10 अगस्त 2015

୧୯ଟି କନିଷ୍ଠ ମହାବିଦ୍ୟାଳୟ ବନ୍ଦ ହେଲା

୨୦୧୫-୧୬ ଶିକ୍ଷା ବର୍ଷରୁ ଉଭୟ ଉଚ୍ଚତର ମାଧ୍ୟମିକ(+୨) ଓ  ସ୍ନାତକ(+୩) ଶ୍ରେଣୀଗୁଡ଼ିକରେ ଲକ୍ଷାଧିକ ସିଟ୍‌ ବଢ଼ାଯାଇଛି। ତଥାପି ରାଜ୍ୟର କିଛି ମହାବିଦ୍ୟାଳୟରେ ନାମଲେଖା ଶୂନ ଥିବା ବେଳେ କେଉଁଠି ୧୦ ତଳକୁ ତ କେଉଁଠି ୨୦ ତଳେ ରହୁଛି। ଗତ ୨ ବର୍ଷର ପାସ୍‌ ହାର, ନାମଲେଖା, ମହାବିଦ୍ୟାଳୟ ଭିତ୍ତିଭୂମି, ପରିଚାଳନାଗତ ଦକ୍ଷତା ଓ ଅନ୍ୟ ମୁଦ୍ଦାକୁ ଦୃଷ୍ଟି ଦେଇ ସରକାର ସେହି ମହାବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ଓଡ଼ିଶା ଶିକ୍ଷା ଆଇନ ସର୍ତାବଳୀ ପୂରଣ କରୁ ନଥିବା କିଛି ମହାବିଦ୍ୟାଳୟ ଉପରେ ସ୍ଵତନ୍ତ୍ର  ଭାବେ ସମୀକ୍ଷା କରି ଉଚ୍ଚକ୍ଷମତା ସଂପନ୍ନ କମିଟି ଏହି ନିଷ୍ପତ୍ତି ନେଇଛନ୍ତି।  ଅଗଷ୍ଟ ୭ ତାରିଖ ଶୁକ୍ରବାର ‘‘ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟ’’ ପ୍ରକାଶିତ ଆଦେଶନାମାରେ ୧୩ଟି  +୨ ବିଜ୍ଞାନ ଓ ୬ଟି +୨ ବାଣିଜ୍ୟ ମହାବିଦ୍ୟାଳୟ ରହିଛି।

ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକ:
୧. ଅଜୟ ବିନୟ ଜୁନିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ମର୍କତନଗର, କଟକ
୨. ଗାନ୍ଧୀ ଜୁନିଅର କଲେଜ, ମଦନପୁର, ଭୁବନେଶ୍ଵର, ଖୋର୍ଧା
୩. ସେଣ୍ଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ୍‌, ଭୁବନେଶ୍ଵର
୪. ମହାରାଜା ସାଇନ୍ସ କଲେଜ, ତରାବୋଇ, ଖୋର୍ଧା
୫. RJSMS ଆବାସିକ +୨ କଲେଜ, ତେନ୍ତୁଳିପୁର,  ବାଲେଶ୍ଵର
୬. ରିଜିଓନାଲ କଲେଜ ଅଫ୍‌ ସାଇନ୍ସ, ନିମାପଡ଼ା, ପୁରୀ
୭. ବିଶ୍ଵ ତାରିଣୀ ମହିଳା କଲେଜ୍‌, ଛେଣ୍ଡିପଦା, କେନ୍ଦୁଝର
୮. କିରଣ ସାଇନ୍ସ କଲେଜ, ଭୁବନେଶ୍ଵର
୯. ଓସ୍କାର କଲେଜ ଅଫ୍‌ ସାଇନ୍ସ ଏଣ୍ଡ ଟେକ୍‌ନୋଲୋଜି, ଭୁବନେଶ୍ଵର
୧୦. ରୟାଲ କଲେଜ ଅଫ୍‌ ସାଇନ୍ସ ଏଣ୍ଡ ଟେକ୍‌ନୋଲୋଜି, ଭୁବନେଶ୍ଵର
୧୧. ବିକାଶ ରେସିଡେନ୍ସିଆଲ କଲେଜ, ଭୁବନେଶ୍ଵର
୧୨. IMT +୨ ସାଇନ୍ସ ରେସିଡେନ୍‌ସିଆଲ କଲେଜ, ପିପିଲି, ପୁରୀ
୧୩. ଶ୍ରୀଶ୍ରୀ ରଘୁନାଥ ଜୁନିଅର ମହାବିଦ୍ୟାଳୟ, ଗଣିଆ, ନୟାଗଡ଼

