Thursday, August 27, 2015

ଭାରତର ସ୍ମାର୍ଟ ସିଟି ୧୦୦

ଆଜି କେନ୍ଦ୍ର ସରକାରଙ୍କ ନଗରବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଘୋଷଣା କରିଛନ୍ତି ୯୮ଟି ସ୍ମାର୍ଟସିଟିର ନାମ ତାଲିକା। ମୋଟ ୧୦୦ଟି ସ୍ମାର୍ଟ ସିଟି ଘୋଷଣା ହେବା କଥା। କିନ୍ତୁ ଉତ୍ତରପ୍ରଦେଶ ଭାଗରେ ପଡ଼ିଥିବା ୧୩ଟି ମଧ୍ୟରୁ ୧୨ଟିର ଘୋଷଣା ହୋଇଥିବା ବେଳେ ଜମ୍ମୁ-କାଶ୍ମୀର ସରକାର ଅଧିକ ସମୟ ମାଗିଛନ୍ତି ନିଷ୍ପତ୍ତି ନେବା ପାଇଁ*। 

ଏହି ସ୍ମାର୍ଟସିଟି ମିଶନ ପାଇଁ ମୋଟ ୪୮,୦୦୦ କୋଟି ଟଙ୍କା ପୁଞ୍ଜି ବ୍ୟୟ ହେବ। ପ୍ରତି ସିଟିକୁ ବାର୍ଷିକ ୧୦୦ କୋଟି ହିସାବରେ ଅନୁଦାନ ମିଳିବ ୫ ବର୍ଷ ପର୍ଯ୍ୟନ୍ତ।

