତିକା (ଯାହାକୁ କହୁଛନ୍ତି IEC) ବନେଇବେ, କିଏ ରାଜ୍ୟ ସାରା ବୁଲି ବୁଲି ତାଲିମ ଦେବେ, କିଏ ଏକ୍ସପର୍ଟ ବିଭିନ୍ନ ଆଇଡିଆ ଦେବେ, କିଏ ଦକ୍ଷତା ବିକାଶର ବହି ଲେଖିବେ - ଏମିତି ସବୁ ଲୋକ ଚିହ୍ନଟ କରି ପୁଳାଏ ପୁଳାଏ ଅର୍ଥ ବି ବଣ୍ଟାଯିବ, ନହେଲେ ଏତେ ଗୁଡ଼ିଏ ଟଙ୍କା କ’ଣ ବର୍ଷକରେ ସରିବ?

ପୂର୍ବ ଅନୁଭୂତିକୁ ଆଧାର କରି ଭବିଷ୍ୟବାଣୀ କରିବାରେ ଏ ଲେଖକର କିଛି ବାହାଦୂରୀ ନାହିଁ। ଏଠାରେ ଟିକିଏ ଇତିହାସକୁ ମନେ ପକାଇଦେବାକୁ ଚାହେ। ୧୯୮୫ରୁ ୧୯୯୫ ମସିହା ମଧ୍ୟରେ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲା ସଂପୂର୍ଣ ସାକ୍ଷର ହୋଇସାରିଛି। ‘‘ସଂପୂର୍ଣ ସାକ୍ଷରତା ଅଭିଯାନ’’ ନାମରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଥିଲା ସବୁ ଜିଲ୍ଲାରେ। ‘‘ଜିଲ୍ଲା ସାକ୍ଷରତା ସମିତି’’ ଥିଲା ଏହି ବିଶାଳ ଅଭିଯାନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସଂସ୍ଥା। ତାହାର ଅଧ୍ୟକ୍ଷ ଥିଲେ ଜିଲ୍ଲାର ଜିଲ୍ଲାପାଳ। କେବଳ ସଭାସମିତି ୋଜନ, ୋଭାଯାତ୍ରା ୋଜନ, ପରିଦର୍ଶନ; ବହିଖାତା, କଲମ, ଚକ୍, ଡଷ୍ଟର, ଲଣ୍ଠନ, ବ୍ଲାକ୍‌ର୍ଡ଼ କିଣାରେ ସମଗ୍ର ପ୍ରକଳ୍ପର ପାଣ୍ଠି ବିନିଯୁକ୍ତ ହେଉଥିଲା। ଜିଲ୍ଲାର ଚଳନ୍ତି ପ୍ରତିମା, ମାନେ ସ୍ଵୟଂ ଜିଲ୍ଲାପାଳଲେମାଲ ୋଇଛନ୍ତି ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ମଧ୍ୟ ପର୍ସେ୍ଟେଜ୍ ଆକାରେ ବିପୁଳ ଧନ ହାସଲ କରିଛନ୍ତି। କିନ୍ତୁ ଗାଁ, ପଲ୍ଲୀ ଓ ସାହି ସ୍ତରରେ ଯେଉଁମାନେ ଅପାଠୁଆ ବା ନିରକ୍ଷରମାନଙ୍କୁ ପାଠ ପଢ଼ାଉଥିଲେ, ସେମାନେ ଥିଲେ Volunteer. ଏହି ଇଂଲିଶ୍‌ ଶବ୍ଦକୁ ଓଡ଼ିରେ ୌଣସି ଶବ୍ଦରେ ପ୍ରକାଶ କରିବାକୁ ଚାହୁନି। କାରଣ ସେମାନେ ୌଣସି ପାରିଶ୍ରମିକ ପାଉ ନଥିଲେଅଥଚ କେଉଁ ମାପକାଠିରେ କେଜାଣି ସଂପୂର୍ଣ ସାକ୍ଷର ଜିଲ୍ଳା ୋଷଣା ୋଇ ବିଶାଳ ସଭାର ୋଜନ ମାଧ୍ୟମରେ ଉତ୍ସବ ପାଳିତ ହେଉଥିଲା। ସତରେ କ’ଣ ଓଡ଼ିଶା ସବୁ ଜିଲ୍ଲା ସଂପୂର୍ଣ ସାକ୍ଷର ୋଇଯାଇଛି (ଏବେ ୨୦୧୬ରେ ବି ହେଉ)? ଆପଣ ତ ଜାଣିଛନ୍ତି ଭଲ ଭାବରେ। ଏହା କହିବାର ଉ୍ଦେଶ୍ୟ ହେଲା, ‘ସାକ୍ଷରତା’ ଆଳରେ ଯେମିତି ଟଙ୍କା ବାଣ୍ଟିବାର ବୁଦ୍ଧି ସେତେବେଳେ ‘ୋଜନା ୋଗ’ ମୁଣ୍ଡରେ ଢୁକିଥିଲା; ଏବେ ‘ନୀତିୋଗ ମୁଣ୍ଡରେ ଢୁକିଛି ‘‘ଦକ୍ଷତା ବିକାଶ’’ଆଉ ଉପର ମହଲରେ ବଡ଼ବଡ଼ିଆ ସବୁ ପାଇବେ ଭଳିକି ଭଳି ଭତ୍ତା, ହେଲେ ତଳସ୍ତରରେ ୋଜା ହେବେ Volunteer. ମାନେ ଇଏ ମଳିମୁଣ୍ଡିଆମାନଙ୍କୁ ପଟି ମାରିବାର ଏକ ବାଟ।

