Friday, February 26, 2016

ରେଳ ମନ୍ତ୍ରୀ ଶୁଣିବେ


୨୫ ଫେବ୍ରୁଆରି ୨୦୧୬, ଗୁରୁବାର ସଂସଦରେ ଉପସ୍ଥାପିତ ହେଲା  ରେଳ ବଜେଟ୍‌ ୨୦୧୬-୧୭। ଦ୍ଵିତୀୟ ବର୍ଷ ପାଇଁ କୌଣସି ନୂଆ ରେଳଗାଡ଼ି ପ୍ରଚଳନର ଖାସ୍‌ ଘୋଷଣା ନକରି ଏକ ସତର୍କ ସରକାରର ସୂଚନା ଦେଇଛନ୍ତି। ସବୁଠୁ ବଡ଼ କଥା ହେଲା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ରେଳ ବଜେଟ୍‌ ପାଇଁ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଯାହାକି ଦେଶର ରାଜନୀତିରେ ଏକ ନୂଆ ଓ ନୈତିକତାର ଫର୍ଦ ଯୋଡ଼ିଛି। କାରଣ ବିରୋଧୀ ଦଳ କେବଳ ବିରୋଧ କରିବ ବୋଲି ଏକ ଧାରଣା ଆଜି ସୁଦ୍ଧା ସବୁରି ମନରେ ରହି ଆସିଛି। ବିରୋଧୀ ଦଳରେ ଥାଇ ସୁଦ୍ଧା ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।

ଆମ୍ଭେ ଏଠାରେ କେତୋଟି ପ୍ରଶ୍ନ ତଥା ପ୍ରସ୍ତାବ ରଖୁଛୁ, ଯାହାକି ହୁଏତ ଆପଣଙ୍କୁ କେହି ବି ମନେପକାଇ ଦେଇନଥିବେ...

(୧) ଚଳନ୍ତା ରେଳଗାଡ଼ିରେ ଦରଜା ଖୋଲା ରହିବାଟା କୌଣସି ସଭ୍ୟ ଦେଶରେ ଦେଖିବାକୁ ମିଳେ ନାହିଁ। ଚଳନ୍ତା ଗାଡ଼ିରୁ ଖସିପଡ଼ି ମୃତ୍ୟୁବରଣ କରିବା ଘଟଣା ତ ଜାପାନରେ କେବେ ବି ଘଟି ନାହିଁ। କିନ୍ତୁ ଗାଡ଼ି ଚାଲିବା ବେଳେ କାହିଁକି ଦରଜା ଖୋଲା ରହିପାରିବାର ଡିଜାଇନ୍‌ କରାଯାଇଛି? ଆମ ଦେଶରେ କ’ଣ ଇଂଜିନିୟର ନାହାନ୍ତି? ଦୟାକରି ଏଭଳି ଲଜ୍ଜାକର ଓ ଦୁଃଖଦାୟକ ବ୍ୟବସ୍ଥା ବନ୍ଦ କରନ୍ତୁ। ଆମ ଦେଶର ପରମ୍ପରା ପାଲଟିଥିବା ମାରୁତି ସୁଜୁକି ଓମ୍‌ନି ଭ୍ୟାନ୍‌ର Sliding Door ଭଳି ଦରଜା ଲଗାଇବାର ବ୍ୟବସ୍ଥା କରନ୍ତୁ; ଯାହାକି ଗାଡ଼ି ଚାଲିଲା ବେଳେ ଆପେ ବନ୍ଦ ହେବା ସହ ତାଲା ବି ପଡ଼ିଯାଉଥିବ। ଜରୁରୀ ପ୍ରସ୍ଥାନ ପାଇଁ ଏକାଧିକ ଝରକା ରହିଥିବା ବେଳେ ଦରଜାର ଉପର ଭାଗକୁ ମଧ୍ୟ ସେଭଳି କରିବାର ସୁବିଧା ରହୁ, ଯାହାକୁ କେବଳ ଗାଡ଼ିରେ ଥିବା ଯାତ୍ରୀ ହିଁ ଖୋଲିପାରିବେ।