ସଂପୂର୍ଣ ତାଲିକା:-
୦୧. ପୋର୍ଟବ୍ଲେୟାର (ଆଣ୍ଡାମାନ)
୦୨. ବିଶାଖାପଟ୍ଟନମ୍‌ (ଆନ୍ଧ୍ରପ୍ରଦେଶ)
୦୩. ତିରୁପତି (ଆନ୍ଧ୍ରପ୍ରଦେଶ)
୦୪. କାକିନାଡ଼ା (ଆନ୍ଧ୍ରପ୍ରଦେଶ)
୦୫. ପାଶିଘାଟ (ଅରୁଣାଚଳପ୍ରଦେଶ)
୦୬. ଗୁଆହାଟୀ (ଆସାମ)
୦୭. ମୁଜାଫରପୁର (ବିହାର)
୦୮. ଭାଗଲପୁର(ବିହାର)
୦୯. ବିହାରସରିଫ୍‌ (ବିହାର)
୧୦. ଚଣ୍ଡୀଗଡ଼ (ଚଣ୍ଡୀଗଡ଼)
୧୧. ରାୟପୁର (ଛତିଶଗଡ଼)
୧୨. ବିଳାସପୁର (ଛତିଶଗଡ଼)
୧୩. ଡିଉ (ଦାମନ ଓ ଡିଉ)
୧୪. ସିଲଭାସା (ଦାଦ୍ରା ଓ ନଗରହାୱେଲୀ)
୧୫. ନୂଆଦିଲ୍ଲୀ ମେଟ୍ରୋପଲିଟାନ୍‌ କାଉନସିଲ୍‌ (ଦିଲ୍ଲୀ)
୧୬. ପାଣାଜୀ (ଗୋଆ)
୧୭. ଗାନ୍ଧୀନଗର (ଗୁଜରାଟ)
୧୮. ଅହମଦାବାଦ (ଗୁଜରାଟ)
୧୯. ସୁରତ (ଗୁଜରାଟ)
୨୦. ବଡ଼ୋଦ୍‌ରା (ଗୁଜରାଟ)
୨୧. ରାଜକୋଟ (ଗୁଜରାଟ)
୨୨. ଦହୋଡ଼ (ଗୁଜରାଟ)
୨୩. କର୍ନଲ (ହରିୟାଣା)
୨୪. ଫରିଦାବାଦ (ହରିୟାଣା)
୨୫. ଧର୍ମଶାଳା ( ହିମାଚଳପ୍ରଦେଶ)
୨୬. ରାଞ୍ଚି (ଝାଡ଼ଖଣ୍ଡ)
୨୭. ମାଙ୍ଗାଲୁରୁ (କର୍ଣାଟକ)
୨୮. ବେଲାଗାୱି (କର୍ଣାଟକ)
୨୯. ଶିବମୋଗା (କର୍ଣାଟକ)
୩୦. ହୁବଲି-ଧରୱାଡ଼ (କର୍ଣାଟକ)
୩୧. ଟୁମକୁରୁ (କର୍ଣାଟକ)
୩୨. ଦେବନେଗେରେ (କର୍ଣାଟକ)
୩୩. କୋଚି (କେରଳ)
୩୪. କାଭାର୍ତି (ଲାକ୍ଷାଦ୍ଵୀପ)
୩୫. ଭୋପାଳ (ମଧ୍ୟପ୍ରଦେଶ)
୩୬. ଇନ୍ଦୋର (ମଧ୍ୟପ୍ରଦେଶ)
୩୭. ଜବଲପୁର (ମଧ୍ୟପ୍ରଦେଶ)
୩୮. ଗ୍ଵାଲିୟର (ମଧ୍ୟପ୍ରଦେଶ)
୩୯. ସାଗର (ମଧ୍ୟପ୍ରଦେଶ)
୪୦. ସତ୍‌ନା (ମଧ୍ୟପ୍ରଦେଶ)
୪୧. ଉଜ୍ଜୟିନୀ (ମଧ୍ୟପ୍ରଦେଶ)
୪୨. ନୱି ମୁମ୍ବଇ (ମହାରାଷ୍ଟ୍ର)
୪୩. ନାଶିକ୍‌ (ମହାରାଷ୍ଟ୍ର)
୪୪. ଥାଣେ (ମହାରାଷ୍ଟ୍ର)
୪୫. ବୃହନ୍‌ମୁମ୍ବଇ (ମହାରାଷ୍ଟ୍ର)
୪୬. ଅମରାବତୀ (ମହାରାଷ୍ଟ୍ର)
୪୭. ସୋଲାପୁର (ମହାରାଷ୍ଟ୍ର)
୪୮. ନାଗପୁର (ମହାରାଷ୍ଟ୍ର)
୪୯. କଲ୍ୟାଣ-ଡୋମ୍ବିୱାଲି (ମହାରାଷ୍ଟ୍ର)
୫୦. ଔରଙ୍ଗାବାଦ (ମହାରାଷ୍ଟ୍ର)
୫୧. ପୁଣେ (ମହାରାଷ୍ଟ୍ର)
୫୨. ଇମ୍ଫାଲ (ମଣିପୁର)
୫୩. ଶିଲଂ (ମେଘାଳୟ)
୫୪. ଆଇଜଲ (ମିଜୋରାମ)
୫୫. କୋହିମା (ନାଗାଲାଣ୍ଡ)
୫୬. ଭୁବନେଶ୍ଵର (ଓଡ଼ିଶା)
୫୭. ରାଉରକେଲା (ଓଡ଼ିଶା)
୫୮. ଅଉଲଗାରେଟ୍‌ (ପୁଡୁଚେରୀ)
୫୯. ଲୁଧିଆନା (ପଞ୍ଜାବ)
୬୦. ଜଳନ୍ଧର (ପଞ୍ଜାବ)
୬୧. ଅମୃତସର (ପଞ୍ଜାବ)
୬୨. ଜୟପୁର (ରାଜସ୍ଥାନ)
୬୩. ଉଦୟପୁର (ରାଜସ୍ଥାନ)
୬୪. କୋଟା (ରାଜସ୍ଥାନ)
୬୫. ଆଜମୀର (ରାଜସ୍ଥାନ)
୬୬. ନାମ୍‌ଚି (ସିକିମ୍‌)
୬୭. ତିରୁଚିରାପଲ୍ଲୀ (ତାମିଲନାଡୁ)
୬୮. ଚେନ୍ନାଇ (ତାମିଲନାଡୁ)
୬୯. ତିରୁପୁର (ତାମିଲନାଡୁ)
୭୦. କୋଏମ୍ବାଟୁର (ତାମିଲନାଡୁ)
୭୧. ଭେଲୋର (ତାମିଲନାଡୁ)
୭୨. ସାଲେମ୍‌ (ତାମିଲନାଡୁ)
୭୩. ଏରୋଡ଼୍‌ (ତାମିଲନାଡୁ)
୭୪. ତାଞ୍ଜାଭୁର (ତାମିଲନାଡୁ)
୭୫. ତିରୁନେଲଭେଲୀ (ତାମିଲନାଡୁ)
୭୬. ଡିଣ୍ଡିଗୁଲ (ତାମିଲନାଡୁ)
୭୭. ମଦୁରାଇ (ତାମିଲନାଡୁ)
୭୮. ଥୁଟୁକୁଡ଼ି (ତାମିଲନାଡୁ)
୭୯. ଗ୍ରେଟର ହାଇଦ୍ରାବାଦ (ତେଲେଙ୍ଗାନା)
୮୦. ଗ୍ରେଟର ୱାରାଙ୍ଗଲ (ତେଲେଙ୍ଗାନା)
୮୧. ଅଗରତାଲା (ତ୍ରିପୁରା)
୮୨. ମୋରାଦାବାଦ (ଉତ୍ତରପ୍ରଦେଶ)
୮୩. ଆଲିଗଡ଼ (ଉତ୍ତରପ୍ରଦେଶ)
୮୪. ସାହାରାନପୁର (ଉତ୍ତରପ୍ରଦେଶ)
୮୫. ବରେଲୀ (ଉତ୍ତରପ୍ରଦେଶ)
୮୬. ଝାନ୍‌ସୀ (ଉତ୍ତରପ୍ରଦେଶ)
୮୭. କାନପୁର (ଉତ୍ତରପ୍ରଦେଶ)
୮୮. ଆଲାହାବାଦ (ଉତ୍ତରପ୍ରଦେଶ)
୮୯. ଲକ୍ଷ୍ନୌ (ଉତ୍ତରପ୍ରଦେଶ)
୯୦. ବାରାଣାସୀ (ଉତ୍ତରପ୍ରଦେଶ)
୯୧. ଗାଜିଆବାଦ (ଉତ୍ତରପ୍ରଦେଶ)
୯୨. ଆଗ୍ରା (ଉତ୍ତରପ୍ରଦେଶ)
୯୩. ରାମପୁର (ଉତ୍ତରପ୍ରଦେଶ)
୯୪. ଡେରାଡୁନ୍‌ (ଉତ୍ତରାଖଣ୍ଡ)
୯୫. କୋଲକାତା ନିଉଟାଉନ୍‌ (ପଶ୍ଚିମବଙ୍ଗ)
୯୬. ବିଧାନନଗର (ପଶ୍ଚିମବଙ୍ଗ)
୯୭. ଦୁର୍ଗାପୁର (ପଶ୍ଚିମବଙ୍ଗ)
୯୮. ହଳଦିଆ (ପଶ୍ଚିମବଙ୍ଗ)

