Tuesday, March 22, 2016

ଜଗମୋହନ କଅଣ ଓ ମରାମତି କେମିତି

କୁହାଯାଏ ଓଡ଼ିଶାର ଗୋଟିଏ ସଂସ୍କୃତି, ଜଗନ୍ନାଥ ସଂସ୍କୃତି ପ୍ରତ୍ୟେକଟି ସାଂସ୍କୃତିକ ବିଭବ ଗୁନ୍ଥି ହୋଇ ରହିଛି ପ୍ରଭୁ ଜଗନ୍ନାଥଙ୍କ ପାଖରେ ସେଇ ଚତୁର୍ଧା ମୂରତି ପାଖରେ ଆଉ ସେଇଥି ପାଇଁଓଡ଼ିଆଓଡ଼ିଶା ଅସ୍ମିତା(Identity) ପାଲଟି ଯାଇଛି ବଡ଼ଦେଉଳବାଶ୍ରୀମନ୍ଦିରବା ଜଗନ୍ନାଥ ମନ୍ଦିର କିଛି ଓଡ଼ିଆ ବହୁ ବର୍ଷ ଧରି କୌଣସି ଦୂରବର୍ତୀ ସହରରେ ବସବାସ କଲେ, ନିଜର ଉପସ୍ଥିତି ଜାହିର କରିବା ପାଇଁ ନିର୍ମାଣ କରିଥାଆନ୍ତି, ଜଗନ୍ନାଥ ମନ୍ଦିର ତାହା ରାଜ୍ୟ ବାହାରେ ହେଉ ଅବା ଦେଶ ବାହାରେ ଆଉ ସେଇ ମନ୍ଦିରରେ ସତେ ଯେମିତି ବନ୍ଧାଯାଇଥାଏ ଓଡ଼ିଆମାନଙ୍କର ପାରସ୍ପରିକ ସଂପର୍କର ଡୋରି! ହେଲେ ଏସବୁର ମୂଳ ହେଉଛି ଶ୍ରୀକ୍ଷେତ୍ର ପୁରୀର ଜଗନ୍ନାଥ ମନ୍ଦିର ସହସ୍ର ବର୍ଷର ଏହି ପ୍ରାଚୀନ ମନ୍ଦିରର ଜଗମୋହନରୁ ବାରମ୍ବାର ପଥର ଖସୁଥିଲେ ସୁଦ୍ଧା କେବଳ ବିଶେଷଜ୍ଞମାନେ ତୁହାକୁ ତୁହା ପରିଦର୍ଶନ କରୁଛନ୍ତି, ଅଥଚ କାମ ଶୂନ ଦିନେ ଦୁଇଦିନର କଥା ନୁହେଁ, ବର୍ଷ ବର୍ଷ ଧରି ଏହି ପ୍ରହସନ ଚାଲିଛି କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନରେ ଏହାର ରକ୍ଷଣାବେକ୍ଷଣ ଥିବା କହି ଓଡ଼ିଶା ପ୍ରଶାସନ ଚୁପ୍ବସୁଥିବା ବେଳେ କେନ୍ଦ୍ରୀୟ ବିଭାଗର ଅଧିକାରୀମାନେ ବି ଦିନ ଗଡ଼ାଇବାରେ ମାହିର। ଅଥଚ ସେଇ ଅଧିକାରୀମାନଙ୍କ ଦରମା ପାଇବାରେ ଆଦୌ କୌଣସି ଊଣା ହେଉ ନାହିଁ