(୨) ବ୍ରିଟିଶ ଇଣ୍ଡିଆରେ ଥିଲା ଦୁଇଟି ହାଇଦ୍ରାବାଦ। ତେଣୁ ଦୁଇଟି ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ପାଇଁ ରେଳବାଇ ଗୋଟିକୁ ନାମ ଦେଇଥିଲା ହାଇଦ୍ରାବାଦ ଡେକାନ(Hyderabad Deccan)। ଅର୍ଥାତ୍‌ ଦାକ୍ଷିଣାତ୍ୟର ହାଇଦ୍ରାବାଦ। ଦେଶ ବିଭାଜନ ପରେ ଗୋଟିଏ ରହିଲା ସିନ୍ଧୁପ୍ରଦେଶ(ପାକିସ୍ତାନ)ରେ ଏବଂ ଅନ୍ୟଟି ରହିଲା ଆନ୍ଧ୍ରପ୍ରଦେଶ(ଭାରତ)ରେ। ଏବେ ସେଇ ମହାନଗର ରହିଯାଇଛି ବିଭାଜିତ ନୂଆ ପ୍ରଦେଶ ତେଲେଙ୍ଗାନାରେ। କିନ୍ତୁ ଏବେ ବି ରେଳଷ୍ଟେସନର ନାମ ରହିଛି ହାଇଦ୍ରାବାଦ ଡେକାନ ହୋଇ। ସ୍ଵାଧୀନ ଭାରତରେ ଏହା ନିଜର ମୂଳ ନାମ କାହିଁକି ନପାଇବ? ଆମ୍ଭେ କହିବାକୁ ଚାହୁଛୁ ଯେ ସେହି ଷ୍ଟେସନର ନାମ ହାଇଦ୍ରାବାଦ ହେଉ।

(୩) ୧୯୯୩ ଏପ୍ରିଲ୍‌ ପହିଲାରେ କଳାହାଣ୍ଡି ଜିଲ୍ଲାରୁ ଭାଗ ହୋଇ ଗଢ଼ା ହେଲା ନୂଆପଡ଼ା ଜିଲ୍ଲା। ନୂଆପଡ଼ାର ଇଂଲିଶ୍‌ ବନାନ ଥିଲା Nawapara ଆଉ ରେଳଷ୍ଟେସନର ନାମ Nawapara Road। ତତ୍କାଳୀନ ଜିଲ୍ଲାପାଳ ଏହି ନାମର ବନାନ ସଂଶୋଧନ କରାଇ ନୱାପାରାକୁ ନୂଆପଡ଼ା (Nuapada) କରିଥିଲେ ସୁଦ୍ଧା ରେଳବାଇ ଖତିଆନରେ ଓ ଷ୍ଟେସନରେ ତାହାର ସଂଶୋଧନ ଆଜି ସୁଦ୍ଧା ହୋଇ ନାହିଁ। ଏହି ସଂଶୋଧନ କରାଗଲେ ଅବଶ୍ୟ ନୂଆପଡ଼ାର ଷ୍ଟେସନ୍‌ କୋଡ଼୍‌ NPDକୁ ବଦଳାଇବାକୁ ପଡ଼ିବ ନାହିଁ, ଯାହାକି ରେଳବାଇ ଗଣିତରେ ବେଶ୍‌ ଗୁରୁତ୍ଵ ରଖେ। ନୂଆପଡ଼ା ଭଳି ଦେଶର ଏକାଧିକ ସହରର ନାମ ପରିବର୍ତନ ହୋଇଥିଲେ ବି ରେଳବାଇ ସେଗୁଡ଼ିକୁ ସ୍ଵୀକୃତି ଦେବାରେ ବିଳମ୍ବ କରିବା ସମୀଚୀନ ନୁହେଁ।