ଯମଜନଗରୀ ମଧ୍ୟ ଏଠାରେ ସ୍ଥାନ ପାଇଛି। ଏତିକି ଅକଲ ଖଟେଇଥିଲେ ଭୁବନେଶ୍ଵର-କଟକ ତାଲିକାରେ ସ୍ଥାନ ପାଇଥାଆନ୍ତା। କିନ୍ତୁ ଓଡ଼ିଶା ସରକାର କେବେ ହେଲେ ବୁଦ୍ଧିବାଦୀ ନାଗରିକମାନଙ୍କୁ ଲୋଡ଼ୁ ନଥିବାରୁ ଯାବତୀୟ ବିଭ୍ରାଟ ହେଉଛି। 

(*ହୁଏତ ମୁଫ୍‌ତିଙ୍କ ମୁଣ୍ଡରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ପଶିଯାଇଥିବାରୁ, ସେ ହିନ୍ଦୁସ୍ତାନ ସରକାରର ଏ ସ୍ମାର୍ଟସିଟି ଚକ୍କରରେ ନପଶିବାକୁ ଚାହୁଥାଇ ପାରନ୍ତି)

ଅନୁଗୁଳ-ସୁକିନ୍ଦା ରେଳ ଲିଂକକୁ ହାତୀ ବାଧକ !

ହାତୀ ପଲ ଓଗାଳିଛନ୍ତି ଅନୁଗୁଳ-କାମାକ୍ଷାନଗର-ସୁକିନ୍ଦା ରେଳ ପ୍ରକଳ୍ପର ବାଟ ! କୌତୁକିଆ ଲାଗୁଥିଲେ ବି ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ଦାପ୍ତରିକ ବିବୃତିରୁ ଏହା ସ୍ପଷ୍ଟ ହୋଇଛି । ୧୯୯୮-୯୯ରେ ମଞ୍ଜୁରୀ ପାଇଥିବା ୨୪୫.୨୨ କୋଟି ଟଙ୍କାର ଏହି ୯୮.୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ପ୍ରକଳ୍ପର ମୂଲ୍ୟ ପ୍ରାୟ ପାଞ୍ଚ ଗୁଣ ବୃଦ୍ଧି ପାଇ ୧୨୦୨.୭୦ କୋଟି ଟଙ୍କାରେ ପହଞ୍ଚିଲାଣି। ଏହା ପାଇଁ ଜମି ଅଧିଗ୍ରହଣ ବି ସରିଛି ବୋଲି ଏକ ସମୀକ୍ଷାରେ ଦର୍ଶାଯାଇଛି। ହେଲେ ଅଧିଗୃହିତ ୧୪୧.୮୭୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତନ (ଡାଇଭର୍ସନ) ହୋଇ ପାରୁନି। ସଂପୃକ୍ତ ଜଙ୍ଗଲ ହାତୀମାନଙ୍କ ବିଚରଣସ୍ଥଳୀ ହୋଇଥିବାରୁ ରେଳପଥ ଦ୍ୱାରା ହାତୀଙ୍କ ଚଳପ୍ରଚଳରେ ବାଧା ଉପୁଜିବ ବୋଲି ବନ ବିଭାଗ ଦର୍ଶାଉଥିବାରୁ ପ୍ରକଳ୍ପ ଆଗେଇ ପାରୁନି ।

ଅନୁଗୁଳ-ସୁକିନ୍ଦା ରୋଡ଼୍‍ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯୋଡା-ବଡବିଲ ଲୁହାଖଣି ଓ ଅନୁଗୁଳ ଇସ୍ପାତ କାରଖାନା ପ୍ରତିଷ୍ଠିତ ହୋଇଥିବା ଅନୁଗୁଳ ଅଞ୍ଚଳ ମଧ୍ୟରେ ସିଧାସଳଖ ଯୋଗାଯୋଗ ସମ୍ଭବ ହେବା ସହ ୫୨ କି.ମି. ଦୂରତ୍ୱ କମିଯିବ। ଏହା ବ୍ୟତୀତ ତାଳଚେର କୋଇଲା ଖଣି ବଳୟ ଓ କଳିଙ୍ଗନଗର ଶିଳ୍ପାଞ୍ଚଳ, ରାଉରକେଲା- ଧାମରା ବନ୍ଦର ଓ ପାରାଦୀପ ବନ୍ଦରକୁ ସଂଯୋଗ ସ୍ଥାପନ ହୋଇପାରିବ । ସେହିପରି ରେଳ ପ୍ରକଳ୍ପ ପୂର୍ଣାଙ୍ଗ ହେଲେ ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାବାସୀ ରେଳଯାତ୍ରାର ସୁବିଧା ପାଇ ପାରିବେ । ମଲ୍ଟି-ମୋଡାଲ ଲଜିଷ୍ଟିକପାର୍କ ପ୍ରତିଷ୍ଠା ସହିତ ରାଜ୍ୟରେ କଣ୍ଟେନର ଯାତ୍ରା ସମ୍ପ୍ରସାରିତ ହୋଇପାରିବ।

କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ ତାହା ଜଣାପଡ଼ିଯାଇଛି ୧୪ ଅଗଷ୍ଟ ୨୦୧୫ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ କାର୍ଯ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରୁ । ସମୀକ୍ଷା ବିବରଣୀରେ ରହିଛି ୯୮.୭ କି.ମି. ବିଶିଷ୍ଟ ଏହି ପ୍ରକଳ୍ପର ୬୨.୭୪୦ କି.ମି. ଢେଙ୍କାନାଳ ଜିଲ୍ଲାରେ, ୨୯.୫୪୭ କି.ମି. ଯାଜପୁର ଜିଲ୍ଲାରେ ଏବଂ ୬.୪୧୩ କି.ମି. ଅନୁଗୁଳ ଜିଲ୍ଲାରେ ରହିଛି । ପ୍ରକଳ୍ପର କାର୍ଯ୍ୟକାରିତାକୁ ସୁଗମ କରିବା ଉଦ୍ଦେଶ୍ୟରେ ସର୍ବନିମ୍ନ ଜଙ୍ଗଲ ଜମିର ବ୍ୟବହାରକୁ ଶ୍ରେଷ୍ଠ ବିକଳ୍ପ ଭାବେ ଚୂଡାନ୍ତ କରାଯାଇଛି । ଏହି ଜଙ୍ଗଲରେ ବିରଳ ତଥା ଲୁପ୍ତପ୍ରାୟ ପ୍ରଜାତିର ପଶୁପକ୍ଷୀ ନାହାନ୍ତି ବା ସୁରକ୍ଷିତ ପ୍ରତ୍ନତତ୍ତ୍ଵ ବା ଐତିହ୍ୟସ୍ଥଳୀ ନଥିବା ବେଳେ ୧୪୧.୮୭୨ ହେକ୍ଟର ଜଙ୍ଗଲ କିସମ ଜମିର ଡାଇଭର୍ସନ ଅଟକି ରହିଛି। ଯାହାକି ସଂରକ୍ଷିତ ଓ ରାଜସ୍ୱ କିସମର ଜଙ୍ଗଲ ଜମି । ପ୍ରକଳ୍ପ ପାଇଁ ଏଠାରୁ ମାତ୍ର ୨୧୦୦ ଗଛ କାଟିବା ଲୋଡ଼ା ହେଉଥିବା ବେଳେ ପ୍ରକଳ୍ପ ପରିସୀମାରେ କୌଣସି ବନ୍ୟପ୍ରାଣୀ ଅଭୟାରଣ୍ୟ ନାହିଁ । ହେଲେ ପ୍ରକଳ୍ପ ପଥରେ ମୁଖ୍ୟ ପ୍ରତିବନ୍ଧକ ହେଉଛି ଢେଙ୍କାନାଳ ଡିଏଫ୍ଓଙ୍କ ରିପୋର୍ଟ। ତହିଁରେ ଦର୍ଶାଯାଇଛି ଯେ ପ୍ରସ୍ତାବିତ ରେଳପଥ, ହାତୀମାନଙ୍କ ମୁକ୍ତ ବିଚରଣ କ୍ଷେତ୍ରରେ ଭୟାବହ ପରିସ୍ଥିତି ସୃଷ୍ଟି କରିବ । ଏଣୁ ରାଜ୍ୟ ସରକାର ହାତୀମାନଙ୍କ ପାଇଁ ଗଳାପଥ ଭଳି ବିଭିନ୍ନ ପ୍ରତିଷେଧକମୂଳକ ପଦକ୍ଷେପ ଉପରେ ବିଚାର କରନ୍ତୁ। ଏଣୁ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡ଼େନ୍‍ଙ୍କ ଅନୁମୋଦନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ତେବେ ଡିଏଫ୍ଓଙ୍କ ରିପୋର୍ଟ ଯୋଗୁ ଯେଉଁ ପ୍ରତିକୂଳ ପରିସ୍ଥିତି ଉପୁଜିଛିି, ତାହା ଦୂର ହେବା ସହଜ ଲାଗୁ ନାହିଁ ।

ଅନ୍ୟ କିଛି ରେଳ ପ୍ରକଳ୍ପର କାର୍ଯ୍ୟକାରିତାରେ ମୁଖ୍ୟ ଗତିରୋଧକ ହେଉଛି ଜମି ଅଧିଗ୍ରହଣ । ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ମୋଟ ୨୮୯ କି.ମି. ମଧ୍ୟରୁ ମାତ୍ର ୩୨ କି.ମି. ଗତ ଜୁନ ମାସ ସୁଦ୍ଧା ସଂପୂର୍ଣ ହୋଇଛି । ବେଗୁନିଆ ପର୍ଯ୍ୟନ୍ତ ରେଳପଥର ଉଦ୍ଘାଟନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଖୁସି ହୋଇଯାଇଛନ୍ତି । ୧୯୯୪-୯୫ରେ ଅନୁମୋଦିତ ୩୫୩.୩୮ କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ୪୭୦.୨୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୧୯୬୦ ଦଶକର ଦାବି ଓ ୨୦୦୩-୦୪ ବର୍ଷରେ ମଞ୍ଜୁରୀ ପାଇଥିବା ୧୫୪ କି.ମି. ବିଶିଷ୍ଟ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପର ମୂଲ୍ୟ ୭୨୬.୯୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୮୧୦.୭୮ କୋଟି ଟଙ୍କା ହେଲାଣି। ହେଲେ କାମ ଆଗେଇବାରେ କଣ୍ଟା ସାଜିଛି ଜମି ଅଧିଗ୍ରହଣ । ତେବେ ୧୯୯୬-୯୭ ମସିହାର ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସରିଥିଲେ ବି କାମ ଆଗଉ ନାହିଁ। ଏଣେ ପ୍ରକଳ୍ପ ମୂଲ୍ୟ ଦୁଇଗୁଣ ବଢିସାରିଛି ।