ଆଜି ଖବରକାଗଜରେ ପ୍ରକାଶ ପାଇଛି ଯେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଚାଷର ଉନ୍ନତି ପାଇଁ ୫ ବର୍ଷରେ ଖର୍ଚ ହେବ ୬୫.୫୪ ୋଟି ଟଙ୍କା। ୭ଟି ଜିଲ୍ଲାରେ ଏହି ପାଣ୍ଠି ଖର୍ଚ ହେବ। ଏବେ ତୁଳନା କରନ୍ତୁ, ଗରିବ ଓଡ଼ିଶାରେ ସ୍ଵାସ୍ଥ୍ୟକ ଖାଦ୍ୟାଭ୍ୟାସର ପୁନରୁଦ୍ଧାର ପାଇଁ ୫ ବର୍ଷରେ ମାତ୍ର ୬୫ ଟି ଟଙ୍କା ଖର୍ଚ ହେଉଥିବା ବେଳେ ଦକ୍ଷତା ବିକାଶ ପାଇଁ ଖର୍ଚ ହେବ ୩ ବର୍ଷରେ ୧୦୦୦ ୋଟି ଟଙ୍କା।

୧୨ ଜୁଲାଇ ୨୦୧ରେ ସର୍ବସାଧାରଣଙ୍କ ସହ ପ୍ରଥମ ସାମ୍ନାସାମ୍ନି ଥିଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହତାରେ ଅନୁଷ୍ଠିତ ଏକ କର୍ମଶାଳାରେ। ତାହା ମୁଖ୍ୟତଆଇଟିଆଇ(ITI) ଉପରେ ପର୍ଯ୍ୟବେଶିତ ଥିଲା। ୧୪ ତାରିଖର ସାକ୍ଷାତକାରରେ ମଧ୍ୟ ସେହି ଆଇଟିଆଇ ଉପରେ ଜବାବ ରଖିଥିଲେ ଶ୍ରୀ ବାଗ୍‌ଚୀ। କିନ୍ତୁ ସେ ଜାଣି ରଖିବା ଦରକାର ଯେ ଓଡ଼ିଶାରେ ଏବେ ସବୁ ବ୍ଲକ୍‌ରେ ଆଇଟିଆଇ ସାର୍ଟିଫିକେଟ ବିକ୍ରୀ ହେଉଛି। ଯଦି ବି ସେଭଳି ଆଇଟିଆଇ ଉତ୍ତୀର୍ଣ ଯୁବକଯୁବତୀଙ୍କୁ ଅତିରିକ୍ତ ଦକ୍ଷତା ବିକାଶରେ ସାମିଲ  କରାଯାଏ, ସେମାନଙ୍କୁ କର୍ମସଂସ୍ଥାନ ମିଳିବ ତ? କିଏ ଗ୍ୟାରେଣ୍ଟି ଦେବ? ସର୍ବଭାରତୀୟ ସ୍ତରରେ ଓଡ଼ିଆମାନେ ନିକମା ୋଲି ଯେଉଁ ଧାରଣା ବଦ୍ଧମୂଳ ୋଇଯାଇଛି, ତାକୁ କିଏ ବଦଳାଇବ?