ଜଗମୋହନ?
ମୁଖଶାଳା ମନ୍ଦିରର ମଧ୍ୟଭାଗ ହେଉଛି ଜଗମୋହନ ବିଶେଷତଃ ପ୍ରାଚୀନ ମନ୍ଦିରଗୁଡ଼ିକରେ ଏଭଳି ନିର୍ମାଣ ଢାଞ୍ଚା ଦେଖିବାକୁ ମିଳିଥାଏ ଭିଡ଼ ଥିବା ସମୟରେ ସାଧାରଣତଃ ଜଗମୋହନ ପାଖରୁ ଦର୍ଶନ କରି ବାହାରିଯିବାଟା ସୁବିଧା ହୋଇଥାଏ ଦୂରରୁ ଦେଖିଲେ ବଡ଼ ମନ୍ଦିର ପାଖରେ ଏହାର ଉପରିଭାଗ ଆଉ ଏକ ସାନ ମନ୍ଦିରର ଭ୍ରମ ସୃଷ୍ଟି କରେ ତେବେ ବିପୁଳ ଭକ୍ତଙ୍କ ସମାଗମକୁ ସମ୍ଭାଳିବା ଏବଂ ଭାରତ ଭଳି ଏକ ଗ୍ରୀଷ୍ମପ୍ରଧାନ ଦେଶରେ ଉପଯୁକ୍ତ ଅମ୍ଳଜାନ ଚଳାଚଳ କରାଇବା ହିଁ ଜଗମୋହନ ଢାଞ୍ଚାର ବିଶେଷତ୍ଵ

ଆଧୁନିକ ପାଠରେ ଇଂଜିନିୟରିଂ ସ୍ଥାପତ୍ୟ, ଗୋଟିଏ ଗୋଟିଏବିଜ୍ଞାନ କିନ୍ତୁ ଆମ ସଂସ୍କୃତି ପରମ୍ପରାରେ ଏହାକଳାବର୍ଗଭୁକ୍ତ ବିଶାଳ କଟା ପଥର ଉପରେ ସେଭଳି ପଥରଗୁଡ଼ିକୁ ଭାରସାମ୍ୟ ଚାପ ସୂତ୍ର ପ୍ରୟୋଗ କରି ସଜାଯାଇଛି ତହିଁର ଯୋଡ଼ଣିଗୁଡ଼ିକରେ ଯେଉଁ ସିମେଣ୍ଟ ଭଳି ପଦାର୍ଥ ପ୍ରୟୋଗ ହୋଇଥିଲା, ତାହା ସମୟକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇଯାଇଛି ବା ମାଟିରେ ପରିଣତ ହୋଇଛି ବର୍ଷ ବର୍ଷ ଧରି ବର୍ଷାପାଣି ନିଷ୍କାସନକୁ ଅଣଦେଖା କରାଯାଇଥିବାରୁ ଜଗମୋହନର ଭିତର ଛାତ ନଷ୍ଟ ହେବାରେ ଲାଗିଛି ତେଣୁ ଜଗମୋହନର ଉପର ଅଂଶର ସମସ୍ତ ଯୋଡ଼େଇଗୁଡ଼ିକରେ ଉଚ୍ଚମାନର ସିମେଣ୍ଟ ଖୁଞ୍ଚ ଦେଇ ପଲସ୍ତରା କରାଗଲେ, ତାହା ଅନେକ ମାତ୍ରାରେ ବିପଦକୁ ଟାଳି ପାରିବ କିନ୍ତୁ ହାସ୍ୟାସ୍ପଦ କଥା ଯେ ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଏଭଳି ମରାମତି କାମ ହେବ ବୋଲି ନିଷ୍ପତ୍ତି ହୋଇଛି ଏଣେ ରାଜ୍ୟ ସରକାରଙ୍କ ନିର୍ଦେଶ ରହିଛି ଯେ ଅଂଶୁଘାତ ସତର୍କତା ପାଇଁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କୌଣସି ପରିଶ୍ରମ କାମ କରାଯିବ ନାହିଁ ଏଠାରେ ସ୍ପଷ୍ଟ କରିବାକୁ ଚାହୁଛୁ ଯେ ଜଗମୋହନର ବାହାର ପଟ ଉପରିଭାଗର ଯୋଡ଼େଇ ପଲସ୍ତରା କାମ ଜୁନ୍ ତାରିଖ ଭିତରେ ସରିବା ଦରକାର ଯେପରିକି ମରାମତି ସରିବା ପୂର୍ବରୁ କୌଣସି ମୂଷଳଧାରା ବର୍ଷାର ପ୍ରଭାବ ନପଡ଼େ ସେଥିପାଇଁ ଅତ୍ୟାଧୁନିକ ଟାର୍ପୋଲିନ୍ଟାଣି ଅସ୍ଥାୟୀ ବର୍ଷା-ପ୍ରତିରୋଧୀ ବ୍ୟବସ୍ଥା କରାଯାଇପାରେ ଏବେ ୪୦ଡିଗ୍ରୀ ତାପମାତ୍ରାରେ ସବୁ ଶୁଖିକି ରହିଛି ତେଣୁ ଉପର ଅଂଶର ପଲସ୍ତରା କାମ ପ୍ରଥମେ ହେ। ଯାହାକି  ୨୦୧୬ ଜୁନ୍ ତାରିଖ ମଧ୍ୟରେ ସରିବା ଜରୁରୀ