(୪) ସ୍ଵଚ୍ଛ ଭାରତ କଥା ଏତେ ଉଚ୍ଚ ସ୍ଵରରେ ସ୍ଵୟଂ ପ୍ରଧାନମନ୍ତ୍ରୀ କହୁଥିଲେ ସୁଦ୍ଧା ସବୁଠୁ ବେଶି ଗନ୍ଧିଆ କରୁଥିବା ସଂଗଠନ ହେଉଛି ଭାରତୀୟ ରେଳବାଇ। ସ୍ଵଚ୍ଛ ଭାରତ ମିଶନ ପୂର୍ବରୁ ସଂପୂର୍ଣ ପରିମଳ ଯୋଜନା ଚାଲିଥିବା ବେଳେ ଓଡ଼ିଶାର ଜଣେ ଯୁବକ ଶ୍ରୀ ଅଖଣ୍ଡ ଏନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ପାଖରେ ଗୁହାରି କରିଥିଲେ। ଜାତୀୟ ମାନବାଧିକାର ଆୟୋଗ ଏହା ଉପରେ ଭାରତୀୟ ରେଳବାଇଙ୍କୁ ପ୍ରଶ୍ନ କରନ୍ତେ, ରେଳବାଇ କର୍ତ୍ତୃପକ୍ଷ ଜବାବ ରଖିଥିଲେ, ୨୦୨୨ ମସିହା ସୁଦ୍ଧା ସବୁ ରେଳଗାଡ଼ିରୁ ସେଇ ଗନ୍ଧିଆ ଶୌଚାଳୟ ବ୍ୟବସ୍ଥା ଉଠାଇ ଦିଆଯିବ। କିନ୍ତୁ ବାର୍ଷିକ ଟାର୍ଗେଟ୍‌ କ’ଣ, ତାହା ଏହି ବଜେଟ୍‌ରେ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ପ୍ଲାଟ୍‌ଫର୍ମରେ ମଳମୂତ୍ରମୟ ଓ ଗନ୍ଧମୟ ହେବାଟା କୌଣସି ସଭ୍ୟ ଦେଶରେ ଦେଖାଯାଏ ନାହିଁ। ଆମକୁ ସଭ୍ୟ ପରିଚୟ ଦେବା ପାଇଁ ରେଳବାଇ କେବେ ସଚେତନ ହେବ?

(୫) ଅନୁଗୁଳ-ସମ୍ବଲପୁର ରୁଟ୍‌ ଓ ଯଖପୁରା-କେନ୍ଦୁଝର-ବଡ଼ବିଲ ରୁଟ୍‌ କାର୍ଯ୍ୟକ୍ଷମ ହେବା ପରେ ମଧ୍ୟ ଓଡ଼ିଶାର ଯାତ୍ରୀମାନେ ଦିଲ୍ଲୀ ଯାତ୍ରା ପାଇଁ କାହିଁକି ବଂଗ, ବିହାର, ଉତ୍ତରପ୍ରଦେଶ ଭ୍ରମଣ କରିବେ? ଆଉ ସବୁବେଳ ବିଳମ୍ବର ଶିକାର ହୋଇ ବିପୁଳ କ୍ଷତି ସହୁଥିବେ? ବିପୁଳ ସମୟ ଅପଚୟ କରୁଥିବେ? ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର-ବିଳାସପୁର ରୁଟ୍‌ରେ ଏବଂ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ କେନ୍ଦୁଝର ରୁଟ୍‌ରେ କାହିଁକି ଆଜି ସୁଦ୍ଧା ଚାଲୁ ନାହିଁ? କ’ଣ ରେଳବାଇ ଜାଣିବାକୁ ଚାହୁଁଛି ଓଡ଼ିଶାରେ ଜାଠ ଭଳି ବଳିଷ୍ଠ ଭେଣ୍ଡିଆ ଅଛନ୍ତି କି ନାହିଁ ?

ଓଡ଼ିଶାବାସୀଙ୍କ ସହିଷ୍ଣୁତା ଓ ନିରୀହତାର ସୁଯୋଗ ଉଠାଇବା ବନ୍ଦ କରନ୍ତୁ। ଓଡ଼ିଶାରୁ ବିପୁଳ ରାଜସ୍ଵ ଉଠାଇବାର ନ୍ୟୂନତମ ପ୍ରତିଦାନ ଓଡ଼ିଶାବାସୀଙ୍କୁ ମିଳୁ।