କେନ୍ଦ୍ରୀୟ ଅବହେଳା ଦର୍ଶାଇ ରାଜ୍ୟ ସରକାର ପ୍ରତିବର୍ଷ ରେଳ ବଜେଟରେ ଅଧିକ ଅର୍ଥ ଦାବି କରୁଥିଲେ ବି ନିଜ ଦାୟିତ୍ୱ ସଂପାଦନରେ ଅଧିକ ଅବହେଳା କରୁଛନ୍ତି । ତାହା ହେଉଛି ଜମି ଅଧିଗ୍ରହଣ। ଅଧିକାଂଶ କ୍ଷେତ୍ରରେ ଭୂ-ଅର୍ଜନ ଅଧିକାରୀ (ଏଲ୍.ଏ.ଓ.) ବା ସ୍ୱତନ୍ତ୍ର ଏଲ୍.ଏ.ଓ. ନାହାନ୍ତି । କାମଚଳା ଭାବରେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀମାନଙ୍କୁ ଏହି ପଦରେ ରଖାଯାଉଛି । ହେଲେ ସେମାନେ ଆଇନଗତ ସମସ୍ୟାର ସମାଧାନ କରିବାରେ ସମର୍ଥ ହେଉନାହାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଜମି ଅଧିଗ୍ରହଣ ଜନିତ ବିଳମ୍ବ କାରଣରୁ ଓଡ଼ିଶାର ଜୀବନରେଖା କୁହାଯାଉଥିବା ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପ ସରିବାକୁ ୧୪ ବର୍ଷ ଲାଗିଥିଲା । ଆଉ ଏହାର ମୂଳ ବ୍ୟୟ ବରାଦ ୭୨୩ ଶତକଡ଼ା ବଢିଥିଲା । ଏ କ୍ଷେତ୍ରରେ ଅତୁଟ ରେକର୍ଡ଼ ରହିଛି ଲାଞ୍ଜିଗଡ଼-ଜୁନାଗଡ଼ ପ୍ରକଳ୍ପର । ଯାହାକି ୨୦ ବର୍ଷ ପରେ ୨୦୧୪ରେ ସଂପୂର୍ଣ ହୋଇଥିଲା ଏବଂ ଏହାର ପ୍ରକଳ୍ପ ମୂଲ୍ୟ ୨୩୧.୨୬ ଶତକଡ଼ା ବଢ଼ିଥିଲା ।

ଚିନ୍ତା କରନ୍ତୁ, ଏହି ଗତିରେ ଯଦି ଜମି ଅଧିଗ୍ରହଣ ଚାଲେ, ତେବେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡିକ କେବେ ସରିବ ଏବଂ ଓଡ଼ିଶାର ଆର୍ଥନୀତିକ ବିକାଶ କିପରି ହେବ ?


ସୌଜନ୍ୟ: ସମ୍ବାଦ, ୨୭ ଅଗଷ୍ଟ ୨୦୧୫

Saturday, August 22, 2015

ନିଖୋଜ ଡାକ୍ତର ବିଜ୍ଞପ୍ତି ଓ ସ୍ଵାସ୍ଥ୍ୟ ପ୍ରଶାସନକୁ ୧୦ଟି ପ୍ରଶ୍ନ

ମଧ୍ୟପ୍ରଦେଶର ବ୍ୟାପମ୍‌ ଦୁର୍ନୀତି ଉପରେ ଏବେ ଦେଶବ୍ୟାପୀ ଚର୍ଚା ତାହା ଏକ ହିନ୍ଦୀ ଭାଷୀ ରାଜ୍ୟ ଓ ସେଠାରେ ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ ଥିବାରୁ ଏହା ସମ୍ଭବ ହେଉଛି ହେଲେ ଓଡ଼ିଶାରେ ସ୍ଥିତି ଭିନ୍ନ ପ୍ରକାର ହୋଇଥିବାରୁ ଓଡ଼ିଶାର ଗୁମର ଜାତୀୟ ସ୍ତରରେ ଚର୍ଚାକୁ ଆସି ପାରୁ ନାହିଁ। ସମ୍ଭବତଃ ଏହାର ଫାୟଦା ଉଠାଇଚାଲିଛି ରାଜ୍ୟ ପ୍ରଶାସନ

ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ୬୧୩ ଜଣ ଡାକ୍ତର ନିଖୋଜ ଥିବା ନେଇ ଓଡ଼ିଶା ସରକାରଙ୍କର ସ୍ଵାସ୍ଥ୍ୟ ବିଭାଗ ୧ ଜୁନ୍‌ ୨୦୧୫(ସୋମବାର)ରେ କେତେକ ଆଗଧାଡ଼ିର ଖବରକାଗଜରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ଦର୍ଶାଯାଇଥିଲା ଯେ ନିଖୋଜ ଡାକ୍ତରଙ୍କ ଠିକଣା ମିଳୁ ନଥିବାରୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ନୋଟିସ୍‌ ଦିଆଯାଇପାରି ନାହିଁ। ଏଣୁ ନିଜର ପକ୍ଷ ରଖିବା ସହ ନିଖୋଜ ହେବାର କାରଣ ଦର୍ଶାଇବାକୁ ୨୦ ଦିନ ମହଲତ ଦିଆଯାଇଥିଲା। ଏପରିକି ଜଣେ ଅତିରିକ୍ତ ସଚିବଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାକୁ ସେହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଥିଲା। ଆଉ  ଯେଉଁମାନେ ଯୋଗାଯୋଗ ନ କରିବେ, ସେମାନଙ୍କ ବିରୋଧରେ ଚିଠା ଅଭିଯୋଗକୁ ଚୂଡ଼ାନ୍ତ ବିବେଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବାର ସୂଚନା ଥିଲା।

କେବଳ ୪ଟି ଖବରକାଗଜରେ ଏତେ ବଡ଼ ବଡ଼ ବିଜ୍ଞପ୍ତି ଦିଆଯାଇଛି, ଯାହାକି କେବଳ ଦୁଇ ଦିନ ପରେ ସମସ୍ତେ ଭୁଲିଯାଇଥିବେ, ଅଥବା ଅନେକ ପାଠକ ପଢ଼ି ବି ନଥିବେ। କିନ୍ତୁ ସେହି ବିଜ୍ଞପ୍ତିକୁ ଆଧାର କରି ଆମ୍ଭେ କେତେକ ମୌଳିକ ପ୍ରଶ୍ନ ଉଠାଇଛୁ, ଯାହାକି କୌଣସି ଶିକ୍ଷିତ ଓ ସଚେତନ ନାଗରିକଙ୍କ ଠାରେ ପ୍ରତିକ୍ରିୟା ସୃଷ୍ଟି କରିବା ସହ ଅନୁସନ୍ଧାନ ପାଇଁ ଖୋରାକ ଯୋଗାଇବାକୁ ଯଥେଷ୍ଟ।