କିଛି ବର୍ଷ ତଳେ ମନ୍ଦିରରେ ଚୂନ ଧଉଳା ହୋଇଥିବାରୁ ଏହାର ପ୍ରାଚୀନତା ଲୁଚି ଯାଇଥିଲା ଲୋକମାନଙ୍କ ଦାବିକୁ ସମ୍ମାନ ଦେଇ ସେହି ଚୁନକୁ ପୁଣି ଛଡ଼ାଇବାକୁ ପଡ଼ିଥିଲା (ସେହି ଚୂନଲଗା ବେଳର ମନ୍ଦିର ଫଟୋ ଏହି ଲେଖା ସହ ଦେଇଛୁ) ପ୍ରଶାସନ ପ୍ରତ୍ୟୁତ୍ପନ୍ନମତିତା ଦେଖାଇହେବାକୁ ଯାଇ କିଛି ଅପରିଣାମଦର୍ଶୀ ନିଷ୍ପତ୍ତି ନେଉଛି, ଯାହାକି କେବଳ ଲୋକହସାର କାରଣ ପାଲଟୁଛି। ହେଲେ ଏବେର ଆବଶ୍ୟକତା ହେଉଛି, ଯୋଡ଼େଇଗୁଡ଼ିକୁ ଉଚ୍ଚମାନର ରଙ୍ଗୀନ ସିମେଣ୍ଟ ପଲସ୍ତରାରେ ଭରି ଦିଆଯିବ। ପରେ ସେହି ପଥର ଭଳି ରଙ୍ଗ ଅଥବା ପାଣି-ରଙ୍ଗର ପ୍ରଲେପ ଦେବାକୁ ହେବ। ଯାହା ଫଳରେ ବର୍ଷାପାଣିରୁ ସୁରକ୍ଷା ସହ ଲୁଣିହାୱା ଉତ୍ତାପରୁ ମଧ୍ୟ ସୁରକ୍ଷା ଦିଆଯାଇପାରିବ ପ୍ରାଚୀନତାକୁ ମଧ୍ୟ ସସମ୍ମାନେ ସାଇତି ହେବ।

ମରାମତି କରିବ କିଏ?
ଆଭ୍ୟନ୍ତରୀଣ ଓଡ଼ିଶାର ଅଭିଜ୍ଞ ରାଜମିସ୍ତ୍ରୀମାନେ ହିଁ କରିବେ ଯେଉଁ ରାଜମିସ୍ତ୍ରୀମାନଙ୍କର ମନ୍ଦିର ନିର୍ମାଣର ସୁଦୀର୍ଘ ଅନୁଭବ ରହିଛି ଏହା ସହ ଲୋଡ଼ା ହେବେ ଖିଚିଂର ପଥର କାରିଗର ଏଥିପାଇଁ ସରକାର ଜରୁରୀ ବିଜ୍ଞପ୍ତି ଜାରି କରି ସେହି କାରିଗରମାନଙ୍କୁ ଚିହ୍ନଟ କରି ସସମ୍ମାନେ ସଂଗଠିତ କରାଇବା ଦରକାର ଆଉ ତାପରେ ଯୁଦ୍ଧକାଳୀନ ଭିତ୍ତିରେ ଉଜ୍ଜଳ ଆଲୋକରେ କେବଳ ରାତିରେ ଚାଲିବ ମରାମତି କାମ ସଂପୂର୍ଣ ନିଷ୍ଠା ଲୋକାଚାର ମଧ୍ୟରେ ହିଁ ଏହି କାମ ୨୦୧୬ ଜୁନ୍‌ ୫ ତାରିଖ ରବିବାର ସୁଦ୍ଧା ସାରିବାକୁ ହେବ ଏଥିରେ ଦରମାଖିଆ  ଅଫିସରମାନେ ତୁହାକୁ ତୁହା ପରିଦର୍ଶନ କରିବା ଦରକାର ନାହିଁ ନଚେତ୍‌, ବଡ଼ଦେଉଳ ମରାମତି ମହାକାର୍ଯ୍ୟ ହୁଏତ ଖଣ୍ଡିଆ ରହିଯିବ।

ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଜଗମୋହନକୁ ଧରି ରଖିବା ପାଇଁ ଷ୍ଟିଲ୍ଖୁମ୍ବ ଲଗାଯିବ ଯାହା ଲାଗୁଛି, ଏହା ସଂପୃକ୍ତ ବିଭାଗ ବା ପ୍ରଶାସନର ‘‘ବିନାଶ କାଳେ ବିପରୀତ ବୁଦ୍ଧି’’ କାରଣ ଲୁହାଖୁମ୍ବ ଲଗାଇଲେ ଯେ ବଡ଼ଦେଉଳରୁ ଆଉ ପଥର ଖସିବନି, ଏହାର ଗ୍ୟାରେଣ୍ଟି କେହି ଦେଉ ନାହାନ୍ତି। ମନ୍ଦିରର ମୂଳ ସ୍ଥାପତ୍ୟ ସହ ମାଙ୍କଡ଼ାମି ନକରିବା ଉଚିତ। ଅନ୍ୟ ଏକ ଯୁକ୍ତି ହେଲା, କୌଣସି ଜନପଦର ଉଚ୍ଚତମ କୋଠା ହେଉଛି ମନ୍ଦିର ସେଥିରେ ଯେଉଁ ଆର୍ଥିଙ୍ଗ୍ଥାଏ, ତାହା ବଜ୍ରାଘାତରୁ ସ୍ଥାନୀୟ ଜନ ଜନପଦକୁ ସୁରକ୍ଷିତ ରଖେ ଆଉ ଭକ୍ତମାନେ ଦାନ ଆକାରେ ଯେଉଁ ଧନଧାନ୍ୟ ଠୁଳ କରିଥାଆନ୍ତି, ତାହାର ଉଦ୍ଦେଶ୍ୟ ହେଲା, ବିଦେଶୀ ଆକ୍ରମଣକାରୀ ଲୁଟେରାମାନେ ଯେପରି ତାହାକୁ ସହଜରେ ନେଇ ଯାଇପାରିବେ ଏବଂ ସ୍ଥାନୀୟ ଜନତାଙ୍କ ଧନଜୀବନ ଉପରେ ଆଉ ଦୃଷ୍ଟି ପକାଇବେ ନାହିଁ ଏହି ଉଭୟ କାରଣରୁ ମଧ୍ୟ ରାତିରେ ମନ୍ଦିରରେ କେହି ଶୋଇବାକୁ ବାରଣ କରାଯାଇଛି ଉପରୋକ୍ତ କାରଣଗୁଡ଼ିକ ପାଇଁ ମନ୍ଦିରକୁ ସବୁବେଳେ ଜନପଦ ଠାରୁ କିଞ୍ଚିତ୍ଦୂରତାରେ ତୋଳାଯାଇଥାଏ ଏବେ ସାର୍ବଭୌମ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ପ୍ରତିରକ୍ଷା/ ନିରାପତ୍ତା ବ୍ୟବସ୍ଥା ସତ୍ୱେ ଦେଶର ଶହଶହ ମନ୍ଦିରରେ ବିପୁଳ ସମ୍ପତ୍ତି ଠୁଳ ହୋଇ ରହିଯାଇଛି ବା ରଖାଯାଉଛି। ଯାହାକି ଦେଶର ଅର୍ଥନୀତି ପାଇଁ ଏକ ବିଡମ୍ବନା ଓ ବିପଦ

