24 जून 2015

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୋବାଇଲ୍‌ App

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜର ମୋବାଇଲ୍‌ ଆପ୍‌ ଆରମ୍ଭ ହୋଇଛି। ଆନ୍ଦ୍ରଏଡ଼୍‌ ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନେ ଏହି Appକୁ ଗୁଗୁଲ୍‌ ପ୍ଲେଷ୍ଟୋର୍‌ରୁ ଡାଉନ୍‌ଲୋଡ଼୍‌ କରି ବ୍ୟବହାର କରିପାରିବେ। ଏହି ବ୍ଲଗ୍‌ର ତଳେ ତାହାର ଲିଙ୍କ୍‌ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନିବେଦନ କରିଛନ୍ତି ଯେ ଏହି App ଜରିଆରେ ନାଗରିକମାନେ ତାଙ୍କ ସହିତ ସଂପର୍କରେ ରହନ୍ତୁ। ଏହି ମୋବାଇଲ୍‌ ଆପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଦୈନନ୍ଦିନ କାର୍ଯ୍ୟାବଳୀର ସୂଚନା ମିଳିବ। ବ୍ୟବହାରକାରୀମାନେ ମଧ୍ୟ ଚାହିଲେ ପ୍ରତ୍ୟକ୍ଷ ଭାବରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସଂକ୍ଷିପ୍ତ ବାର୍ତା ଓ ଇମେଲ୍‌ ପାଇବାର ପସନ୍ଦକୁ ସକ୍ରିୟ କରିପାରିବେ। ଏପରିକି ମନ୍‌ କୀ ବାତ୍‌ର ବିଭିନ୍ନ ଅଧ୍ୟାୟକୁ ମଧ୍ୟ ଏହି ଆପ୍‌ରୁ ଶୁଣିପାରିବେ, ତାଙ୍କର ବ୍ଲଗ୍‌ ପଢ଼ିପାରିବେ, କିମ୍ବା ତାଙ୍କ ଜୀବନୀ ମେନୁକୁ ଯାଇ ତାଙ୍କ ବିଷୟରେ ଅଧିକ ସୂଚନା ପାଇପାରିବେ। ସବୁଠୁ ବଡ଼ କଥା ହେଲା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରୟାସ ଓ ସଫଳତା ଉପରେ ମଧ୍ୟ ବିସ୍ତୃତ ସୂଚନା​‌ ‘ଇନ୍‌ଫୋଗ୍ରାଫିକ୍ସ’ ମେନୁରୁ ମିଳିବ।

ତେବେ ଏହି ଆପ୍‌ ଦ୍ଵାରା ରାଷ୍ଟ୍ରୀୟ ନିରାପତ୍ତା ପ୍ରତି ଭବିଷ୍ୟତରେ ବିପଦ ଅଛି କି ନାହିଁ? ଜଣେ ପାକିସ୍ତାନୀ ଚାହିଲେ ଏହାକୁ ନିଜ ମୋବାଇଲରେ ଚାଲୁ କରିପାରିବ କି ନାହିଁ? WindowPhoneiPhone ପାଇଁ ଏହି ଆପ୍‌ କେବେ ଶୁଭାରମ୍ଭ ହେବ? ଏମିତି ଅନେକ ପ୍ରଶ୍ନ ଉପରେ କୌଣସି ସୂଚନା ବା ସ୍ପଷ୍ଟୀକରଣ ପ୍ରକାଶ ପାଇ ନାହିଁ। ଆପଣମାନେ ବ୍ୟବହାର କଲେ ହିଁ ଏହାର ଅନେକ ସୁବିଧା ଅସୁବିଧା ଜାଣିପାରିବେ।

Prime Minister Narendra Modi launched his own mobile app to stay connected with people. Narendra Modi Mobile App – is available on Google’s PlayStore and can be downloaded by Android users free of cost. The PM urged citizens to stay connected through the app. The app provides updates on the day-to-day activities of the PM. It presents an opportunity to receive messages and emails directly from Shri Narendra Modi. Using the app, one can tune-in and listen to the various ‘Mann ki Baat’ editions of the PM, read his blogs, and get to know more about him from the Biography section. The app provides comprehensive information on initiatives and achievements of the Union Government, including an ‘infographics’ section. The app can be downloaded at:



कोई टिप्पणी नहीं:

एक टिप्पणी भेजें