୧. ସ୍ଵାସ୍ଥ୍ୟ ବିଭାଗ ନିଜ ୱେବ୍‌ସାଇଟ୍‌ରେ ସଂପୂର୍ଣ ତାଲିକା ପ୍ରକାଶ କରି କେବଳ ଧ୍ୟାନ ଆକର୍ଷଣ ପାଇଁ ଦେଖିହେଲା ଭଳି ଅକ୍ଷରରେ ବିଜ୍ଞପ୍ତିର ମୁଖ୍ୟସୂଚନା ଟିକକ ଖବରକାଗଜରେ ପ୍ରକାଶ କରିବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି କାହିଁକି କରି ନାହାନ୍ତି?

୨. ଓଡ଼ିଆ ଭାଷାରେ ପ୍ରାଶାସନିକ କାର୍ଯ୍ୟ ସଂକ୍ରାନ୍ତେ ଏତେ ହଟଚମଟ ହେଲା ପରେ ବି ସଂପୃକ୍ତ ସ୍ଵାସ୍ଥ୍ୟ ସଚିବ, ଏହି ଚର୍ଚିତ ବିଜ୍ଞପ୍ତିକୁ ଇଂଲିଶ୍ରେ ପ୍ରକାଶ କରି, ସଚେତନ ନାଗରିକଙ୍କ ସନ୍ଦେହ ଘେରକୁ ଆସିଛନ୍ତି। ଏତେ ଛୋଟ ଅକ୍ଷରରେ ତାଲିକା ରହିଛି ଯେ ତାହାକୁ କେବଳ ଯବକାଚ ଦ୍ଵାରା ହିଁ ପଢ଼ି ହେବ। ଅନେକ ନାଗରିକଙ୍କ ଧ୍ୟାନ ଏଡ଼ାଇଯିବାକୁ ଏପରି କରାଯାଇନି କି?

୩. ଆମ ଦେଶର ପ୍ରାଶାସନିକ ପରଂପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ବାପାଙ୍କ ନାମ ସହିତ ଚିହ୍ନଟ କରାଯାଏ। ନଚେତ୍‌ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ ଭୋଟର ପରିଚୟ କ୍ରମାଙ୍କ ଦିଆଯାଇପାରେ। ଅନ୍ୟ ପକ୍ଷରେ ମଣିଷଙ୍କୁ ଚିହ୍ନଟ କରିବା ପାଇଁ ତାଙ୍କର ଷ୍ଟାଂପ୍‌ ଆକାରର ସଦ୍ୟତମ ଫଟୋ ଲଗାଇବାର ପରମ୍ପରା ଏହି ଶତାବ୍ଦୀରେ ବିକଶିତ ହୋଇଛି। ଏହି ତିନିଟି ଯାକ ଉପାୟରୁ କୌଣସି ଗୋଟିଏ ବି ଉପାୟ ବିଭାଗୀୟ କର୍ତ୍ତୃପକ୍ଷ ଅବଲଂବନ କରିନାହାନ୍ତି। ନିଜ ୱେବ୍‌ସାଇଟ୍‌ର ଡାଟାବେସ୍‌ରେ ଏସବୁ ବେଶ୍‌ ସହଜରେ ସ୍ଥାନିତ ହୋଇପାରିଥାଆନ୍ତା। ତେଣୁ ବିଭାଗୀୟ ପ୍ରଶାସନ ଏକ ତ୍ରୁଟିପୂର୍ଣ ତାଲିକା ପ୍ରକାଶ କରି ନିଖୋଜ ସରକାରୀ ଡାକ୍ତରମାନଙ୍କୁ ତାଗିଦ୍‌ କରିବା ବଦଳରେ ସମ୍ମାନ ରକ୍ଷାର ଡିଲ୍‌ କରିଛନ୍ତି କି?

୪. ଡାକ୍ତରମାନଙ୍କୁ ସମାଜରେ ସର୍ବାଧିକ ମର୍ଯ୍ୟାଦା ମିଳିଥାଏ। ଆଉ ସେମାନେ ନିଖୋଜ ହୋଇଯିବା ଏବଂ ବିଭାଗ ଚୁପ୍‌ ବସିବାଟାକୁ ଏକ ପିଲାଳିଆମି କୁହାଯିବ ନାହିଁ କି? କାରଣ ଏମାନେ ନିଖୋଜ ହେବା ନେଇ ସ୍ଵାସ୍ଥ୍ୟ ବିଭାଗ ସ୍ଥାନୀୟ ଥାନାରେ କୌଣସି ଏତଲା ଦେଇ ନାହିଁ। ତେଣୁ ଏହା ଏକ ଯୋଜନାବଦ୍ଧ ଜାଲିଆତି ନୁହେଁ କି?

