05 जून 2015

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ଏକ ନୂଆ ବିଶ୍ଵବିଦ୍ୟାଳୟ ଆରମ୍ଭ ହେଲା ବୋଲି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା ବିଶ୍ଵବିଦ୍ୟାଳୟ ଧାରା ୩୨ର ଉପଧାରା ୧ ଓ ୨ ଅନୁସାରେ ଏହି ପଦକ୍ଷେପ ୨୦୧୫ ମେ ୩୦ ତାରିଖରୁ ଲାଗୁ ହୋଇଛି ବୋଲି ବିଭାଗୀୟ ସଚିବ ଗଗନ କୁମାର ଧଳ ସୂଚନା ଦେଇଛନ୍ତି। 

ଅର୍ଥନୀତି ପ୍ରାଧ୍ୟାପକ ପଦ୍ମଜା ମିଶ୍ରଙ୍କୁ OSD (Officer-on-Special Duty) ରୂପେ ଏହି ନୂଆ ବିଶ୍ଵବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ୨୦୧୫ ଜୁନ୍‌ ୧ ତାରିଖ ସୋମବାର ସେ ନୂଆ ଦାୟିତ୍ଵ ବହନ କରିଛନ୍ତି। ନୂଆ ବିଶ୍ଵବିଦ୍ୟାଳୟରେ ନାମଲେଖା କାର୍ଯ୍ୟଟି ସେହି ରମାଦେବୀ ମହିଳା ମହାବିଦ୍ୟାଳୟର ଷ୍ଟାଫ୍‌ମାନଙ୍କୁ ନେଇ ଚାଲିବ। ଆବଶ୍ୟକ ସ୍ଥଳେ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। 

ରମାଦେବୀ ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ସମେତ ଉତ୍କଳ ବିଶ୍ଵବିଦ୍ୟାଳୟର ୩୭ଟି ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବ। କିନ୍ତୁ ଏଥିପାଇଁ ଆଗରୁ କିଛି ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ଏବେ ତରବରିଆ ଭା​‌ବେ ବହୁତ କାମ କରିବାକୁ ପଡିବ। ଏହି ନୂଆ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ମହିଳା ମହାବିଦ୍ୟାଳୟଗୁଡ଼ିକର ନାମସୂଚୀ ତଳେ ଦିଆଯାଇଛି:

୦୧. ରମାଦେବୀ ମହିଳା ମହାବିଦ୍ୟାଳୟ, ଭୁବନେଶ୍ଵର
୦୨. ଶୈଳବାଳା ମହିଳା ମହାବିଦ୍ୟାଳୟ, କଟକ
୦୩. କମଳା ନେହରୁ ମହିଳା ମହାବିଦ୍ୟାଳୟ, ଭୁବନେଶ୍ଵର
୦୪. ମହର୍ଷି ମହିଳା ମହାବିଦ୍ୟାଳୟ, ଭୁବନେଶ୍ଵର
୦୫. ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟ, ଭୁବନେଶ୍ଵର
୦୬. ସିଟି ମହିଳା ମହାବିଦ୍ୟାଳୟ, ଶିରିପୁର, ଭୁବନେଶ୍ଵର
୦୭. ନଳିନୀ ଦେବୀ ମହିଳା ଶିକ୍ଷା ମହାବିଦ୍ୟାଳୟ, ୟୁନିଟ୍‌-୩, ଭୁବନେଶ୍ଵର
୦୮. ଅନୁଗୁଳ ମହିଳା ମହାବିଦ୍ୟାଳୟ, ଅନୁଗୁଳ
୦୯. ବୀରେନ୍ ମିତ୍ର ମେମୋରିଆଲ ମହିଳା ମହାବିଦ୍ୟାଳୟ, କଟକ
୧୦. ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟ, ନୟାସଡ଼କ, କଟକ
୧୧. ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ଶେଲଟରଛକ, କଟକ
୧୨. ଗୋପବଂଧୁ ମହିଳା ମହାବିଦ୍ୟାଳୟ, ଆଠଗଡ଼, କଟକ (ସାମିଲ ହୋଇନି)
୧୩. ବଲ୍ଲଭୀ ଦେବୀ ମହିଳା ମହାବିଦ୍ୟାଳୟ, ନଟକାଇ, ନିଶ୍ଚିନ୍ତକୋଇଲି, କଟକ
୧୪. ମାହାଙ୍ଗା ମହିଳା ମହାବିଦ୍ୟାଳୟ, ପଲ୍ଲୀସାହି, ମାହାଙ୍ଗା, କଟକ
୧୫. ରାଣୀ ଶୁକଦେଈ ମହିଳା ମହାବିଦ୍ୟାଳୟ, ବାଙ୍କୀ, କଟକ
୧୬. କୁସୁମ ଦେବୀ ସତ୍‌ସଙ୍ଗ ମହିଳା ମହାବିଦ୍ୟାଳୟ, କଟକ
୧୭. ଜପାକୁଦ ମହିଳା ମହାବିଦ୍ୟାଳୟ, ଜପାକୁଦ, କଟକ
୧୮. ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ
୧୯. ମହିଳା ମହାବିଦ୍ୟାଳୟ, କାମାକ୍ଷାନଗର, ଢେଙ୍କାନାଳ
୨୦. ଭୁବନ ମହିଳା ମହାବିଦ୍ୟାଳୟ, ଭୁବନ, ଢେଙ୍କାନାଳ
୨୧. ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ, କାଦୁଆପଡ଼ା, ଜଗତସିଂହପୁର
୨୨. ବାଲିକୁଦା ମହିଳା ମହାବିଦ୍ୟାଳୟ, ବାଲିକୁଦା, ଜଗତସିଂହପୁର
୨୩. ଆଞ୍ଚଳିକ ବଳଦେବଜୀଉ ମହିଳା ମହାବିଦ୍ୟାଳୟ, ଅଳକୁଣ୍ଡ, ଯାଜପୁର
୨୪. ବିରଜା ମହିଳା ମହାବିଦ୍ୟାଳୟ, ଯାଜପୁର
୨୫. କାଦମ୍ବିନୀପାଳ ମହିଳା ମହାବିଦ୍ୟାଳୟ, ରାଜାତୋଟା, ବରୀ, ଯାଜପୁର
୨୬. ମଙ୍ଗଳପୁର ମହିଳା ମହାବିଦ୍ୟାଳୟ, ମଙ୍ଗଳପୁର, ଯାଜପୁର
୨୭. ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ବ୍ୟାସନଗର, ଯାଜପୁର
୨୮. ଧର୍ମଶାଳା ମହିଳା ମହାବିଦ୍ୟାଳୟ, ଧର୍ମଶାଳା, ଯାଜପୁର
୨୯. ଚିତ୍ରୋତ୍ପଳା ମହିଳା ମହାବିଦ୍ୟାଳୟ, କୋରୁଆ, କେନ୍ଦ୍ରାପଡ଼ା
୩୦. ତୁଳସୀ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା
୩୧. ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
୩୨. ଡେରାବିଶ ମହିଳା ମହାବିଦ୍ୟାଳୟ, ଡେରାବିଶ, କେନ୍ଦ୍ରାପଡ଼ା (ସାମିଲ ହୋଇନି)
୩୩. ମହିଳା ମହାବିଦ୍ୟାଳୟ, ଖୋରଧା
୩୪. ସୋମନାଥ ବାଲୁଙ୍କେଶ୍ଵର ଦେବ ମହିଳା ମହାବିଦ୍ୟାଳୟ, କଣ୍ଟିଆ, ଖୋରଧା (ସାମିଲ ହୋଇନି)
୩୫. ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ଼
୩୬. କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ, ଦଶପଲ୍ଲା, ନୟାଗଡ଼ (ସାମିଲ ହୋଇନି)
୩୭. ମହିଳା ମହାବିଦ୍ୟାଳୟ, ଖଣ୍ଡପଡ଼ା, ନୟାଗଡ଼
୩୮. ମା ମଣିନାଗ ଦୁର୍ଗା ମହିଳା ମହାବିଦ୍ୟାଳୟ, ରଣପୁର, ନୟାଗଡ଼ (ସାମିଲ ହୋଇନି)
୩୯. ସରକାରୀ ମହିଳା ମହାବିଦ୍ୟାଳୟ, ପୁରୀ
୪୦. ନିଗମାନନ୍ଦ ମହିଳା ମହାବିଦ୍ୟାଳୟ, ଚାରିଛକ, ପୁରୀ (ସାମିଲ ହୋଇନି)
୪୧. ନେତ୍ରାନନ୍ଦ ସାହୁ ମହିଳା ମହାବିଦ୍ୟାଳୟ, କାକଟପୁର, ପୁରୀ
୪୨. ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ନିମାପଡ଼ା, ପୁରୀ
୪୩. କୋଣାର୍କ ମହିଳା ମହାବିଦ୍ୟାଳୟ, ସାରଡ଼ା, ପୁରୀ (ସାମିଲ ହୋଇନି)

Cell: 9937353293, bimal.odisha@yahoo.in

कोई टिप्पणी नहीं:

एक टिप्पणी भेजें