ସାମ୍ବାଦିକ ବରେନ୍ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ବାଗ୍‌ଚୀ କଥାଛଳରେ କହିଛନ୍ତି ଯେ ଠେକୁଆ ଧରିବାର ୌଶଳ ଯିଏ ଜାଣିଛି, ସେ ହାତୀ ଧରିପାରିବ ନାହିଁ। ଏବେ ସମସ୍ତଙ୍କୁ ହାତୀ ଧରିବାର ୌଶଳ ଶିଖାଇବାକୁ ପଡ଼ିବ। କିନ୍ତୁ ବାଗ୍‌ଚୀ ମଧ୍ୟ ଜାଣିବା ଦରକାର ଯେ ହାତୀଧରାଳି ମଧ୍ୟ ଠେକୁଆ ଧରିପାରିବ ନାହିଁ। ୍ଭେ କହିବାକୁ ଚାହୁଁ ଯେ ଠେକୁଆ ଧରାଳି ବଣିହେଲେ, ହାତୀ ଧରାଳି ହେଉଛି କମାର। ତେଣୁ କେବଳ କମାର ଦକ୍ଷତାର ବିକାଶ କଲେ, ବଣିଆ କାମ କିଏ କରିବ?

ଆଜି ସୁଦ୍ଧା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ୌଣସି Website ଦେଖିବାକୁ ମିଳୁ ନାହିଁ। ଏପରିକି ଶ୍ରୀ ବାଗ୍‌ଚୀଙ୍କୁ ଦେଇଥିବା ଇମେଲର ପ୍ରାପ୍ତିସ୍ଵୀକାର ମଧ୍ୟ ସେ ଆଜି ସୁଦ୍ଧା କରି ନାହାନ୍ତି। ଦକ୍ଷତା’ ମଧ୍ୟ ବ୍ୟକ୍ତିଗତ ଶିଷ୍ଟାଚାରର ଏକ ଅଂଶ। ମଣିଷ ପାଖରୁ (ମେସିନ୍ ପାଖରୁ ଆସିଥିବା ଇମେଲର ଉତ୍ତର ଦେବା ଦରକାର ୋଇନଥାଏ) ଆସିଥିବା ଇମେଲର ଜବାବ ଦିଆଯାଏ ବା ଅତି କମ୍‌ରେ ପ୍ରାପ୍ତିସ୍ଵୀକାର କରାଯାଏ। ଏହା ଏକ ଗାଣତନ୍ତ୍ରିକ ଆଚରଣ, ଠିକ୍‌ Website ଭଳି। ସେ ଏକ ଘୋଇ କମ୍ପାନୀର ସର୍ବେସର୍ବା ଥିବାରୁ ଏହି ଗାଣତନ୍ତ୍ରିକ ଆଚରଣ ଜାଣି ନାହାନ୍ତି। ଏକ ଲାଭକାରୀ କମ୍ପାନୀରେ ଗଣତନ୍ତ୍ର ଆବଶ୍ୟକ ୋଇନଥାଏ। ମାଲିକଙ୍କ ମୁଣ୍ଡକୁ ଯାହା ଆସିଲା, ତାହା କାର୍ଯ୍ୟକାରୀ ହୁଏ। କେବଳ ଯାହା ମାନବାଧିକାରକୁ ଓ ଦେଶର ଆଇନକାନୁନକୁ ସିଧାସଳଖ ଅବମାନନା କରୁ ନଥିବା ଦରକାର। ଗଣତନ୍ତ୍ରରେ ୋକଙ୍କଠୁ ପରାମର୍ଶ ନିଆଯାଏ। ସେ ୌଣସି ପରାମର୍ଶ ନନେଇ କାର୍ଯ୍ୟକ୍ଷେତ୍ରକୁ ଓହ୍ଲାଇବେ ଏବଂ ରା୍ୟ ବାହାରର ବଡ଼ ବଡ଼ କମ୍ପାନୀକୁ ଠିକାରେ ଦେଇଦେବେ। ସେ ନିଜ ୋଷାମଦିମାନଙ୍କୁ ଯଦି ୋକ’ ୋଲି ଭାବୁଥାଆନ୍ତି, ତେବେ ଏହା ଗଣତନ୍ତ୍ରରେ ଏକ ମସ୍ତବଡ଼ ପାଗଳାମି।