୫. ବିଭାଗୀୟ ୱେବ୍‌ସାଇଟ୍‌ରେ ନାମତାଲିକା ରହିଥିଲେ, ସେଗୁଡ଼ିକ ସମୟକୁ ସମୟ ଅଦ୍ୟତନ କରାଯାଇପାରିଥାଆନ୍ତା। ଅର୍ଥାତ୍‌ କିଏ କିଏ ସ୍ପଷ୍ଟୀକରଣ ଦେଇପାରିଲେଅଥବା କିଏ ପୁଣି ଚାକିରିକୁ ଫେରିଲେ, ଏସବୁ କଥା ଜଣାପଡ଼ିଥାଆନ୍ତା। କିନ୍ତୁ ବିଭାଗୀୟ ପ୍ରଶାସନ ଏପରି କାହିଁକି ଆଜି ସୁଦ୍ଧା କରି ନାହାନ୍ତି?

୬. ତାଲିକାରେ ଅନେକ ନକଲି ନାମ ରହିଥିବା ଭଳି ଲାଗୁଛି। ଅନେକ ନାମ ଓଡ଼ିଶା ବାହାରର ବ୍ୟକ୍ତିଙ୍କର ଭଳି ସ୍ପଷ୍ଟ ବାରି ହେଉଛି। ତେଣୁ ସେମାନଙ୍କୁ ସରକାରୀ ଅଭିଜ୍ଞତା କରାଇଦେବା ଆଳରେ ଏକ ରାକେଟ୍‌ କାମ କରୁଥିବା ସନ୍ଦେହ ହେଉ ନାହିଁ କି?

୭. ସ୍ଵାସ୍ଥ୍ୟ ବିଭାଗର ନିଶ୍ଚିତ ରୂପେ ମାନବ ସମ୍ବଳ ପରିଚାଳନା ଅନୁବିଭାଗ ରହିଥିବ ଏବଂ ତାହାଦ୍ଵାରା ଡାକ୍ତରମାନଙ୍କର ସଂପୂର୍ଣ ଡାଟାବେସ୍‌ ନିଶ୍ଚିତ ଥିବ। ଯେଉଁ ଡାଟାବେସ୍‌ରେ ସଂପୃକ୍ତ ଡାକ୍ତରଙ୍କ ଜନ୍ମତାରିଖ ମଧ୍ୟ ରହିଥିବ। ତାହା ପ୍ରକାଶ ପାଇଥିଲେ, ବୁଝାପଡ଼ିଥାଆନ୍ତା ଯେ ଏମାନେ ଯୁବକ କି ବୟସ୍କ। ଅର୍ଥାତ୍‌ କେତେ ବର୍ଷ ବୟସରେ ସେମାନେ ରାଜ୍ୟସରକାରଙ୍କୁ ଠକି ଦେଇ ନିରୁଦ୍ଦିଷ୍ଟ  ହୋଇଗଲେ? ଏହା ପ୍ରତି କଣ ବିଭାଗୀୟ ପ୍ରଶାସନ ସଚେତନ ନୁହନ୍ତି?

୮. ଇ-ଗଭର୍ନାନ୍‌ସ୍‌ ଯଦି ସରକାରଙ୍କର ଚାଲୁଥାଆନ୍ତା, ତେବେ ସମସ୍ତଙ୍କୁ ସରକାରୀ ଇମେଲ ଆଇଡ଼ି ମିଳିଥାଆନ୍ତା। ଏପରିକି ବ୍ୟକ୍ତିଗତ ଇମେଲ୍‌ ଆଇଡ଼ି ମଧ୍ୟ ସେହି ମାନବ ସମ୍ବଳ ପରିଚାଳନା ଅନୁଭାଗ ଡାଟାବେସ୍‌ରେ ଥାଆନ୍ତା। ଯଦି ଏସବୁ କିଛି ନାହିଁ, ତେବେ ଏହା କଣ ସ୍ଵାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ବିଭାଗୀୟ ପ୍ରଶାସନର ଅପାରଗତା ନୁହେଁ କି?

୯. ପେସାଦାର ଡାକ୍ତର ରୂପେ କାର୍ଯ୍ୟ କରିବା ପାଇଁ ଆମ ଦେଶରେ ଆନୁଷ୍ଠାନିକ ଅନୁମତି ଦେଉଥିବା ଶୀର୍ଷ ପରିଷଦଟି ହେଉଛି ମେଡ଼ିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ। କହିବା ବାହୁଲ୍ୟ, ବିଭାଗ ଯଦି ସତରେ ଜନତାଙ୍କ ପାଇଁ କାର୍ଯ୍ୟ କରୁଛି, ତେବେ ନିଖୋଜ ଡାକ୍ତରମାନଙ୍କ ଏମ୍‌.ସି.ଆଇ. କୋଡ଼୍‌ କାହିଁକି ପ୍ରକଟ କରି ନାହାନ୍ତି?

୧୦. ପ୍ରତି ବର୍ଷ ଏଭଳି ଡାକ୍ତରମାନେ ନିଖୋଜ ହେଉଛନ୍ତି। ଅଥଚ ବିଭାଗୀୟ ପ୍ରଶାସନ କୌଣସି ସତର୍କତାମୂଳକ ପଦକ୍ଷେପ ନେଇ ନାହିଁ କି ସେମାନଙ୍କ ସ୍ଥାୟୀ ଠିକଣା ବା ସହର ଠିକଣା ମଧ୍ୟ କାହିଁକି ରଖୁ ନାହିଁ।

ଏପରିକି ଡାକ୍ତରମାନଙ୍କ ମୋବାଇଲ ନମ୍ବର ଓ ପୈତୃକ ବାସସ୍ଥାନ ଠିକଣା ଯଦି ପ୍ରକାଶ ପାଇଥାଆନ୍ତା, ତେବେ ସେମାନେ ଲୁଚିଲୁଚି ଅନ୍ୟତ୍ର ପଳାଇଯାଇଛନ୍ତି କି ବିଭାଗର ଜାଣତରେ ସବୁ କିଛି ହୋଇଛି, ତାହା ଜଣାପଡ଼ି ଥାଆନ୍ତା  ଦୁଃଖର କଥା ଯେ ଏହି ଗାଣତନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ସହଯୋଗ ଅବା ନାଗରିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ସୁଯୋଗ ଛାଡ଼ି ନାହାନ୍ତି।