ବିମଳ ପ୍ରସାଦ, ଭୁବନେଶ୍ଵର

Wednesday, February 24, 2016

ଗଧ ହିସାବ ଏଇଠି

ଦୁଇ ଦିନ ହେଲା କିଛି ଗଣମାଧ୍ୟମଗଧ କିଏପ୍ରସଙ୍ଗକୁ ନେଇ ଜୋର୍ଦାର ଚର୍ଚା ଚଳାଇଛନ୍ତି ୨୧ ଫେବ୍ରୁଆରି ୨୦୧୬ ରବିବାର ବରଗଡ଼ ଠାରେ ଭା..ପା. କୃଷକ ସମାବେଶରେ ନିଜ ଭାଷଣରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଧ ଶବ୍ଦ ଏକାଧିକ ଥର ଉଚ୍ଚାରଣ କରିଥିଲେ ସେଇ କଥାକୁ ଘଣ୍ଟାଘଣ୍ଟି କରି ଦର୍ଶକୀୟତା ଗୋଟାଇବାକୁ କେତେକ ଟିଭି ଚ୍ୟାନେଲ ହିଁ ଏଭଳି ଚର୍ଚା କରିଛନ୍ତି କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କେହି ବି ସେହି ‘‘ଗଧ କିଏ’’ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି ଚଳିତ ଫେବ୍ରୁଆରି ତାରିଖ ରବିବାର, ପାରାଦୀପ ବିଶୋଧନାଗାରର ଲୋକାର୍ପଣ ସଭାରେ ସେଇ ମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିବାରୁ ଓଡ଼ିଶାର ଗଣମାଧ୍ୟମ ବିସ୍ମୟ ପ୍ରକାଶ କରିଥିଲା କାରଣ ଗଣମାଧ୍ୟମ ଚାହେଁ, ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଜିଆ କାଦୁଅଫିଙ୍ଗା ଯେଉଁଥିରୁ ସେମାନେ ଖବର ତିଆରି କରିପାରିବେ ଏବଂ ପାଠକ ଦର୍ଶକଙ୍କୁ ବ୍ୟସ୍ତ (engage) ରଖିପାରିବେ

ଆମ ଦେଶରେ ଗଣତନ୍ତ୍ର ଚାଲିଛି ତେଣୁ ବିରୋଧୀ ଦଳର ସଦସ୍ୟମାନେ ବଇରୀ ନୁହେଁ ବନ୍ଧୁ ହେବାର ଆବଶ୍ୟକତା ଅଛି କିନ୍ତୁ ଗଣମାଧ୍ୟମ ଏହା କରେଇ ଦେଇ ନଥାଏ ଏହିଭଳି ଚାପର ସମ୍ମୁଖୀନ ହୋଇ ଧର୍ମେନ୍ଦ୍ର ପ୍ରଥମ କରି ଏଭଳି କଡ଼ା କଟୁ ଶବ୍ଦ ପ୍ରୟୋଗ କରିଛନ୍ତି ଆମ୍ଭ ମତରେ ତାଙ୍କ ଭାଷଣରେ ଏଭଳି ମନ୍ତବ୍ୟ ଦେଇ ସେ ନିଜର ପୁରୁଷପଣିଆର ପ୍ରମାଣ ଦେଇଛନ୍ତି ଠାର ଭାଷା କେବଳ ଇଂଲିଶ୍ରେ ନୁହେଁ, ବରଂ ଓଡ଼ିଆ ଭାଷାରେ ବେଶି ଭଲ ଭାବରେ ଅଛି; ଯାହାକୁ ପାରମ୍ପରିକ କବି ଗାଳ୍ପିକମାନେ ବତେଇ ଦେଇ ଯାଇଛନ୍ତି ତେବେ ଆଜିର ରୋକ୍ଠୋକ୍ଯୁଗରେ ଅଧିକ ଗୌରଚନ୍ଦ୍ରିକା ନଦେଇ ‘‘ଗଧ କିଏ’’, ତାହାର କିଛି ସିଧାସଳଖ ଉତ୍ତର ଏଠାରେ ରଖୁଛୁ:

() ଓଡ଼ିଶା ଏକ ସମୁଦ୍ରକୂଳିଆ ରାଜ୍ୟ ଏଠି ପ୍ରତିବେଶୀ ନୁହେଁ, ପ୍ରକୃତିର କରାଳ ଆଚରଣ ହିଁ ଚିନ୍ତାର କାରଣ ୧୯୯୮(ଅଂଶୁଘାତ), ୧୯୯୯ (ମହାବାତ୍ୟା)ରେ ଏହାର ଠୋସ୍ପ୍ରମାଣ ମିଳିବା ପରେ ବିପର୍ଯୟ ପରିଚାଳନା (Disaster Management) ଏକ ଗୁରୁତ୍ଵପୂର୍ଣ ପ୍ରାଶାସନିକ ପ୍ରସଙ୍ଗ ହୋଇଯାଇଛି କିନ୍ତୁ ଅନ୍ୟ ରାଜ୍ୟରେ ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଥିବା ବେଳେ ଓଡ଼ିଶାରେ ରାଜସ୍ଵ ବିଭାଗ ସହ ଗୁନ୍ଥି ହୋଇ ରହିଛି ବାରମ୍ବାର ଦାବି କରିବା ପରେ ମଧ୍ୟ ବିପର୍ଯୟ ପରିଚାଳନା ଏକ ସ୍ଵାଧୀନ ବିଭାଗ ହେଉ ନାହିଁ ଏଠାରେ କିଏ ଗଧ ଜାଣନ୍ତୁ

() ୨୦୧୫ ମସିହାରେ ଓଡ଼ିଶାରେ ଖରିଫ୍ଫସଲ ଶିକାର ହେଲା ଅନାବୃଷ୍ଟିର ଫଳରେ ମରୁଡ଼ି ହେଲା କିନ୍ତୁ ଓଡ଼ିଶାର ଜଳସମ୍ପଦ ବିଭାଗର ବିଭିନ୍ନ ବିବିଧ ସେଚପ୍ରକଳ୍ପଗୁଡ଼ିକର ପୋଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଖରିଫ୍ଫସଲକୁ ସେଚନ କରିବା କିନ୍ତୁ ଏହା ସମ୍ଭବ ହେଲା କି? ଯଦି ନହେଲା, ଶହଶହ କୋଟି ଟଙ୍କାର ଜଳସମ୍ପଦ ବଜେଟ୍  ଏକ ଗଧ ବଜେଟ୍ନୁହେଁ? ଏହି ବିଭାଗର ମୁଣ୍ଡିଆଳ ମନ୍ତ୍ରୀ ସଚିବ ଗଧ ଟୋପି ପିନ୍ଧିବାକୁ ହକ୍ଦାର ନୁହନ୍ତି? ଏଠାରେ ପ୍ରଶ୍ନରେ ହିଁ ଉତ୍ତର ଅଛି

() ମରୁଡ଼ି ହେବା ପୂର୍ବରୁ ଆମ୍ଭେ ଏଭଳି ବ୍ଲଗ୍ଲେଖି ସ୍ପଷ୍ଟ କଲୁ ଯେ ଓଡ଼ିଶାରେ ରୟତ, କୃଷକ, କୃଷିଶ୍ରମିକ, ଭାଗଚାଷୀ ଶବ୍ଦଗୁଡ଼ିକୁ ଉପଯୁକ୍ତ ସରକାରୀ ପରିଭାଷା ଦିଆଯାଉ କିନ୍ତୁ ଏଭଳି କିଛି ସରକାରୀ ପରିଭାଷା ବର୍ତମାନ ସୁଦ୍ଧା ବାହାରିଲା କି? ମରୁଡ଼ି ଦ୍ଵାରା ରୟତ ନୁହେଁ, ବରଂ ଭାଗଚାଷୀ ହିଁ ବେଶି କ୍ଷତିଗ୍ରସ୍ତ ହେଲେ କିନ୍ତୁ ଭାଗଚାଷୀ ସୁମାରି ପ୍ରଶାସନ କରିପାରିଲା କି? ଯଦି ନକରିପାରିଲା, ତେବେ ଗଧ କିଏ ଜାଣି ନିଅନ୍ତୁ

