29 जून 2015

ଓଡ଼ିଶା ସରକାରଙ୍କ ବିହନ ପୋର୍ଟାଲ ଫମ୍ପା

ଓଡ଼ିଶା ସରକାରଙ୍କ କୃଷି ବିଭାଗ ଏକ ପୋର୍ଟାଲ ଖୋଲିଛନ୍ତି। ଯାହାର ନାମ ରଖିଛନ୍ତି ଓଡ଼ିଶା ବିହନ ପୋର୍ଟାଲ। କ୍ଲିକ୍ କରି ଦେଖନ୍ତୁ, ଏହାର ହୋମ୍‌ ପେଜ୍‌ରେ ଓଡ଼ିଆରେ ଲେଖାଥିଲେ ବି ଅନ୍ୟ କୌଣସି ବିଷୟବସ୍ତୁ ଓଡ଼ିଆରେ ନାହିଁ। ବରଂ କିଛି ସୂଚନା କେବଳ PDFରେ ରହିଛି। କିନ୍ତୁ website ବା portalର ତଥ୍ୟ PDFରେ ରହିବା କଥା ନୁହେଁ। ଆମେ ସଚେତନ ନହେବାରୁ  ସରକାର ଓ ସରକାରୀ ସଂସ୍ଥା ଆମକୁ ଏହିଭଳି ଠକି ଚାଲିଛନ୍ତି। ଆମ୍ଭର ଅନ୍ୟ ଏକ ବ୍ଲଗ୍‌  କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌ରେ  ଆମ୍ଭେ ଏହା ଉପରେ ବିସ୍ତୃତରେ ଲେଖିଛୁ। ତେବେ କୃଷକଙ୍କ ସୁବିଧା ପାଇଁ କେତେକ ଅମଳକ୍ଷମ କିସମର ସଂପୂର୍ଣ ତାଲିକା ଏଠାରେ ଓଡ଼ିଆରେ ପ୍ରକାଶ କରିଛୁ। ସରକାରୀ ବିହନ ପୋର୍ଟାଲବାଲା ଚାହିଁଲେ ଏହି ପାଠକୁ ନେଇ ତାଙ୍କ ପୋର୍ଟାଲରେ ଖଂଜି ଦେଇ ପାରିବେ। 