ଓଡ଼ିଶାର କମ୍ପାନୀ ବା ସଂସ୍ଥାମାନେ ୫୦ ଲକ୍ଷ ଟଙ୍କିଆ ମୁଣ୍ଡ। ଆଉ ପଚାଶ ପଚାଶ କରି ବାଣ୍ଟିଲେ, ବହୁତ ସଂସ୍ଥାକୁ ସାମିଲ କରି ଝାମେଲାରେ ଫସିବାକୁ ହେବ। ତେଣୁ ୫୦ ୋଟି ଟଙ୍କା ହ୍ୟାଣ୍ଡଲ୍ କରୁଥିବା ରାଜ୍ୟ ବାହାରର ଅନଭିଜ୍ଞ ସଂସ୍ଥାକୁ ଦିଆଯିବ। କାରଣ ସେମାନେ ଭଲ ବଟି ବି ଦେବେ କିରାଣୀ ଠୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ। ଏଇ ବାସ୍ତବତାଗୁଡ଼ିକୁ ଆଗୁଆ ଜାଣିଥିଲେ, ଆପଣଙ୍କ ଭିତରେ ଯଦି କେହି ବିପ୍ଳବୀ ଥିବେ, ନିଶ୍ଚୟ ଏ ରାଜ୍ୟର ସ୍ଵାର୍ଥ ସପକ୍ଷରେ ଆଗକୁ ବାହାରିପାରିବେ। ଘଟଣା ରେ ବା ଚୋରି ୋଇଗଲା ପରେ ୋରକୁ ୋଜି କିଛି ଲାଭ ନାହିଁ। ଯେଉଁଠି ଚୋର ଗ୍ୟାଙ୍ଗ୍ ବସି ୋରିର ୋଜନା କରୁଛନ୍ତି, ତାହାକୁ ଧରିବା ସପକ୍ଷରେ ମେ ଏଭଳି ଲେଖି ଚାଲିଛୁ। 

ଦକ୍ଷତାର ଅଭାବ କେଉଁଠି?
(୧) ଓଡ଼ିଶାର ପ୍ରାଶାସନିକ ସ୍ଥାଣୁତା ବି ଦକ୍ଷତା ଅଭାବର ପ୍ରତିଫଳ। ଏହି ସ୍ଥାଣୁତା ଦୂରୀକରଣ ପାଇଁ ସୁବ୍ରତ ବାବୁଙ୍କ ପାଖରେ କିଛି ଗଦ ଅଛି କି? ମାନେ ସେଥିପାଇଁ କ’ଣ ଦକ୍ଷତା ବିକାଶ ରଣନୀତି ଅଛି?

(୨) ଓଡ଼ିଶାରେ ଅଣଓଡ଼ିଆ IAS ଅଧିକାରୀଙ୍କ ସଂଖ୍ୟା ବହୁତ ବଢ଼ିଗଲାଣି। ଓଡ଼ିଶାର ଶାସନ ଓଡ଼ିରେ ହେବା ପାଇଁ ଅଧିକାରୀମାନେ ଓଡ଼ିରେ କହିବା ଲେଖିବାର ଦକ୍ଷତା ବିକାଶ ପାଇଁ ସୁବ୍ରତ ବାବୁ କାହିଁକି ଭାବି ନାହାନ୍ତି? ସେ କ’ଣ ବୁଝନ୍ତି ଦକ୍ଷତା ବିକାଶ ଅର୍ଥ, ଓଡ଼ିଆ ଭାଷାର ହତ୍ୟା?