() କେଉଁଠି ମରୁଡ଼ି ହୋଇଛି, ସେହି ସ୍ଥାନଗୁଡ଼ିକ ନିରୂପଣ କରିବା ଏବଂ ତାଲିକାବଦ୍ଧ କରିବାରେ ଓଡ଼ିଶା ପ୍ରଶାସନ ହେଳା କରିବାରୁ କେନ୍ଦ୍ରରୁ ତାଗିଦ୍ଆସିବା ପରେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ବାହାରି ପାରି ନାହିଁ ଦରମା, ସୁବିଧାସୁଯୋଗର ଅଭାବ ନଥାଇ ମଧ୍ୟ ଏତେ ବଡ଼ ସରକାରୀ ଢାଞ୍ଚା ତାହା କରିପାରିଲା ନାହିଁ ତେବେ ଗଧ କିଏ ଜାଣନ୍ତୁ ରାଜ୍ୟର ୭୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ ମରୁଡ଼ିରେ ସଢ଼ୁ୍ଥିବା ଏକ ରାଜ୍ୟରେ କୃଷକ ସମାବେଶ କରି ଯଦି କୃଷକଙ୍କ ସଂପୂର୍ଣ ସ୍ଵାର୍ଥକୁ ସହାୟତା କରିବାରେ କେନ୍ଦ୍ର ସରକାର ଠିକ୍ହିସାବ ନପାଇବ, ତେବେ କେନ୍ଦ୍ର ସରକାରଙ୍କ ପ୍ରତିନିଧି କାହାକୁ ଗଧ କହିପାରିବେ?

() ଜଣେ ସ୍ପେଶାଲ ରିଲିଫ୍ କମିଶନର ବାରମ୍ବାର ସାମ୍ବାଦିକ ସମ୍ମିଳନୀ ଡକାଇ କହିଲେ ଏହା ହେଉଛି ଆମର ଚୂଡ଼ାନ୍ତ ମରୁଡ଼ିଗ୍ରସ୍ତ ଜିଲ୍ଲା, ବ୍ଲକ୍ ଗ୍ରାମପଞ୍ଚାୟତ ତାଲିକା କିନ୍ତୁ ଜଗତସିଂହପୁର ମାଲକାନଗିରି ବ୍ୟତୀତ ଅବଶିଷ୍ଟ ୨୮ଟି ଜିଲ୍ଲାର ନାମ ଥିବା ବେଳେ ବ୍ଲକ୍ ଗ୍ରା..ଗୁଡ଼ିକର କେବଳ ସଂଖ୍ୟା ରହିଛି ଅର୍ଥାତ୍କେଉଁ ବ୍ଲକ୍ କେଉଁ ଗ୍ରାମପଞ୍ଚାୟତ (ଗ୍ରାମ ମଧ୍ୟ) ମରୁଡ଼ିଗ୍ରସ୍ତ, ସେଗୁଡ଼ିକର ନାମ ଲେଖିବାକୁ ବା ପ୍ରକାଶ କରିବାକୁ ପ୍ରଶାସନର ସାହସ ନାହିଁ ହୁଏତ ଭୁଲ୍ଭାଲ୍କରିଥିବାରୁ ଆଜିର ସଚେତନ ସମାଜକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହିଁ ସରକାରଙ୍କର ଏତେ ବଡ଼ ବିଭାଗୀୟ ସଂଗଠନର ସଦସ୍ୟମାନଙ୍କର ତଥା ଦଳପତିଙ୍କର ଏହା ଅଯୋଗ୍ୟତା ନିକମାପଣ ନୁହେଁ କି? ଏହାକୁ ଅନ୍ୟ ଶବ୍ଦରେ ଗଧ କହିବାରେ ସମସ୍ୟା କେଉଁଠି? ବୁଝନ୍ତୁ