ବାଣିଜ୍ୟ ମହାବିଦ୍ୟାଳୟଗୁଡ଼ିକ:
୧୪. ବାଲେଶ୍ଵର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଷ୍ଟଡ଼ିଜ୍, ନୂଆସାହି, ବାଲେଶ୍ଵର
୧୫. ଦିବ୍ୟଜ୍ୟୋତି +୨ କଲେଜ, ଭୁବନେଶ୍ଵର
୧୬. ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ୱାର୍କ ଏଣ୍ଡ ସୋସିଆଲ ସାଇନ୍ସ, ଭୁବନେଶ୍ଵର
୧୭. ଓମ୍‌ ଶାନ୍ତି ଜୁନିଅର କଲେଜ ଅଫ୍‌ ସାଇନ୍ସ ଏଣ୍ଡ ଟେକ୍‌ନୋଲୋଜି, ପିପିଲି, ପୁରୀ
୧୮. ରିଜିଓନାଲ ଜୁନିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାୟର ଷ୍ଟଡ଼ିଜ୍‌, ପୁରୀ
୧୯. ଡକ୍ଟର ଆର୍‌.ସି. ସାମନ୍ତରାୟ ଜୁନିଅର କଲେଜ, ଗଣିଆ, ନୟାଗଡ଼

ଆପଣମାନେ ନିଶ୍ଚୟ ଜାଣିଥିବେ ଯେ ଅନ୍‌ଲାଇନ୍‌ ନାମଲେଖା ଆବେଦନ ବ୍ୟବସ୍ଥା ଲାଗୁ ହେବା ଦ୍ଵାରା ବିଦ୍ୟାର୍ଥୀ ଓ ଅଭିଭାବକ ମାନେ ପ୍ରକୃତ ଗଣତନ୍ତ୍ରର ସ୍ଵାଦ ଚାଖିଲେ। ନିଜ ପସନ୍ଦ ଉଲ୍ଲେଖକୁ କେହି ଆଉ ଗଫଲତି କରିବାର ସୁଯୋଗ ରହିଲା ନାହିଁ। ଫଳରେ ଗହମ ଗୋଟିଗଣତା ନ୍ୟାୟରେ କେତେ ବିଦ୍ୟାର୍ଥୀ କେଉଁଠି ନାମ ଲେଖାଇଲେ, ତାହା ସ୍ପଷ୍ଟ ହୋଇଗଲା। ମିଛ ନାମଲେଖା ବା ଜଣେ ବିଦ୍ୟାର୍ଥୀଙ୍କର ଏକାଧିକ ଶିକ୍ଷାନୁଷ୍ଠାନରେ ନାମଲେଖା ଭଳି ଦୁର୍ନୀତି ମଧ୍ୟ ହୋଇ ପାରିଲା ନାହିଁ। ଏହା ହିଁ ସୂଚନା ପ୍ରଯୁକ୍ତିର ଶକ୍ତି।  ୫ବର୍ଷ ତଳେ ଏହି ବ୍ୟବସ୍ଥା ଲାଗୁ ହେବା ବେଳେ ଅନେକ ଏହାକୁ ବୁଝିବାକୁ ଚେଷ୍ଟା କରି ନଥିଲେ। କିନ୍ତୁ ଏବେ ଛୁଏ ବି ଖୁସୀ, ମାଆବାପା ବି ଖୁସୀ। ଆପଣ କ’ଣ କହୁଛନ୍ତି, କୁହନ୍ତୁ। 

कोई टिप्पणी नहीं:

एक टिप्पणी भेजें