(୩) ସାଧାରଣତଃ OASରୁ ପୋନ୍ନତି ପାଇ IAS ୋଇ ଜିଲ୍ଲାପାଳ ହେଉଥିବା ଚାକିରିଆମାନଙ୍କୁ ନିକମା ୋଲି ରାଜ୍ୟବାସୀ ବିବେଚନା କରି ଆସିଛନ୍ତି। ଏହାର ୌଣସି ତର୍କବିତର୍କ ବା ପ୍ରମାଣ ଉପସ୍ଥାପନ ଅନାବଶ୍ୟକ। କାରଣ ଏହା ଶନ୍ଧି ଦଶନ୍ଧିର ଏକ ସତ୍ୟ। ଉଦାହରଣ ସ୍ଵରୂପ, ଯାଜପୁର ଜିଲ୍ଲାର ନଗଡ଼ା ଗାଆଁର ଅପପୁଷ୍ଟି ଜନିତ ଶିଶୁମଡ଼କ ମାମଲାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ନୀରବତା। ସେ ଅଗଷ୍ଟ ମାସରେ ଅବସରଗ୍ରହଣ କରୁଥିବାରୁ ନିଜର ସର୍ଭିସ୍‌ବୁକ୍‌, ଗୁପ୍ତ ଚରିତ୍ର ପଂଜିକା ଇତ୍ୟାଦିରୁ ଧୂଳି ଝାଡ଼ିବରେ ବ୍ୟସ୍ତ। କାରଣ ଏସବୁ ଓକେ ଥିଲେ ଜିପିଏଫ୍‌, ଗ୍ରାଚୁଇଟି, ପେନ୍‌ସନ୍‌ ଇତ୍ୟାଦି ଫଟ୍‌କିନି ମିଳିଯିବ। ୟାଡ଼େ ଦୁନିଆ ଭାସିଗଲେ କ’ଣ ଯାଉଛି ୋ!

(୪) ସେହିଭଳି ବ୍ୟବସ୍ଥାପିକା ସ୍ତରରେ ମଧ୍ୟ ଓଡ଼ିଶାରେ ସ୍ଥାଣୁତା ରହିଛି। ଏଇ ଯେମିତି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାରୁ କଳାପତାକା ଅଭିଯାନ ବନ୍ଦ ହେଲା। େ କହିଲେ ଯେ ଅଗଷ୍ଟ ୧୫ରୁ ଓଡ଼ି ଭାଷରେ ଓଡ଼ିଶାର ଶାସନ ଚାଲିବ। ହେଲେ ଆଜି ସୁଦ୍ଧା କିଛି ବି ଅଗ୍ରଗତି ୋଇ ନାହିଁ। ଯାହାବି ହେବ ତାହାତ ମୁଖ୍ୟମନ୍ତ୍ରୀ ଏକୁଟିଆ କରିବେନି, ଏଥିପାଇଁ ଅନ୍ୟ ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀଙ୍କର ଅବଦାନ ଆବଶ୍ୟକ। କିନ୍ତୁ ସେ ଯଦି ଲାଙ୍ଗୁଡ଼ ଜାକିକି ଦଳୀୟ ହାଇକମାଣ୍ଡଙ୍କ ସହ କଥା ହେବେନି, ନିଜ ଆଡ଼ୁ ଆଗ୍ରହର ସହ କିଛି କରିବେନି, ତେବେ ଏହା ରାଜ୍ୟବାସୀଙ୍କ ସହ ୋକାବାଜି ନୁହେଁ କି ? ଯଦି ସେହି ଦକ୍ଷତା ଅଭାବର ପୂରଣ ନହେଲା, ଇଏ କାହା ଦକ୍ଷତା ପୂରଣ କରି ଏ ରାଜ୍ୟଟାକୁ ଓଲଟାଇ ପକାଇବେ?