() ବ୍ଲକ୍ ଗ୍ରାମପଞ୍ଚାୟତଗୁଡ଼ିକର ନାମ କାହିଁକି ତାଲିକାରେ ନାହିଁଏହା ମଧ୍ୟ କୌଣସି ରାଜ୍ୟ ସ୍ତରର ସାମ୍ବାଦିକ ସଂପୃକ୍ତ ଅଧିକାରୀଙ୍କୁ ସେଇ ସାମ୍ବାଦିକ ସମ୍ମିଳନୀରେ ଆଦୌ ପଚାରି ନାହାନ୍ତି ଯେତେବେଳେ କ୍ଷତିପୂରଣ ବଣ୍ଟା ହେବ, ସେତେବେଳେ ଗାଆଁ ଗାଆଁ, ନେତା ନେତା ମଧ୍ୟରେ ଝଗଡ଼ା ହେବ ନାହିଁ କି? ଲୋକଙ୍କ ସହ ଖେଳିବା ପାଇଁ ପ୍ରଶାସନ ଏହା ଦ୍ଵାରା ଚାଲ୍କରିନାହିଁ କି? ଏଠାରେ ଏକାଧିକ କିସମର ଗଧଙ୍କ ସୂଚନା ବୁଝିନିଅନ୍ତୁ

() ବ୍ୟାଙ୍କ୍ଚେକ୍ରେ କ୍ଷତିପୂରଣ ରାଶି ଦେଇ ଦୁର୍ନୀତି ଦୁଃଖର ପରିସର ସୃଷ୍ଟି କରିବା ଏକ ଗଧର କାମ ନୁହେଁ କି? କାରଣ ଆଜି ସୁଦ୍ଧା କ୍ଷତିଗ୍ରସ୍ତ କୃଷକଙ୍କ ସଂପୂର୍ଣ ଡାଟାବେସ୍ପ୍ରସ୍ତୁତ ହୋଇ ନାହିଁ ଏବଂ ଅନ୍ଲାଇନ୍ପୈଠକୁ ନାକ ଟେକୁଥିବା କିରାଣୀମାନଙ୍କ ସୁଖ ପାଇଁ ପୁଣି ପୁରୁଣା କାଳିଆ Cheque ବ୍ୟବସ୍ଥାକୁ ପ୍ରୟୋଗ କରିବା ଏକ ସିଂହର କାର୍ଯ୍ୟ କି ଗଧର କାର୍ଯ୍ୟ? ଗଧ କିଏ ବୁଝି ନିଅନ୍ତୁ

() ବିନା ବଜେଟ୍‌, ବିନା ଟେଣ୍ଡର ବିନା କାର୍ଯ୍ୟାଦେଶ (Work Order)ରେ ୫ଟି ମେଡ଼ିକାଲ କଲେଜ୍ ଭିତ୍ତିପ୍ରସ୍ତର ସ୍ଥାପନ ରାଜ୍ୟବାସୀଙ୍କ ସହ ଧୋକାବାଜି ନୁହେଁ ? କେବଳ କେନ୍ଦ୍ରୀୟ ଅନୁଦାନରେ ହିଁ ମେଡ଼ିକାଲ କଲେଜ୍ହେବ ବୋଲି କେଉଁ ସରକାରୀ ଶାସ୍ତ୍ରରେ ଲେଖା ଅଛି? ତେଣୁ ମେଡ଼ିକାଲ କଲେଜ୍ସ୍ଥାପନର ନିଷ୍ପତ୍ତି ଏକ ଗଧ ନିଷ୍ପତ୍ତି ନୁହେଁ? ବୁଝାନ୍ତୁ

ଗଧ ହିସାବ ଏଇଠି ସରି ନାହିଁ ଏହା ଏକ ଝଲକ ମାତ୍ର ଆମ୍ଭଙ୍କୁ ଲାଗୁଛି, ରାଜ୍ୟକୁ ଠିକ୍ସମୟରେ ମାର୍ଗଦର୍ଶନ ଦେବାର ଦାୟିତ୍ଵ ମଧ୍ୟ ଆମ୍ଭ କାନ୍ଧ ଉପରେ ନ୍ୟସ୍ତ ଅଛି

(ସମସ୍ତ ମତ ମନ୍ତବ୍ୟ ଲେଖକଙ୍କର ବ୍ୟକ୍ତିଗତ)
ବିମଳ ପ୍ରସାଦ, କଥା ହୁଅନ୍ତୁ: ୯୪୩୯୮୨୮୧୭୮