ଯେଉଁ ଲୁହା ଖୁମ୍ବ ପୋତାଯିବା କଥା କୁହାଯାଉଛି, ସେହି ଖୁମ୍ବ ପୋଲା କି ନିଦା? ତାହା ନିଦା ହେବା ଜରୁରୀ ଏବଂ ଛାତ ସହ ସଂଲଗ୍ନ ହେଉଥିବାରୁ ଉତ୍ତମ ଆର୍ଥିଙ୍ଗ୍କରାଯିବା ଜରୁରୀ ଅନ୍ୟ ପକ୍ଷରେ ସ୍ଵାଧୀନ ଭାରତବର୍ଷରେ କେଉଁଠି କଳଙ୍କହୀନ ନିଦା ଲୁହା ଖୁମ୍ବ ତିଆରି ହେଉଛି କି? ଯଦି ତାହା ଦକ୍ଷିଣ କୋରିଆରୁ ଆମଦାନୀ ହେଉଥାଏ, ତେବେ ଆମ୍ଭର କୌଣସି ଆପତ୍ତି ନାହିଁ ଏହି ଲୁହା ଖୁମ୍ବ ସ୍ଥାପନ ପ୍ରସ୍ତାବକୁ ନେଇ ଆମ୍ଭର ଦ୍ଵାପରଯୁଗ କଥା ମନେ ପଡୁଛି ଏକଦା ମେଘରାଜ ଇନ୍ଦ୍ରଦେବଙ୍କ ଭୂମିକାକୁ ନେଇ ଶ୍ରୀକୃଷ୍ଣ ନିଜର ଭିନ୍ନମତ ପ୍ରକାଶ କରନ୍ତେ, ଇନ୍ଦ୍ରଦେବ ପ୍ରବଳ ବର୍ଷା କଲେତେଣୁ ଗିରି ଗୋବର୍ଧନ ପାଦଦେଶର ଜନପଦବାସୀ ହନ୍ତସନ୍ତ ହେଲେ ସେଇଠୁ କଣ ହେଲାନା, ଶ୍ରୀକୃଷ୍ଣ ନିଜର କାଣି ଆଙ୍ଗୁଠିରେ ଟେକି ଧରିଲେ ଗିରି ଗୋବର୍ଧନକୁ ଆଉ ତାହାରି ତଳେ ଆଶ୍ରିତ ହେଲେ ସ୍ଥାନୀୟ ଜନତା ଓ ଗୋସମ୍ପଦ କାଳେ ଗୋବର୍ଧନ ପର୍ବତ ଖସି ପଡ଼ିବ, ତେଣୁ ଯାଦବମାନେ ନିଜନିଜର ପାଞ୍ଚଣକୁ ଠେକେରା ଲଗେଇଦେଇଥିଲେ ସ୍ଵଂୟ ଲୀଳାମୟ ଯେତେବେଳେ ଅଦୃଶ୍ୟ ଶକ୍ତି ପ୍ରୟୋଗ କରି ଗୋବର୍ଧନକୁ ଛାତ ଭଳି ଟେକି ରଖିଛନ୍ତି, ସେତେବେଳେ ସାଧାରଣ ମଣିଷ ଭିତରେ ତଥାପି ବିଶ୍ଵାସ ଊଣା ହେବା ଭଳି, ଏବେର ଲୁହାଖୁମ୍ବ ସ୍ଥାପନ ନିଷ୍ପତ୍ତି, ସେଭଳି ମାନସିକତାର କେବଳ ଏକ ଆଧୁନିକ ପରିପ୍ରକାଶ ତେଣୁ ଏ ପ୍ରଶାସନ ଠିକ୍‌ ଭାବେ ଯୋଗାଯୋଗ ନରଖିଲେ ରେଳୱାଗନ୍‌ କାରଖାନା ଭଳି ‘‘ଓଡ଼ିଆଙ୍କ ଅସ୍ମିତା’’ ବି ହାତଛଡ଼ା ହୋଇଯିବାର ଆଶଙ୍କା ରହିଛି।

ବିମଳ ପ୍ରସାଦ, ଭୁବନେଶ୍ଵର