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଉଦ୍‌ଭାବିତ ଧାନ କିସମ
୧. ପଦ୍ମା, ୨.ବାଳା, ୩.କ୍ରିଷ୍ଣା, ୪.ରତ୍ନା, ୫.ବିଜୟା, ୬.ଜୟନ୍ତୀ, ୭.କଳିଙ୍ଗ-୧, ୮.କଳିଙ୍ଗ-୨, ୯.ଶକ୍ତି, ୧୦.ସୁପ୍ରିୟା, ୧୧.ବାଣୀ, ୧୨.ଅନାମିକା, ୧୩.ଇନ୍ଦିରା, ୧୪.ପଲ୍ଲବୀ, ୧୫.ରାମକୃଷ୍ଣ, ୧୬.ସମଲେଇ, ୧୭.ସତ୍ତାରୀ, ୧୮.ସାବିତ୍ରୀ/ପୋନମଣି, ୧୯.କଳିଙ୍ଗ-୩, ୨୦.ଉତ୍କଳପ୍ରଭା, ୨୧.ନୀଳା, ୨୨.ସରସ, ୨୩.ଉଦୟ, ୨୪.ଅନ୍ନଦା, ୨୫. ସିଆର୍‌ ୧୦୧୪, ୨୬.ଧରିତ୍ରୀ, ୨୭.ଗାୟତ୍ରୀ, ୨୮.ହୀରା, ୨୯.କଳାଶ୍ରୀ, ୩୦.କଲ୍ୟାଣୀ-୨, ୩୧.କ୍ଷୀରା, ୩୨.ମୋତି, ୩୩.ପଦ୍ମିନୀ, ୩୪.ପାଣିଧାନ, ୩୫.ତାରା, ୩୬.ତୁଳସୀ, ୩୭.ବନପ୍ରଭା, ୩୮.ଶକ୍ତିମାନ, ୩୯.ସି.ଆର୍‌. ୧୦୦୨, ୪୦.ଲୁଣିଶ୍ରୀ, ୪୧.ସୀମା, ୪୨.ସ୍ନେହା, ୪୩.ବନ୍ଦନା, ୪୪.ଧଳା ହୀରା, ୪୫. ରାଧୀ, ୪୬.ସୋନାମଣି, ୪୭.ତପସ୍ଵିନୀ, ୪୮.ପୂଜା, ୪୯.ସାରଳା, ୫୦.ଦୁର୍ଗା, ୫୧.ବିରେନ୍ଦର, ୫୨.ଗୀତାଞ୍ଜଳି(ଅରୋମାଟିକ୍‌), ୫୩. କେତକୀଜୋହା(ଅରୋମାଟିକ୍‌), ୫୪.ନବୀନ,  ୫୫.ରାଜଲକ୍ଷ୍ମୀ (ସଙ୍କରୀକୃତ), ୫୬.ଅଜୟ(ସଙ୍କରୀକୃତ), ୫୬.ବର୍ଷାଧାନ, ୫୭.ସତ୍ୟ କୃଷ୍ଣ (ସି.ଆର. ଧାନ ୧୦), ୫୮.ନୂଆ କଳାଜୀରା, ୫୯.ନୂଆ ଧୂସର(ସି.ଆର. ସୁଗନ୍ଧ ଧାନ ୩), ୬୦.ଚନ୍ଦନ (ସି.ଆର୍‌. ବଡ଼ଧାନ ୨), ୬୧.ହଂସେଶ୍ଵରୀ (ସି.ଆର୍‌. ଧାନ ୭୦), ୬୨.ସ୍ଵର୍ଣ ସବ୍‌୧, ୬୩. ସହଭାଗୀ ଧାନ, ୬୪.ଫାଲ୍‌ଗୁନୀ, ୬୫.ରୀତା (ସି.ଆର୍‌. ଧାନ ୪୦୧), ୬୬.ଲୁଣା ସୁବର୍ଣା, ୬୭.ଲୁଣା ସଂପଦ, ୬୮.ନୂଆ ଚିନିକାମିନୀ, ୬୯.ସି.ଆର୍‌. ଧାନ ୬୦୧, ୭୦.ସି.ଆର୍‌. ଧାନ ୫୦୦, ୭୧.ସତ୍ୟଭାମା (ସି.ଆର୍‌. ଧାନ ୧୦୦), ୭୨.ପ୍ୟାରୀ(ସି.ଆର୍‌. ଧାନ ୨୦୦), ୭୩.ହୁଏ(ସି.ଆର୍‌. ଧାନ ୩୦୧), ୭୪. ଉନ୍ନତ ଲଲାଟ, ୭୫.ଉନ୍ନତ ତପସ୍ଵିନୀ, ୭୬.ସୁମିତ୍‌ (ସି.ଆର୍‌. ଧାନ ୪୦୪), ୭୬.ପୂର୍ଣଭୋଗ (ସି.ଆର୍‌. ବାସ୍ନା ଧାନ ୯୦୨), ୭୭.ଜଳମଣି (ସି.ଆର୍‌. ଧାନ ୫୦୩), ୭୮.ଜୟନ୍ତୀ ଧାନ, ୭୯.ଲୁଣା ବାଡ଼ିଆଳ (ସି.ଆର୍‌. ଧାନ ୪୦୬), ୮୦.ଲୁଣା ଶଂଖୀ(ସି.ଆର୍‌. ଧାନ ୪୦୫), ୮୧.ସି.ଆର୍‌. ଧାନ ୯୦୭, ୮୨.ସି.ଆର୍‌. ଧାନ ୩୦୦, ୮୩.ସି.ଆର୍‌. ଧାନ ୩୦୩, ୮୪.ସି.ଆର୍‌. ଧାନ୩୦୪, ୮୫.ସି.ଆର୍‌. ଧାନ ୨୦୨, ୮୬.ସି.ଆର୍‌. ଧାନ ୪୦୭, ୮୭.ସି.ଆର୍‌. ଧାନ ୫୦୫, ୮୮.ସି.ଆର୍‌. ଧାନ ୨୦୫(ଆଇ.ଟି. ୨୨୭୩୭), ୮୯.ଅଙ୍କିତ (ସି.ଆର୍‌. ଧାନ ୧୦୧ ), ୯୦.ସଚଳା (ସି.ଆର୍‌. ଧାନ ୨୦୩), ୯୧.ଗୋପିନାଥ (ସି.ଆର୍‌. ଧାନ ୨୦୬), ୯୨.ମଧୁମଣି.(ସି.ଆର୍‌. ଧାନ ୩୦୭), ୯୩.ଚକାଆଖି (ସି.ଆର୍‌. ଧାନ ୪୦୮) 