ଏଭଳି ସୂଚନାକୁ ଟିଭି ଚ୍ୟାନେଲରେ ପ୍ରସାର କରିବା ପାଇଁ ମଧ୍ୟ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁବରଂ ଖବରକାଗଜରୁ ବିଜ୍ଞପ୍ତି ଦେଖି ଟିଭିବାଲା ଦିନଟେ ଖବର ପ୍ରସାର କରି ନିଜ ଦାୟିତ୍ଵ ସାରି ଦେଇଛନ୍ତି ଓଡ଼ିଶାର ସ୍ଵାସ୍ଥ୍ୟ ବିଭାଗର ସଂପୃକ୍ତ ଉତ୍ତପଦାଧିକାରୀ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଜବାବ ଦେବାକୁ ଆମ୍ଭେ ଆହ୍ଵାନ କରୁଛୁ। 
(‘ସଂଚାର’ ୨୨ ଅଗଷ୍ଟ ୨୦୧୫, ଶନିବାରର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ)


ସରକାରୀ ବିଜ୍ଞପ୍ତିରେ ଥିବା ଡାକ୍ତରମାନଙ୍କ ସଂପୂର୍ଣ ତାଲିକା ପାଇବାକୁ ତଳ ଲିଙ୍କ୍‌କୁ ଯାଆନ୍ତୁ:
http://odiapila.blogspot.in/2015/06/absconded-doctors-of-odisha_22.html


bimal.odisha@yahoo.in

Tuesday, August 18, 2015

ଭୁବନେଶ୍ଵର କଟକ ଥାନାଗୁଡ଼ିକର ଇମେଲ୍‌ ଆଇଡି

ଜିମେଲ୍‌, ୟାହୁ, ରେଡିଫ୍‌ମେଲ୍‌, ହଟ୍‌ମେଲ୍‌ ପ୍ରଭୃତି ବ୍ୟବହାର ନକରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ସବୁ ସରକାରୀ ଦପ୍ତରକୁ ସରକାରୀ ଇମେଲ୍‌ ଆଇଡି ପ୍ରଦାନ କରିବାର ପ୍ରକ୍ରିୟା ଜାରି ରହିଛି। ତଥାପି ଜିମେଲ୍‌, ୟାହୁ ମେଲ୍‌ର ମାୟା ଛାଡ଼ି ପାରୁ ନାହାନ୍ତି ଅନେକ ସରକାରୀ ହାକିମ। ତେବେ ଭୁବନେଶ୍ଵର-କଟକ କମିଶନରେଟ୍ପୁଲିସ୍ଅଧୀନରେ ଥିବା ଥାନାଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇ ସାରିଥିବା ସ୍ଥାୟୀ ସରକାରୀ ଇମେଲ ଆଇଡ଼ି ଏଠାରେ ଦିଆଗଲା:-


 ଭୁବନେଶ୍ଵରର ଥାନା ଗୁଡ଼ିକ

 କଟକର ଥାନା ଗୁଡ଼ିକ
କ୍ୟାପିଟାଲ ଥାନା
ଚଉଦ୍ଵାର ଥାନା
ଖାରବେଳନଗର ଥାନା
ଜଗତପୁର ଥାନା
ସହିଦ୍ନଗର ଥାନା
କ୍ୟାଣ୍ଟନମେଣ୍ଟ ଥାନା
ନୟାପଲ୍ଲୀ ଥାନା
ବିଡ଼ାନାସୀ ଥାନା
ଖଣ୍ଡଗିରି ଥାନା
ମର୍କତନଗର ଥାନା
ମଂଚେଶ୍ଵର ଥାନା
ଲାଲବାଗ୍ଥାନା
ଚନ୍ଦ୍ରଶେଖରପୁର ଥାନା
ପୁରୀଘାଟ ଥାନା
ଶ୍ରୀ ଲିଙ୍ଗରାଜ ଥାନା
ମଧୁପାଟଣା ଥାନା
ବଡ଼ଗଡ଼ ଥାନା
ମାଲଗୋଦାମ ଥାନା
ଏୟାରଫିଲ୍ଡ଼୍ଥାନା
ମଙ୍ଗଳାବାଗ ଥାନା
ଲକ୍ଷ୍ମୀସାଗର ଥାନା
ଚାଉଳିଆଗଂଜ ଥାନା
ଜଟଣୀ ଥାନା
ଦରଘାବଜାର ଥାନା
ମହିଳା ଥାନା, ଭୁବନେଶ୍ଵର
ମହିଳା ଥାନା, କଟକ
ବିଦ୍ୟୁତ୍ଥାନା, ଭୁବନେଶ୍ଵର
ବିଦ୍ୟୁତ୍ଥାନା, କଟକ
ଚନ୍ଦକା ଥାନା
ସଦର ଥାନା
ବାଲିଅନ୍ତା ଥାନା
ବାରଙ୍ଗ ଥାନା
ବାଲିପାଟଣା ଥାନା
ବାଦାମବାଡ଼ି ଥାନା
ଇନ୍ଫୋସିଟି ଥାନା
କନ୍ଦରପୁର ଥାନା
ନନ୍ଦନକାନନ ଥାନା
ସିଡିଏ ଫେଜ୍‌-୨ଥାନା
ତମାଣ୍ଡୋ ଥାନା
ଟ୍ରାଫିକ୍ଥାନା, ଭୁବନେଶ୍ଵର
ଟ୍ରାଫିକ୍ଥାନା, ଭୁବନେଶ୍ଵର