(୫) ଓଡ଼ିଶାର ସାଂସଦମାନଙ୍କର ହିନ୍ଦୀ ଓ ଇଂଲିଶ୍‌ରେ ଦିପଦ ପ୍ରଭାବଶାଳୀ କଥା କହିବାର ଦକ୍ଷତା ବି ନାହିଁ। ଫଳରେ ର୍ବଭାରତୀୟ ସ୍ତରରେ ଓଡ଼ିଆ ସାଂସଦମାନଙ୍କର ଖାସ୍‌ କାଟ୍‌ତି ନାହିଁ। ତେଣୁ ଏହା ଦ୍ଵାରା କ୍ଷତିଗ୍ରସ୍ତ ହେଉଛି ଓଡ଼ିଶା ମାବା ଉତ୍କଳ ଜନନୀ। ଦକ୍ଷିଣ ଭାରତୀୟ ସାଂସଦଙ୍କ ଭଳି ଯେମିତି ପ୍ରଭାବଶାଳୀ ଢଙ୍ଗରେ କହିପାରିବେ, ଅକା୍ୟ ଦାବି ଉପସ୍ଥାପନ କରିପାରିବେ, ସେହି ଦକ୍ଷତା ବିକାଶ ପାଇଁ ସୁବ୍ରତ ବାବୁଙ୍କର କିଛି ୋଜନା ଅଛି କି?

 (୬) ସେହିଭଳି ବିଧାୟକମାନଙ୍କର ମଧ୍ୟ ଲେଖିବା, କହିବା ଦକ୍ଷତାୋର ଅଭାବ ରହିଛି। ଏପରିକି ଗୃହରେ ଶାଳୀନତା କ୍ଷା କରିବାରେ ୋର ଅଭାବ ରହିଛି। ସଂସଦୀୟ ଆଚରଣ ମେତ ବିବିଧ ଦକ୍ଷତାର ଅଭାବ ପୂରଣ ପାଇଁ ସୁବ୍ରତ ବାବୁଙ୍କର କ’ଣ ୋଜନା ଅଛି? ବାରମ୍ବାର ସୁବ୍ରତ ବାବୁ ଲେଖିବାର ଯୁକ୍ତି ହେଲା ଯେ ସେ ନିଜେ ଯାହା ଭାବିଛନ୍ତି, ତାହାକୁ ହିଁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ୌଣସି ଗାଣତନ୍ତ୍ରିକ ପଦ୍ଧତି ଅବଲମ୍ବନ କରାଯାଉନାହିଁ। କାରଣ ଏବେ ସୁଦ୍ଧା ୌଣସି ଗେଜେଟ୍ ବିଜ୍ଞପ୍ତି ବାହାରି ନାହିଁ କି OSDAର ୌଣସି Website ଏବେ ସୁଦ୍ଧା ଆରମ୍ଭ ୋଇ ନାହିଁ।

ବେ ବି ସମୟ ଅଛି, ସୁବ୍ରତ ବାବୁ ନିଜର ଅହଂକାର ତ୍ୟାଗ କରି ଗଣତନ୍ତ୍ରକୁ ବୁଝନ୍ତୁ, ସରକାର କ’ଣ, ରାଜ୍ୟ କ’ଣ ଓ ରାଷ୍ଟ୍ର କ’ଣ ବୁଝନ୍ତୁ। ସରକାରଟା ଏକ ପ୍ରାଇଭେଟ କମ୍ପାନୀ ନୁହେଁ, ଏହାକୁ ଗଭୀର ଭାବେ ବୁଝନ୍ତୁ। ନିଜର କାତି ଛଡ଼ାନ୍ତୁ। ଗାଣତନ୍ତ୍ରିକ ଢାଞ୍ଚାକୁ ବୁଝନ୍ତୁ। ଆପଣ ଯଦି ଏଇ ଲେଖାଟିର ପ୍ରତିଟି ବାକ୍ୟ ପଢ଼ିଛନ୍ତି, ତେବେ ଏ ରାଜ୍ୟର ଭାଗ୍ୟ ଭବିଷ୍ୟତକୁ ସୁରକ୍ଷା ଦେବାରେ ଆପଣ ଣେ ୈନିକ ୋଇପାରିବେ।

୍ଦେ ଉତ୍କଳ ଜନୀ। ଭାରତ ମାତାକୀ ଜୟ।

ବିମଳ ପ୍ରସାଦ, ଭୁବନେଶ୍ଵର