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT) ଦ୍ଵାରା ଉଦ୍ଭାବିତ ଧାନ କିସମ
୧.ହେମା, ୨.ଜଗନ୍ନାଥ, ୩.କୁମାର, ୪.ରାଜେଶ୍ଵରୀ, ୫.ପାରିଜାତ, ୬.ଯଯାତି, ୭.ସୁଫଳା, ୮.ଶଙ୍କର, ୯.ସୁଭଦ୍ରା, ୧୦.ଦୟା, ୧୧.ପ୍ରତାପ, ୧୨.ରୁଦ୍ର, ୧୩.ସାରଥୀ, ୧୪.ଗୌରୀ, ୧୫.ପଥରା, ୧୬.ରମ୍ଭା, ୧୭.ଅନଙ୍ଗ, ୧୮.ଭୁବନ, ୧୯.ଲଲାଟ, ୨୦.ଶ୍ରାବଣୀ, ବାଦାମୀ, ୨୧.ଭଂଜ, ୨୨.ବିରୁପା, ୨୩.କାଞ୍ଚନ, ୨୪.ଖଣ୍ଡଗିରି, ୨୫.ମହାଲକ୍ଷ୍ମୀ, ୨୬.ମାଣିକ, ୨୭.ମେହେର, ୨୮.ନୀଳଗିରି, ୨୯.ସାମନ୍ତ, ୩୦.ସନ୍ତେପ ହିପ୍‌-୩, ୩୧.ଉର୍ବଶୀ, ୩୨.ସାଗରିକା, ୩୩.ସୁଭଦ୍ରା, ୩୪.ଘଣ୍ଟେଶ୍ଵରୀ

OUAT ଉଦ୍ଭାବିତ  ଅନ୍ୟ ଶସ୍ୟାଦିର କିସମ
ଗହମ କିସମ:  ୧.ସାଗରିକା, ୨.ଉତ୍କଳିକା
ମାଣ୍ଡିଆ କିସମ: ୧.ନୀଳାଚଳ, ୨.ଦିବ୍ୟସିଂହ
ବିରି କିସମ: ୧.ସାରଳା
ମୁଗ କିସମ: ୧.ଧଉଳି
କୋଳଥ କିସମ: ୧.ଊର୍ମି
ଚିନାବାଦାମ କିସମ: ୧.କିସାନ, ୨.ଜୱାନ, ୩.ସ୍ମୃତି
ତିଳ ବା ରାଶି କିସମ: ୧.ବିନାୟକ, ୨.କନକ, ୩.କଳିକା, ୪.ଉମା(କେ.ଏ. ୫), ୫.ଉଷା (କେ.ଏ.୭), ୬.ବିନାୟକ, ୭.ସ୍ମାରକ(ଓଏସ୍‌ସି- ୫୬୦), ୮.ଶୁଭ୍ରା (ଓଏସ୍‌ସି- ୨୦୭)
ଅଳସୀ ବା ରାମତିଳା କିସମ: ୧.ଦେଓମାଲି
ନଳିତା କିସମ: ୧.ବଳଦେବ, ୨.ଜୟଦେବ, ୩.ମହାଦେବ, ୪.ରେବତୀ

ଅାମ୍ଭର ମନ୍ତବ୍ୟ:
ଉପରୋକ୍ତ କିସମଗୁଡ଼ିକ ପ୍ରକୃତରେ ରାଜ୍ୟର ବିହନ ନିଗମରେ ଉପଲବ୍ଧ କି? ଠିକ୍ ସମୟରେ ଚାଷୀଙ୍କ ପାଖରେ ପହଞ୍ଚୁଛି କି? ଏହା ଯାଞ୍ଚ କରିବା ପ୍ରତ୍ୟେକ ସଚେତନ ନାଗରିକଙ୍କ କର୍ତ୍ତବ୍ୟ...

कोई टिप्पणी नहीं:

एक टिप्पणी भेजें